Top Stories

Search here...

News

ଟୁଇଟର ପରେ କୋକାକୋଲା କମ୍ପାନୀ ଉପରେଏଲନ ମସ୍କଙ୍କ ଆଖି; ଭାଇରାଲ ହେଉଛି ମସ୍କଙ୍କ ଟୁଇଟ୍

Posted On - 2 months ago
Edited By Jyotirmayee Patanaik
LAST UPDATED Jun 30, 2022 10:55 AM

ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଗୁରୁବାର ଏକ ଟୁଇଟ୍ କରି କହିଛନ୍ତି, ଭବିଷ୍ୟତରେ ସେ କୋକାକୋଲାକୁ କିଣିବେ ଏବଂ ସେଥିରୁ କୋକିନ୍ ବାହାର କରିବେ ।

 

BBSR Reporters


ଭୁବନେଶ୍ୱର: ଟୁଇଟରକୁ କିଣିବା ପରେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଆଖି ଥଣ୍ଡା ପାନୀୟ ଜଳ କମ୍ପାନୀ କୋକାକୋଲା ଉପରେ ପଡିଛି । ମସ୍କ ଗୁରୁବାର ଏକ ଟୁଇଟ୍ କରି କହିଛନ୍ତି, ଭବିଷ୍ୟତରେ ସେ କୋକାକୋଲାକୁ କିଣିବେ ଏବଂ ସେଥିରୁ କୋକିନ୍ ବାହାର କରିବେ । ଯାହା ଏବେ ସୋଶିଆଲ ମିଡିଆ ସାଇଟ୍ ଟୁଇଟରରେ ଭାଇରାଲ ହେବାରେ ଲାଗିଛି । କୋକାକୋଲା ଏବେ ଟୁଇଟରରେ ଟ୍ରେଣ୍ଡ କରୁଛି ।

 

ମସ୍କଙ୍କ ଏହି ଟୁଇଟ୍କୁ ଦୁଇ ଘଂଟା ଭିତରେ ୧ ମିଲିୟନରୁ ଅଧିକ ଲାଇକ୍ ମଳିଥିବା ବେଳେ ୨ ଲକ୍ଷରୁ ଅଧିକ ରି ଟୁଇଟ୍ କରିଛନ୍ତି । ୬୦ ହଜାରରୁ ଅଧିକ ଲୋକ ଏହି ଟୁଇଟରେ କମେଂଟ୍ ମଧ୍ୟ କରିଛନ୍ତି । ୨୦୧୭ରେ ମସ୍କ ଏପରି ଏକ ଟୁଇଟ କରି ଟୁଇଟରକୁ କିଣିବାକୁ କହିଥିଲେ । ଏହାର ୫ ବର୍ଷ ପରେ ସେ ଏବେ ଟୁଇଟରକୁ ୩ ଲକ୍ଷ ୩୬ହଜାର କୋଟିରେ ଟଙ୍କାରେ କିଣିଛନ୍ତି ।

 

ସଫ୍ଟ ଡ୍ରିଙ୍କ୍ କମ୍ପାନୀ କୋକାକୋଲାର ଦୁଇଟି ମୁଖ୍ୟ ଜିନିଷ ବ୍ୟବହାର କରିଥାଏ  । ଗୋଟିଏ ହେଉଛି କୋକୋ ଲିଭ୍ସ ଏବଂ କୋଲା ନଟସ୍ । କୋଲା ନଟସ୍ କଫିନ୍ରୁ ମିଳିଥାଏ । ଏବଂ କୋକା ଲିକସ୍ ସାଇକୋଆକ୍ଟିକ୍ ଡ୍ରଗ୍ସ କୋକିନ୍ ବାହାର କରାଯାଇଥାଏ । ଆଉ ସଫ୍ଟ ଡ୍ରିଙ୍କରେ କୋଭିନ୍ ମିଶିକରି ଥିବା କୋକା ପତ୍ରକୁ ବ୍ୟବହାର କରାଯାଇଥାଏ । କିନ୍ତୁ ମସ୍କ କେଉ: କୋକିନ୍ ବାହାର କରିବାକୁ ଲେଖିଛନ୍ତି ସେ ବିଷୟରେ ସ୍ପଷ୍ଟ ସୂଚନା ମିଳିନାହିଁ ।
 

Related News
satta king tw