Top Stories

Search here...

News

କାକିଁକି ଶ୍ରୀମନ୍ଦିରରେ ଲାଗେ ଧଳା ରଙ୍ଗର ବାନା

Posted On - 3 minutes ago
Edited By Team BbsrReporters
LAST UPDATED May 26, 2021 01:15 PM

ଶ୍ରୀମନ୍ଦିରର ନୀଳଚକ୍ରରେ ଆଜି ଲାଗିଛି ଧବଳ ବର୍ଣ୍ଣ ବାନା ।

 

BBSR Reporters


ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବହୁ ରିତିନୀତି ରହିଛି । ଯାହା ମଧ୍ୟରୁ ଅଳ୍ପ କେତକ ଆମକୁ ଜଣା । ଏପରି ସ୍ଥଳେ ଆଜି ଶ୍ରୀମନ୍ଦିରର ନୀଳଚକ୍ରରେ ଧଳା ରଙ୍ଗର ବାନା ଉଡୁଥିବା ଦେଖିବାକୁ ମିଳିଥିଲା ।  ତେବେ କାହିଁଙ୍କି ଧଳା ରଙ୍ଗର ବାନା ଲାଗେ ସେ ସମ୍ପର୍କରେ ଅନେଇ ଲୋକ କଥା ରହିଛି । 


ଶ୍ରୀମନ୍ଦିରରେ ବାନା ଲାଗିବା ଉପରେ ନିୟମ ରହିଛି ।  ସେବାୟତଙ୍କ କହିବା ଅନୁଯାୟୀ, ଲଟେରୀ ମାଧ୍ୟମରେ ଯେଉଁ ବାନା ସ୍ଥିରିକୃତ ହୋଇଥାଏ, ସେହି ବାନା ହିଁ ଶ୍ରୀମନ୍ଦିର ନୀଳଚକ୍ରରେ ଲଗାଯାଇଥାଏ । କିନ୍ତୁ ବାନା ଲାଗିବା ଉପରେ ବହୁତ କିଛି ନିର୍ଭର କରିଥାଏ । ଧଳା, ନାଲି ଆଦି ବିଭିନ୍ନ ରଙ୍ଗର ବାନା ରହିଥିବା ବେଳେ ବାନା ଉଡିବା  ଉପରେ ଲୋକ ପ୍ରାକୃତିକ ସଙ୍କେତ ପାଇଥାନ୍ତି । ସେହି ଅନୁଯାୟୀ ସେମାନେ ସଜାଗ ହୋଇ ରହିଥାନ୍ତି ବୋଲି କୁହାଯାଇଥାଏ ।

 

ତେବେ ଆଜି ଧଳା ବାନା ଲାଗିଥିବା ବେଳେ ରାଜ୍ୟରେ ପ୍ରବଳ ବର୍ଷା ହେଉଛି । ଲୋକକଥା ଅଛି ବାନା ଉଡ଼ିବ ଧବଳ, ବର୍ଷା ହେବ ପ୍ରବଳ । ଯେତେବେଳେ ଧଳା ରଙ୍ଗର ବାନା ଲାଗେ, ସେତେବେଳେ ପ୍ରବଳ ବର୍ଷା ହୋଇଥାଏ ବୋଲି କୁହାଯାଏ । ଏମିତି ନୁହେଁ ଯେ, ବର୍ଷା ଆଗମନର ସୂଚନା ପାଇ ଏହି ଧଳା ବାନା ଲଗାନ୍ତି । ଏହା ଆପେ ଆପେ ଲଟେରୀ ମାଧ୍ୟମରେ ଲଗାଯାଇଥାଏ ବୋଲି ପୌରାଣିକ କଥା ରହିଛି ।

 

ସେପଟେ ବାତ୍ୟା ‘ୟାସ’ ଯୋଗୁ ପୁରୀ ସମେତ ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ବର୍ଷା ସହ ପବନ ଲାଗି ରହିଛି ।  ଆଜି ନୃସିଂହ ଚତୁର୍ଦ୍ଧଶୀ ଉପଲକ୍ଷେ ରଥଖଳାରେ ରୁପକାର ସେବକଙ୍କ ଦ୍ୱାରା ଗୁଜ ଅନୁକୂଳ ଓ ଭୋଇ ସେବକଙ୍କ ଦ୍ୱାରା ଜନ୍ତାଗାଡ ଅନୁକୂଳ କରାଯିବା ପରେ ଦୁଇ ଦିନ ପାଇଁ ସ୍ଥଗିତ ରହିଛି ରଥ ନିର୍ମାଣ । ସେପରି ବାହାର ଚନ୍ଦନ ଯାତ୍ରାରେ ଆଜି ମହାପ୍ରଭୁ ଚାପ ଖେଳିବେ ନାହିଁ ବୋଲି ସୂଚନା ମିଳିଛି । 
 

Related News
satta king tw