Top Stories

Search here...

News

ଗଣ୍ଡଗୋଳ ସମୟରେ ପିସିଆର କର୍ମଚାରୀଙ୍କୁ ଆକ୍ରମଣ

Posted On - 7 hours ago
Edited By Team BbsrReporters
LAST UPDATED Sep 23, 2021 05:34 PM

ମଙ୍ଗଳବାର ସନ୍ଧ୍ୟାରେ ସାଲିଆସାହିରେ ଗଣ୍ଡଗୋଳ ହେଉଥିବା ଖବର ପାଇଁ ବସ୍ତିରେ ପହଞ୍ଚିଥିଲା ନୟାପଲ୍ଲୀ ଥାନାର ପିସିଆର ଭ୍ୟାନ୍‌

 

BBSR Reporters

 

ଭୁବନେଶ୍ୱର: ଗଣ୍ଡଗୋଳ ସମୟରେ ପିସିଆର କର୍ମଚାରୀଙ୍କୁ ମାଡ ଓ ଗାଳିମନ୍ଦ କରିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ନୟାପଲ୍ଲୀ ଥାନା ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ, ସାଲିଆସାହି ନିରାଙ୍କାରୀ ନଗର ବସ୍ତିର ଗୌତମ ସାହା ଓ ଅନିତା ସାହା ।

 


ମଙ୍ଗଳବାର ସନ୍ଧ୍ୟାରେ ସାଲିଆସାହିରେ ଗଣ୍ଡଗୋଳ ହେଉଥିବା ଖବର ପାଇଁ ବସ୍ତିରେ ପହଞ୍ଚିଥିଲା ନୟାପଲ୍ଲୀ ଥାନାର ପିସିଆର ଭ୍ୟାନ୍ । ଘଟଣା ସ୍ଥଳରେ ପୁଲିସ ଉଭୟଙ୍କୁ ବୁଝାସୁଝା କରିବା ବେଳେ ହଠାତ ୩ ଜଣ ମହିଳା ଓ ୫ ଜଣ ଯୁବକ ପୁଲିସକୁ ଆକ୍ରମଣ କରିବା ସହ ଭାସା ଅଭାସାରେ ଗାଳିମନ୍ଦ କରିଥିଲେ । ଯାହାଫଳରେ ପିସିଆର ଭ୍ୟାନ୍ ଘଟଣା ସ୍ଥଳରୁ ଫେରିଆସିବା ସହ ଥାନାରେ ଅଭିଯୋଗ କରିଥିଲେ ଆକ୍ରମଣର ଶିକାର ହୋଇଥିବା ହାବିଲଦାର । ଏନେଇ ନୟାପଲ୍ଲୀ ଥାନା ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇ ୨ ଜଣଙ୍କୁ ଗିରଫ କରିଛି । ବାକି ୬ ଜଣ ଫେରାର ଥିବା ଜଣାପଡ଼ିଛି ।  

Related News
satta king tw