Top Stories

Search here...

News

ବିଶ୍ୱସ୍ତରୀୟ ହେବ ଭୁବନେଶ୍ୱର ରେଳ ଷ୍ଟେସନ; ଖର୍ଚ୍ଚ ହେବ ୧୦୭୫ କୋଟି ଟଙ୍କା

Posted On - 1 day ago
Edited By Team BbsrReporters
LAST UPDATED Jul 25, 2021 07:47 AM

ଏଥିରେ ସପିଂ କମ୍ପ୍ଲେକ୍ସ, ରେଷ୍ଟୁରାଣ୍ଟ, ପାର୍କିଂ ଓ ଅନ୍ୟାନ୍ୟ ସୁବିଧା ସହ ୨ଟି ଅତିରିକ୍ତ ରେଳ ଲାଇନ୍ ମଧ୍ୟ ନିର୍ମାଣ ହେବ ।

 

BBSR Reporters

 

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନରେ ବିଶ୍ୱସ୍ତରୀୟ ହେବ ।  ଆସନ୍ତା ୬ମାସ ମଧ୍ୟରେ ଏନେଇ ଟେଣ୍ଡର ଡକାଯିବ  ପରେ ଯୋଜନା ଅନୁସାରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପୂର୍ବତଟ ରେଳବାଇ ଜେନେରାଲ ମ୍ୟାନେଜର ବିଦ୍ୟା ଭୂଷଣ କହିଛନ୍ତି ।


ଶ୍ରୀ ଭୂଷଣ ଭୁବନେଶ୍ୱର ରେଳଷ୍ଟେସନ ପରିଦର୍ଶନରେ ଯାଇ ସେଠାରେ ଆବଶ୍ୟକ ଭିତ୍ତିଭୂମି ଅନୁଧ୍ୟାନ କରିବା ପରେ କହିଛନ୍ତି, ଭୁବନେଶ୍ୱର ରେଳଷ୍ଟେସନର ଭିତ୍ତିଭୂମି ପୁନଃବିକଶିତ କରିବା ପାଇଁ ରାଜ୍ୟ ସରକାର ଓ ପୂର୍ବତଟ ରେଳବାଇ ମଧ୍ୟରେ ୨୦୧୯ ସେପ୍ଟେମ୍ବର ମାସରେ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା । ଓଡ଼ିଶା ସରକାରଙ୍କ ସହଯୋଗରେ ଭୁବନେଶ୍ୱର ରେଳ ଷ୍ଟେସନକୁ ପ୍ରାୟ ୧୦୭୫କୋଟି ଟଙ୍କା ବ୍ୟୟରେ ବିକଶିତ କରାଯିବ ।


ଏହି ମଲ୍ଟି ବିଲ୍ଡିଂରେ ସପିଂ କମ୍ପ୍ଲେକ୍ସ, ରେଷ୍ଟୁରାଣ୍ଟ, ପାର୍କିଂ ଓ ଅନ୍ୟାନ୍ୟ ସୁବିଧା ସହ ୨ଟି ଅତିରିକ୍ତ ରେଳ ଲାଇନ୍ ମଧ୍ୟ ନିର୍ମାଣ ହେବ । ଏହା ସହ ଅତ୍ୟାଧୁନିକ ବ୍ୟବସାୟିକ କେନ୍ଦ୍ର ଭାବେ ନିର୍ମାଣ କରାଯିବ, ଯାହାକି ପୂର୍ବ ଭାରତରେ ସବୁଠୁ ଭଲ ରେଳଷ୍ଟେସନ ହେବ । ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ନିୟମିତ ଭାବେ ଏନେଇ ବୈଠକ ଜାରି ରହିଛି । ଏହି ରେଳଷ୍ଟେସନର ଭିତ୍ତିଭୂମି ବିକଶିତ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଓ ନିର୍ମାଣ ପାଇଁ ପ୍ଲାନ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି  । 


ତେବେ ବିସ୍ତୃତ ପ୍ରକଳ୍ପର ଆକଳନ ଅର୍ଥ ଚୂଡ଼ାନ୍ତ ପରେ ୬ମାସ ସୁଦ୍ଧା ଟେଣ୍ଡର ଡକାଯିବ । ତା’ପରେ ପ୍ଲାନ୍ ଅନୁସାରେ କାର୍ଯ୍ୟ ଆରମ୍ଭ ହେବ । ଭୁବନେଶ୍ୱର ରେଳଷ୍ଟେସନକୁ ଅଧିକ ସୁନ୍ଦର ଓ ଆକର୍ଷଣୀୟ କରିବା ନିମନ୍ତେ ଯଦି କାହାର କିଛି ପରାମର୍ଶ ଥିବ ତାହା ଦେବାକୁ ଶ୍ରୀ ଭୂଷଣ ମଧ୍ୟ ଅପିଲ୍ କରିଛନ୍ତି । ଭୁବନେଶ୍ୱର ରେଳଷ୍ଟେସନରେ ଯାତ୍ରୀଙ୍କ ପାଇଁ ଅଧିକ ସୁବିଧା, ଷ୍ଟେସନର ସୌନ୍ଦର୍ଯ୍ୟକରଣ, ଡ୍ରେନେଜ ବ୍ୟବସ୍ଥା ସମେତ ୬ ନମ୍ବର ପ୍ଲାଟଫର୍ମ ପାଖରେ ଅତିରିକ୍ତ ପାର୍କିଂ ପାଇଁ ସ୍ଥାନ ନିର୍ଦ୍ଧାରଣ କରାଯାଇଥିବା ଜଣାପଡ଼ିଛି ।
 

Related News
satta king tw