Top Stories

Search here...

News

ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ ୪୫ କେଜି ଗଞ୍ଜେଇ ସହ କାର ଜବତ

Posted On - 7 hours ago
Edited By Team BbsrReporters
LAST UPDATED Sep 23, 2021 05:35 PM

ଜଣେ କନ୍ଧମାଳର ସୁଶାନ୍ତ ଦିଗାଲ ନାମକ ବେପାରୀକୁ ଗିରଫ କରିବା ସହ କାର ଭିତରୁ ୪୫ କେଜି ଗଞ୍ଜେଇ ଜବତ କରାଯାଇଛି ।

 

BBSR Reporters

 

ଭୁବନେଶ୍ୱର: କନ୍ଧମାଳରୁ ଏକ କାରରେ ଭାୟା ଭୁବନେଶ୍ୱର ଦେଇ ଭଦ୍ରକ ଗଞ୍ଜେଇ ଚାଲାଣବେଳେ ରସୁଲଗଡ଼ ପଳାସୁଣି ଛକରେ କାରକୁ ଧରିଲା ମଞ୍ଚେଶ୍ୱର ଥାନା ପୁଲିସ । ଜଣେ କନ୍ଧମାଳର ସୁଶାନ୍ତ ଦିଗାଲ ନାମକ ବେପାରୀକୁ ଗିରଫ କରିବା ସହ କାର ଭିତରୁ ୪୫ କେଜି ଗଞ୍ଜେଇ ଜବତ କରାଯାଇଛି ।

 


 ସୂଚନା ଥାଉକି, ବୁଧବାର ଦିନ ୮ଟା ସମୟରେ ଏକ କାରରେ କନ୍ଧମାଳରୁ ଗଞ୍ଜେଇ ଲୋଡ କରି ଭାୟା ଭୁବନେଶ୍ୱର ଦେଇ ଭଦ୍ରକ ଚାଲାଣ ହେଉଥିବା ମଞ୍ଚେଶ୍ୱର ଥାନା ଅଧିକାରୀ ସୁଧୀର ସାହୁ ଜାଣିବାକୁ ପାଇଥିଲେ । ଖବର ପାଇବା ପରେ ଶ୍ରୀ ସାହୁ ଟିମ ନେଇ ପଳାସୁଣି ଛକରେ ଛପି ବସିଥିଲେ । ଠିକ ୧୦ଟା ସମୟରେ କାର ଟି ପଳାସୁଣି ଛକରେ ପହଞ୍ଚିବା ବେଳେ ମଞ୍ଚେଶ୍ୱର ଥାନା ଅଧିକାରୀ ସମେତ ଟିମ ଆଗରୁ ପଛରୁ ଘେରିଯାଇଥିଲେ । ପରେ କାରକୁ ଜବତ କରିବା ସହ ବେପାରୀକୁ ଗିରଫ କରାଯାଇଛି । କାରକୁ ଚେକିଂ ବେଳେ ଗାଡି ଭିତରୁ ୪୫ କେଜି ଗଞ୍ଜେଇ ଜବତ କରାଯାଇଛି ।  

Related News
satta king tw