Top Stories

Search here...

News

ଆଗାମୀ 3 ମାସ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ

Posted On - 1 minute ago
Edited By Prabir Kumar
LAST UPDATED Oct 08, 2021 12:26 PM

ଆସନ୍ତାକାଲି  ରାଜ୍ୟମାନଙ୍କ  ସହ କେନ୍ଦ୍ର ସରକାରଙ୍କ ବୈଠକ ବସିବ ।

 

BBSR Reporters

 

ଭୁବନେଶ୍ୱର: କୋଭିଡି 19 ପାଇଁ  ସଂକ୍ରମଣ କମିନଥିବାରୁ ଆଗାମୀ 3 ମାସ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ତେବେ ଏହା ପୂର୍ବରୁ ନଭେମ୍ବର ମାସ ଯାଏଁ  କଟକଣା ଥିଲା ।

 

 

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ଡିସେମ୍ବର ହେଉଛି ଗୋଟେ ଛୁଟି ମାସ। ତେଣୁ ଅନେକ ଲୋକ ଏ ମାସରେ ବୁଲିବାକୁ ଯାଆନ୍ତି  ।  ହେଲେ ବର୍ତ୍ତମାନ ମଧ୍ୟ ସଂକ୍ରମଣ କମି ନାହିଁ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମଧ୍ୟ ଚିନ୍ତା ପ୍ରକଟ କରିବା ସହ ସମସ୍ତଙ୍କୁ ସଚେତନ ରହିବା ପାଇଁ ସତର୍କତା ଜାରି କରିଛନ୍ତି । ତେବେ  ଆସନ୍ତାକାଲି  ରାଜ୍ୟ ମାନଙ୍କ  ସହ କେନ୍ଦ୍ର ସରକାରଙ୍କ ବୈଠକ ବସିବ । ଏହିସହ  ଆଗାମୀ ଦିନ ପାଇଁ ପ୍ରସ୍ତୁତ ହେବ ରୂପ ରେଖ ।

 

 


ତେବେ ଭୁବନେଶ୍ୱରର ସଂକ୍ରମଣ ଏବେ ଚିନ୍ତାର କାରଣ ପାଲଟିଛି । ପ୍ରତେକ ଦିନ ଏଠାରେ ୨୫୦ ରୁ ୩୦୦ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ତେଣୁ ଏହି କିଛି ମାସ ମୂଖ୍ୟତଃ ଭୁବନେଶ୍ୱର ବାସୀଙ୍କୁ ଜଗି ରଖି ଚଳିବାକୁ ପଡିବ। 
ବିଜୟ ମହାପାତ୍ର, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି l

Related News
satta king tw