Top Stories

Search here...

News

ରୁଷ ଓ ୟୁକ୍ରେନ ଯୁଦ୍ଧ; ୫୦ ଟଙ୍କା ବଢିଲାଣି ଖାଇବା ତେଲ ଦର

Posted On - 3 months ago
Edited By Prabir Kumar
LAST UPDATED Jun 28, 2022 04:43 AM

ଓଡିଶାରେ ଆସନ୍ତା ସପ୍ତାହକ ଭିତରେ ଖାଇବା ତେଲର ଦାମ ୫୦ ଟଙ୍କା ବଢିଯିବ ବୋଲି କହିଛି ଓଡିଶା ବ୍ୟବସାୟୀ ମହାସଂଘ । କାରଣ ସପ୍ତାହକ ମଧ୍ୟରେ ଗଚ୍ଛିତ ତେଲ ସରିଯିବ ।

 

BBSR Reporters


ଭୁବନେଶ୍ୱର: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ରୋଷେଇଶାଳା ଉପରେ ମାଡ କରିଛି । ଗୋଟିଏ ସପ୍ତାହ ଭିତରେ କୋରାପୁଟ ଜିଲ୍ଲାରେ ଖାଇବା ତେଲର ଦାମ ପ୍ରାୟ ୫୦ ଟଙ୍କା ବଢିଯାଇଛି । ଆମ ଦେଶରେ ୭୦ ପ୍ରତିଶତ ଖାଇବା ତେଲ  ବିଦେଶରୁ ଆମଦାନୀ ହୋଇଥାଏ।ଏବେ ଯୁଦ୍ଧ ଯୋଗୁଁ ତେଲ ଆମଦାନୀ ବାଧାପ୍ରାପ୍ତ ହୋଇଛି । ଆଉ ଏହାର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ କୋରାପୁଟ, ଜୟପୁର ଅଂଚଳରେ ପୁରୁଣା ଷ୍ଟକକୁ ଚଢା ଦରରେ ବିକ୍ରି କରୁଛନ୍ତି ।

 

କୋରାପୁଟ ଜିଲ୍ଲାରେ ୬ ମା ତଳେ ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ପାମୋଲିନ୍, ରିଫାଇନ୍, ସୂର୍ଯ୍ୟମୁଖୀ ଓ ସୋୟାବିନ ତେଲ ଦର ଲିଟର ପିଛା ଶହେ ଟଙ୍କା ଦରରେ ବିକ୍ରି ହେଉଥିଲା । କିନ୍ତୁ ଏବେ ତାହା ୧୫୫ରୁ ୧୬୫ ଟଙ୍କାରେ ବିକ୍ରି ହେଉଛି । ଗତ ମାସକ ଭିତରେ ରିଫାଇନ ତେଲ ଲିଟର ପିଛା ୧୧୫ରୁ ୧୬୫ ଟଙ୍କାକୁ ବୃଦ୍ଧି ପାଇଛି ।

 

ସେପଟେ ଓଡିଶାରେ ଆସନ୍ତା ସପ୍ତାହକ ଭିତରେ ଖାଇବା ତେଲର ଦାମ ୫୦ ଟଙ୍କା ବଢିଯିବ ବୋଲି କହିଛି ଓଡିଶା ବ୍ୟବସାୟୀ ମହାସଂଘ । କାରଣ ସପ୍ତାହକ ମଧ୍ୟରେ ଗଚ୍ଛିତ ତେଲ ସରିଯିବ । ଓଡିଶାକୁ ବାର୍ଷିକ ୬ ଲକ୍ଷ ଟନ୍  ଓଡିଶାକୁ ଆସିଥାଏ । ଏବେ ଯୁଦ୍ଧ ଯୋଗୁଁ ତେଲ ଆମଦାନୀ ବାଧାପ୍ରାପ୍ତ ହୋଇଛି । ତେଣୁ ଖାଇବା ତେଲ ଦର ବଢିବ ବୋଲି କହିଛନ୍ତି ଓଡିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା ।  

Related News
satta king tw