Top Stories

Search here...

News

ଟଙ୍କା ବାଂଟିବା ଅଭିଯୋଗ ସହ ବିଜେଡି ବିରୁଦ୍ଧରେ ନିର୍ବାଚନ କମିଶନଙ୍କୁ ତଥ୍ୟ ପ୍ରମାଣ ଦେଲା ବିଜେପି

Posted On - 4 days ago
Edited By Prabir Kumar
LAST UPDATED Mar 26, 2022 10:23 PM

ବିଜେଡି ଭୋଟ ହାତେଇବା ପାଇଁ ଟଙ୍କାକୁ ମୁଖ୍ୟଅସ୍ତ୍ର କରିଛି: ସୁରଥ ବିଶ୍ୱାଳ

 

BBSR Reporters


ଭୁବନେଶ୍ୱର:ସାଧାରଣ ଭୋଟରଙ୍କୁ ପ୍ରଲୋଭିତ କରି ଜୋର ଜବରଦସ୍ତ ଭୋଟ ହାତେଇବା ସୁସ୍ଥ ଗଣତନ୍ତ୍ର ପ୍ରତି ବିପଦ । ଦୀର୍ଘ ୨୨ବର୍ଷ ଧରି ଶାସନ କ୍ଷମତାରେ ରହିବା ପରେ ମଧ୍ୟ ଶାସକ ବିଜେଡି ଭୋଟ ହାତେଇବା ପାଇଁ ଟଙ୍କାକୁ ମୁଖ୍ୟଅସ୍ତ୍ରଭାବେ ବ୍ୟବହାର କରୁଛି । ଦୁର୍ନୀତି ଓ ଭ୍ରଷ୍ଟାଚାର ଦ୍ୱାରା ବିକାଶ ପାଇଁ ଉଦ୍ଧିଷ୍ଟ ଅର୍ଥକୁ ବ୍ୟାପକ ମାତ୍ରାରେ ହରିଲୁଟ କରି ଦଳୀୟ ସ୍ୱାର୍ଥରେ ଖର୍ଚ୍ଚ କରୁଛି ବିଜେଡି ବୋଲି ରାଜ୍ୟ ଓବିସି ମୋର୍ଚ୍ଚାର ସଭାପତି ସୁରଥ ବିଶ୍ୱାଳ କହିଛନ୍ତି ।

 

ପୌର ନିର୍ବାଚନ ପାଇଁ ରାଜ୍ୟବ୍ୟାପୀ ନିର୍ବାଚନ ଆଚରଣ ବିଧି ଜାରୀ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଏହି ସମୟରେ ନିର୍ବାଚନ କିମ୍ବା ଭୋଟରମାନଙ୍କୁ ପ୍ରଭାବିତ କଲା ଭଳି କୈାଣସି କାର୍ଯ୍ୟକ୍ରମ ଉପରେ ନିଷେଧାଦେଶ ବଳବତର ରହିଛି । କିନ୍ତୁ ବିଜୁ ଜନତା ଦଳର ମନ୍ତ୍ରୀ ଓ ନେତାମାନେ ଏହାର ଖୋଲାଖୋଲି ଉଲଘଂନ କରୁଛନ୍ତି । ଭୁବନେଶ୍ୱର ମହାନଗର ନିଗମ ଜାଗମରା ଅନ୍ତର୍ଗତ ୬୩ନଂ ୱାର୍ଡରେ ବିଜେଡି ପ୍ରାର୍ଥୀନି ଶ୍ରୀମତୀ ରୁନୁ ଜେନା ଦିବା ଆଲୋକରେ ଟଙ୍କା ବାଂଟୁବା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ।ତେଣୁ ରାଜ୍ୟ ରାଜ୍ୟ ନିର୍ବାଚନ କମିଶନ ଏହାକୁ ଗୁରୁତ୍ୱର ସହ ବିଚାର କରି ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ତରଫରୁ ଦାବି କରାଯାଇଛି । 


ପଂଚାୟତ ନିର୍ବାଚନରେ ବିଜୁ ଜନତା ଦଳର ଗୁଣ୍ଡାଗର୍ଦ୍ଧି, ସାମ୍ବାଦିକଙ୍କୁ ମାଣ୍ଡ, ଭୋଟ ବାକ୍ସ ପାଣିକୁ ଫିଙ୍ଗିବା ଭଳି ଜଘନ୍ୟକାଣ୍ଡ ଘଟାଇଥିଲେ ବି ଏହାକୁ ସରକାରୀ କର୍ମଚାରୀମାନେ ସାହାଯ୍ୟ କରୁଥିଲେ । ଏବେ ପୌର ନିର୍ବାଚନ ପ୍ରଚାର ସମୟରେ ସମାନ ପରିସ୍ଥିତି ଦେଖିବାକୁ ମିଳୁଛି । ବିଜୁ ଜନତା ଦଳର ମନ୍ତ୍ରୀମାନେ କଳ, ବଳ ନିଜ ଆୟତରେ ଦୁର୍ନତି କରିବାରେ ଲାଗିଛନ୍ତି । ଯାହା ସ୍ୱଚ୍ଛ ଦିବାଲୋକରେ ପରିଦୃଷ୍ଟ ହେଉଛି । ବିଜେଡି ପ୍ରାର୍ଥୀ ରୁନୁ ଜେନା ଦିନ ଦ୍ୱିପହରେ ଟଙ୍କା ବାଂଟିବା ଫଟୋ ଭାରତୀୟ ଜନତା ପାର୍ଟି ପାଖରେ ରହିଛି । ଶ୍ରୀମତୀ ଜେନାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ବାଚନ କମିଶନଙ୍କୁ ଦାବି କରିଛି ବିଜେପି । 


ଏହି ପ୍ରତିନିଧି ଦଳରେ ରାଜ୍ୟ ଓବିସି ମୋର୍ଚ୍ଚାର ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟନ୍ତ ଜେନା, ଓବିସି ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ସିଦ୍ଧାର୍ଥ ଶଙ୍କର ପତି, ମହିଳା ମୋର୍ଚ୍ଚା ଗଣମାଧ୍ୟମ ସଂଯୋଜକ ସୁଚରିତା ଜେନାମଣିପ୍ରମୁଖ ଉପସ୍ଥିତ ଥିଲେ । 

Related News
satta king tw