Top Stories

Search here...

News

ଆଜି ଦୃଶ୍ୟମାନ ହେବ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ

Posted On - 1 hour ago
Edited By Team BbsrReporters
LAST UPDATED Jun 10, 2021 01:50 PM

ଦିନ ୧ଟା ୪୨ ମିନିଟ୍ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୪୧  ମିନିଟ ବେଳକୁ ଶେଷ ହେବ ।

 

BBSR Reporters


ଭୁବନେଶ୍ୱର: ଆଜି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ  । ଭାରତ ପାଇଁ ଏହା ଆଂଶିକ ସୂର୍ଯ୍ୟପରାଗ ହେବ ବୋଲି କୁହାଯାଉଥିବା ବେଳେ ଏହା କେବଳ ଲଦାଖ ଓ ଅରୁଣାଚଳ ପ୍ରଦେଶରେ ଏହା ଦୃଶ୍ୟମାନ ହେବ । ସୂର୍ଯ୍ୟପରାଗର ସମୟ ଦିନ ୧ଟା ୪୨ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୪୧ ବେଳକୁ ଶେଷ ହେବ । ଅପରାହ୍ଣ ୪ଟା ୧୧ରେ ଏହା ପୂର୍ଣ୍ଣ ଭାବେ ସଂଘଠିତ ହେବ ।

 

ଜମ୍ମୁ ଓ କାଶ୍ମୀରରେ ଖୁବ୍ କମ୍ ଅଂଚଳରେ ୧୦ ପ୍ରତିଶତରୁ କମ୍ ଆଂଶିକ ସୂର୍ଯ୍ୟପରାଗ ଦେଖାଯିବ । କିନ୍ତୁ ଓଡ଼ିଶାରେ ଏହି ସୂର୍ଯ୍ୟପରାଗ ଆଦୌ ଦୃଶ୍ୟମାନ ହେବ ନାହିଁ । ଉତ୍ତରକାନାଡ଼ା, ଗ୍ରୀନଲାଣ୍ଡ ଓ ଋଷିଆର କିଛି ଅଂଚଳରେ ଏହା ଦେଖାଯିବ । ଆମେରିକା, ୟୁରୋପ ଓ ଏସିଆ ମହାଦେଶର ଅନେକ ଅଂଚଳରେ ଆଂଶିକ ସୂର୍ଯ୍ୟପରାଗ ଦେଖାଯିବ । ଭାରତରେ ପରବର୍ତ୍ତୀ ସୂର୍ଯ୍ୟପରାଗ ଆସନ୍ତାବର୍ଷ ଅକ୍ଟୋବର ୨୫ ତାରିଖରେ ଦେଖାଯିବ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମ ଉପ ନିଦେ୍ର୍ଧଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି  ।
    
 

Related News
satta king tw