Top Stories

Search here...

News

ଜମି ଦେବା ନାଁରେ ୮ ଲକ୍ଷ ଠକେଇ

Posted On - 7 hours ago
Edited By Team BbsrReporters
LAST UPDATED Sep 23, 2021 05:34 PM

ଜମି ଦେବାକୁ କହି  ଧାର ନେଇ ଟଙ୍କା ଫେରାଇ ନ ଥିବା ଅଭିଯୋଗରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି ।

 

BBSR Reporters


ଭୁବନେଶ୍ୱର: ଜମି ଦେବାକୁ କହି ଓ ଧାର ନେଇ ୨ ଜଣ ଠକ ୮ ଲକ୍ଷ ଟଙ୍କା ଠକେଇ କରିଥିବା ୨ଟି ଅଭିଯୋଗରେ ଦୁଇ ଜଣ ଠକକୁ ଗିରଫ କରିଛି ଏୟାରପୋର୍ଟ ଥାନା ପୁଲିସ । ଗିରଫ ୨ ଅଭିଯୁକ୍ତ ହେଲେ,  ଜମି ଦେବାକୁ କହି ୫ ଲକ୍ଷ ଠକେଇ କରିଥିବା ଅଭିଯୁକ୍ତ ହେଲେ ସୁନ୍ଦରପଦାର ଦିଲିପ୍ ଦଳେଇ ଓ ୩ ଲକ୍ଷ ଟଙ୍କା ଧାର ନେଇ ଲୁଚି ବୁଲୁଥିବା ଠକ ହେଲେ, ଓଲଟାଉନ୍ ଅଞ୍ଚଳର ଲିଙ୍ଗରାଜ ପତି । ଉଭୟଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି ।

 


ସୂଚନା ଥାଉକି, ଗତ ୨ ବର୍ଷ ତଳେ ଜଣେ ରାଜେଶ କର ନାମକ ବ୍ୟକ୍ତିଙ୍କୁ ସୁନ୍ଦରପଦା ଅଞ୍ଚଳରେ ଜମି ଦେବାକୁ କହି ୫ ଲକ୍ଷ ଟଙ୍କା ନେଇଥିଲା ଦିଲିପ୍ ଦଳେଇ ନାମକ ଦଲାଲ । ପରବର୍ତ୍ତି ସମୟରେ ଜମି ଦେବାର ତ ଦୁରର କଥା ଟଙ୍କା ହଡ଼ପ କରି ଲୁଚି ବୁଲୁଥିଲା । ଏନେଇ ଗତ ୧ ବର୍ଷତଳେ ଏୟାରପୋର୍ଟ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଅଭିଯୋଗର ୧ ବର୍ଷ ପରେ ବୁଧବାର ଦିନ ଠକକୁ ଗିରଫ କରାଯାଇଛି 

 

 

ସେହିଭଳି ଜଣେ ଚନ୍ଦରା ସାହୁ ନାମକ ମହିଳାଙ୍କ ସହ ବନ୍ଧୁତା ଗଢ଼ି ଧାର ଆକାରରେ ୩ ଲକ୍ଷ ଟଙ୍କା ନେଇ ଫେରାର ରହିଥିଲା ଜଣେ ଓଲଟାଉନ୍ ଅଞ୍ଚଳର ଲିଙ୍ଗରାଜ ପତି ନାମକ ଠକ । ଏନେଇ ମହିଳା ଜଣଙ୍କ ଏୟାରପୋର୍ଟ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଠକକୁ ଗିରଫ କରିଛି ।

Related News
satta king tw