Top Stories

Search here...

News

ପ୍ରତିରକ୍ଷା କ୍ଷେତ୍ରରେ ଆଇଟିର ବିନିଯୋଗ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁରୁତ୍ୱ

Posted On - 3 months ago
Edited By Prabir Kumar
LAST UPDATED Jun 29, 2022 11:37 PM

ଏଥର ବଜେଟ୍ରେ ପ୍ରତିରକ୍ଷା କ୍ଷେତ୍ରରେ ୭୦ ପ୍ରତିଶତ ସମଗ୍ରୀ ନିଜ ଦେଶରେ ନିର୍ମାଣ କରିବାକୁ ଲକ୍ଷ୍ୟ ରଖଯାଇଛି । ୨୦୦ ଘରୋଇ ସଂସ୍ଥା ଡିଫେନ୍ସ ପ୍ଲାଟଫର୍ମ ଏବଂ ଯନ୍ତ୍ରପାତି  ନିର୍ମାଣ କାର୍ଯ୍ୟ କରୁଛନ୍ତି । ଡିଫେନ୍ସ ସାମ୍ରଗୀ କ୍ଷେତ୍ରରେ ଗବେଷଣା, ଡିଜାଇନ ଏବଂ  ବିକାଶ ଉପରେ କାର୍ଯ୍ୟ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

 

BBSR Reporters

 

ନୂଆଦିଲ୍ଲୀ: ଭାରତର ମୁଖ୍ୟ ଶକ୍ତି ହେଉଛି ସୂଚନା ଓ ପ୍ରଯୁକ୍ତିବିଦ୍ୟା ତଥା ଆଇଟି  । ଏହାକୁ ଯେତେ ଅଧିକ ଆମେ ପ୍ରତିରକ୍ଷା କ୍ଷେତ୍ରରେ ବିନିଯୋଗ କରିବା ଆମ ସୁରକ୍ଷା ବ୍ୟବସ୍ଥା ଆହୁରୀ ଅଧିକ ଶୁନିଶ୍ଚିତ ହେବ ।  ବଜେଟ୍ ପରବର୍ତି  ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିଭରଶୀଳ ଉପରେ ୱେବିନାରକୁ ଉଦଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି କହିଛନ୍ତି ।


ମୋଦି କହିଛନ୍ତି, ଯେତେବେଳେ ଅସ୍ତ୍ରଶସ୍ତ୍ର୍ର, ଗୁଳା ବାରୁଦ ବାହାରୁ କିଣିଛୁ ସେତେବେଳେ ସୁରକ୍ଷା ବହୀନୀରେ ଏହା ସାମିଲ ହେବାରେ ବହୁତ ବିଳମ୍ବ ହେଉଛି । ଏପରିକି ସୁରକ୍ଷା  ବାହୀନୀରେ ଯୋଡିହେବା ବେଳେକୁ ଏହାର ଅବଧି ଶେଷ ହୋଇଯାଉଛି ।  ଏଥର ବଜେଟ୍ରେ ପ୍ରତିରକ୍ଷା କ୍ଷେତ୍ରରେ ୭୦ ପ୍ରତିଶତ ସମଗ୍ରୀ ନିଜ ଦେଶରେ ନିର୍ମାଣ କରିବାକୁ ଲକ୍ଷ୍ୟ ରଖଯାଇଛି । ୨୦୦ ଘରୋଇ ସଂସ୍ଥା ଡିଫେନ୍ସ ପ୍ଲାଟଫର୍ମ ଏବଂ ଯନ୍ତ୍ରପାତି  ନିର୍ମାଣ କାର୍ଯ୍ୟ କରୁଛନ୍ତି ।

 

ଡିଫେନ୍ସ ସାମ୍ରଗୀ କ୍ଷେତ୍ରରେ ଗବେଷଣା, ଡିଜାଇନ ଏବଂ  ବିକାଶ ଉପରେ କାର୍ଯ୍ୟ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।୫୪ ହଜାର କୋଟିର ଘରୋଇ ସାମଗ୍ରୀ କିଣିବା ପାଇଁ ଚୁକ୍ତି କରାଯାଇଛି । ସୁରକ୍ଷାର ମୁଖ୍ୟ ବିଷୟ ହେଉଛି ସ୍ୱତନ୍ତ୍ର ଏବଂ ନିଜସ୍ୱ ସାମଗ୍ରୀର ବିକାଶ କରିବା ।  ଯଦି ୧୦ ଟି ଦେଶ ପାଖରେ ସମାନ ଧରଣର ପ୍ରତିରକ୍ଷା ସାମଗ୍ରୀ ରହିବ ତେବେ ତୁମର ପ୍ରତିରକ୍ଷା ବାହୀନୀର କୌଣସି ସ୍ୱତନ୍ତ୍ରତା ରହିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
 

Related News
satta king tw