dd dd

Top Stories

Search here...

News

ବେଗ ମାପିବା ପାଇଁ ରାସ୍ତାରେ ଲାଗିବ ସ୍ୱତନ୍ତ୍ର ରାଡର: IIT ଭୁବନେଶ୍ୱର ତିଆରି କରିବ ସଫ୍ଟୱେର

Posted On - 2 hours ago


ଏହାଦ୍ୱାରା ରାସ୍ତାରେ ଯାଉଥିବା ଗାଡିର ବେଗ ମପା ଯାଇପାରିବ । ବଡ କଥା ହେଉଛି ଏହି ରାଡାର ସବୁ ପ୍ରକାରର ପାଣିପାଗରେ କାର୍ଯ୍ୟ କରିବାରେ ସକ୍ଷମ ହେବ ।

 

BBSR Reporters

 

ଭୁବନେଶ୍ୱର: ଦ୍ରୁତ ଗତି ଯୋଗୁ  ରାଜ୍ୟରେ ବହୁ ଲୋକଙ୍କ ଜୀବନ ଯାାଉଛି ।  ଦର୍ଘଟଣାରେ ପ୍ରାଣ ହରାଉଥିବା ଲୋକଙ୍କ ମଧ୍ୟରେ ୬୯ ପ୍ରତିଶତରୁ ଅଧିକ ଲୋକ ଦ୍ରୁତ ଗତି ଯୋଗୁ ଦୁର୍ଘଟଣାର ଶୀକାର ହେଉଛନ୍ତି । ଏପରି ସ୍ଥଳେ ଦ୍ରୁତ ଗତି ରୋକିବାକୁ ରାସ୍ତା ଯାଉଥିବା ଗାଡିର ବେଗ ନିର୍ଦ୍ଧାରଣ ପାଇଁ ସ୍ୱତନ୍ତ୍ର ସଫ୍ଟୱେର ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଛି ଆଇଆଇଟି ଭୁବନେଶ୍ୱର । ଏନେଇ ଆଇଆଇଟି ପକ୍ଷରୁ ପରିବହନ ବିଭାଗଗୁ ଚିଠି ଲେଖାଯାଇଛି ।

 

ପରିବହନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଇଆଇଟି ଭୁବନେଶ୍ୱର ପକ୍ଷରୁ ବେଗ ନିର୍ଦ୍ଧାରଣ ପାଇଁ ସ୍ୱତନ୍ତ୍ର ସଫ୍ଟୱେର ନିର୍ମାଣ ପ୍ରସ୍ତାବ ଆସିଥିଲା । ଏଥିପାଇଁ ଆନୁମାନିକ ୧୬  ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଥିଲା । ସେମାନେ ଏକ ରାଡାର ଟେକ୍ନୋଲୋଜିର ବକାଶ କରିବାକୁ ପ୍ରସ୍ତାବ ଦେଇଥଲେ । ଏହାଦ୍ୱାରା ରାସ୍ତାରେ ଯାଉଥିବା ଗାଡିର ବେଗ ମପା ଯାଇପାରିବ । ସବୁଠୁ ବଡ କଥା ହେଉଛି ଏହି ରାଡାର ସବୁ ପ୍ରକାରର ପାଣିପାଗରେ କାର୍ଯ୍ୟ କରିବାରେ ସକ୍ଷମ ହେବ । ତେବେ ପରିବହନ ବିଭାଗ ପକ୍ଷରୁ ଆଇଆଇଟି ଭୁବନେଶ୍ୱରର ଇଲେକ୍ଟ୍ରିକାଲ ବିଜ୍ଞାନ ବିଭାଗକୁ ଏହି ସଫ୍ଟୱେରର ଏକ ପ୍ରେଜେଣ୍ଟେସନ ତଥା ଉପସ୍ଥାପନା କରିବାକୁ କୁହାଯାଇଛି । ଉପସ୍ଥାପନା ପରେ ଏହି ସଫ୍ଟୱେର ଉପରେ ବିସ୍ତୃତ ସୂଚନା ମିଳିପାରିବ ବୋଲି ସୂଚନା ମିଳିଛି ।

 

ସୂଚନାଯୋଗ୍ୟ, ଦ୍ରୁତ ଗତି ଯୋଗୁ ରାଜ୍ୟରେ ସର୍ବାଧିକ ଦୁର୍ଘଟଣା ଘଟୁଛି । ରିପୋର୍ଟ ଅନୁସାରେ ୨୦୧୯ରେ ଦୁର୍ଘଟଣାରେ ୫୩୩୩ ଲୋକଙ୍କ ଜୀବନ ଯାଇଛି । ତା ମଧ୍ୟରୁ ପାଖାପାଖି ୭୦ ପ୍ରତିଶତ ଦୁର୍ଘଟଣା ଦୃତ ଗତି ଯୋଗୁ ହୋଇଛି । ଏବେ ନୂଆ ମୋଟର ଯାନ ଆକ୍ଟ ଅନୁସାରେ ଦ୍ରୃତ ଗତି ପାଇଁ ହାଲୁକା ଯାାନକୁ ୨୦୦୦ ଏବଂ ଭାରି ଯାନକୁ ୪୦୦୦ ଟଙ୍କା ଜୋରିମାନା ଆଦାୟ କରିବାର ନିୟମ ରହିଛି । ତେବେ ସୁରକ୍ଷା ନିମୟ ଉପରେ ସଚେତନତା ପାଇଁ ପରିବହନ ବିଭାଗ ପକ୍ଷରୁ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଏବଂ ରାଉଲକେଲାରେ ଦୁଇଟି ସେଣ୍ଟର ଖୋଲିବାକୁ ଯୋଜନା କରିଛି । ଆଗାମୀ ଦିନରେ ସୁନ୍ଦରଗଡ଼, ଗଞ୍ଜାମ, କେଉଁଝର, କୋରାପୁଟ, ବାଲେଶ୍ୱରରେ  ଏଭଳି ସେଣ୍ଟର ଖୋଲାଯିବ ବୋଲି ସୂଚନା ମିଳିଛି ।


Edit by: ଟିମ ବିବିଏସଆର ରିପୋଟର୍ସ

Related News
satta king tw