Top Stories

Search here...

News

ଆଜିଠୁ ୟୁଟ୍ୟୁବରେ ପାଠପଢା: ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ପିଲାଙ୍କୁ ଦିଆଯିବ ଶିକ୍ଷା

Posted On - 11 hours ago
Edited By Team BbsrReporters
LAST UPDATED Jun 21, 2021 11:21 PM

ସୋମବାରରୁ ଶୁକ୍ରବାର ସକାଳ ୧୦ଟା ୪୫ରୁ ଅପରାହ୍ନ ଗୋଟାଏ ଯାଏଁ ଦିନକୁ ୪ଟି ପିରିୟଡରେ ହେବ ପାଠପଢା ।

 

BBSR Reporters

 

ଭୁବନେଶ୍ୱର: କରୋନା ସଂକ୍ରମଣ ଯୋଗୁ ସ୍କୁଲ, କଲେଜ ବନ୍ଦ ରହିଥିବା େବେଳ  ଆଜିଠୁ ୟୁଟ୍ୟୁବରେ ପାଠପଢା ଆରମ୍ଭ ହୋଇଛି ।  । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ପିଲାଙ୍କୁ ୟୁଟ୍ୟୁବରେ ଶିକ୍ଷାଦାନ ଲାଗି ସବୁ ପ୍ରସ୍ତୁୂତି ଶେଷ ହୋଇଛି ।


କେଉଁ ଦିନ କେଉଁ ବିଷୟରେ ପାଠପଢା ହେବ ସେନେଇ ତାଲିକା ମଧ୍ୟ  ପ୍ରକାଶ ପାଇଛି  । ସୋମବାରରୁ ଶୁକ୍ରବାର ସକାଳ ୧୦ଟା ୪୫ରୁ ଅପରାହ୍ନ ଗୋଟାଏ ଯାଏଁ ଦିନକୁ ୪ଟି ପିରିୟଡ୍ ହେବ  । ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠପଢା ଜୁଲାଇ ୩୧ ଯାଏଁ ଚାଲିବ  । ସେହିପରି ଜୁଲାଇ ୭ ତାରିଖ ଯାଏଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ହେବ  । 

 

ପ୍ରଥମରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ସକାଳ ୯ଟାରୁ ୧୦ଟା ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ଚତୁର୍ଥରୁ ଅଷ୍ଟମ ଶ୍ରେଣୀ ପର୍ଯନ୍ତ ପିଲାଙ୍କ ଲାଗି ସକାଳ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ହେବ  । ୟୁଟ୍ୟୁବରେ ଯେଉଁ ବିଷୟ ପଢାଯିବ, ତାହା ବିଦ୍ୟାଳୟର ସମ୍ପୃକ୍ତ ବିଷୟର ଶିକ୍ଷକ ଦେଖିବେ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହୁଥିବା ଦ୍ୱନ୍ଦ୍ୱକୁ ଚାଟ୍ ଓ ଭଏସ କଲ୍ ମାଧ୍ୟମରେ ଦୂର କରିବେ ବୋଲି ସୂଚନା ମିଳିଛି ।


ତେବେ ଅଧିକାଂଶ ଆମ ରାଜ୍ୟରେ ଏବେ ୪୦ ପ୍ରତିଶତ ପିଲାଙ୍କ ପାଖରେ ଇଣ୍ଟରନେଟ ସୁବିଧା ପହଞ୍ଚିପାରୁଛି । ହେଲେ ଗ୍ରାମାଞ୍ଚଳରେ ରହୁଥିବା ୬୦ ପ୍ରତିଶତ ପିଲା ଏହି ସୁବିଧା ପାଇପାରୁ ନାହାନ୍ତି । ଏପରି ସ୍ଥଳେ ୟୁଟୁ୍ୟବରେ ପାଠପଢା କେତେ ସଫଳ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  

Related News
satta king tw