Top Stories

Search here...

News

ୟୁକ୍ରେନ୍-ରୁଷିଆ ଯୁଦ୍ଧ ଭିତରେ ଖସିଲା ସେୟାର ମାର୍କେଟ; ଶହେ ଡଲାର ଟପିଲା ଅଶୋଧିତ ତୈଳ ଦର

Posted On - 3 months ago
Edited By Prabir Kumar
LAST UPDATED Jun 28, 2022 11:13 PM

ଋଷର ବିଭିନ୍ନ ବ୍ୟକ୍ତି ଅବା ଋଷ ମାଲିକାନା ଥିବା ମାର୍କେଟ ସେୟାରରେ ବହୁତ ହ୍ରାସ ହୋଇଥିବା ଦେଖିବାକୁ ମିଳିଛି ।

 

BBSR Reporters


ନୂଆଦିଲ୍ଲୀ: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ଭାରତୀୟ ବଜାରରେ ନିଆଁ ଲଗାଇଛି । ସେନସେକ୍ସ ୨ ହଜାର ୭ ଶହ ପଏଂଟ ତଳକୁ ଖସିଛି । ନିଫଟି ୧୬ ହଜାର ୩ ଶହ ପଏଂଟ ଖସିଛି । ଏହାଦ୍ୱାର ନିବେଶକ ପ୍ରାୟ ୧୩. ୬ ଲକ୍ଷ କୋଟି ହରାଇଛନ୍ତି । ସେନସେକ୍ସ ଇତିହାସରେ ଚତୁର୍ଥ ଥର ପାଇଁ ବଜାର ଏଭଳି ଖସିଛି । ବିଶେଷଜ୍ଞ ଆକଳନ କରିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଗାମୀ ଦିନରେ ମୁଦ୍ରାସ୍ପୀତି ପ୍ରଭାବିତ କରିବ । ଏହାର ପ୍ରଭାବ ସାରା ବିଶ୍ୱରେ ଦୀର୍ଘ ସମୟ ଧରି ରହିବ ବୋଲି ଆକଳନ କରିଛନ୍ତି ।

 

ସାରା ବିଶ୍ୱରେ ମହାମାରୀ କରୋନା ଦୁର୍ବଳ ହେଉଥିବା ବେଳେ ରୁଷର ଏହି ମହାଯୁଦ୍ଧ ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । ସେହିପରି ଋଷର ବିଭିନ୍ନ ବ୍ୟକ୍ତି ଅବା ଋଷ ମାଲିକାନା ଥିବା ମାର୍କେଟ ସେୟାରରେ ବହୁତ ହ୍ରାସ ହୋଇଥିବା ଦେଖିବାକୁ ମିଳିଛି । ସେପଟେ ଅର୍ନ୍ତଜାତୀୟ ବଜାରରେ ଶହେ ଡଲାର ଟପିଛି ଅଶୋଧିତ ତେଳ ଦର । ମାଚ୍ଚ ୧୦ ତାରିଖ ପରେ ତେଲ ଦର ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି । କାରଣ ଆସନ୍ତା ୭ ତାରିଖରେ  ୫ଟି ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନ ଶେଷ ହୋଇଛି । 
 

Related News
satta king tw