Top Stories

Search here...

News

୮ ବର୍ଷର  ସର୍ବୋଚ୍ଚ ସ୍ତରରେ ପଂହଚିଛି ଖୁଚୁରା ମୁଦ୍ରାସ୍ପୀତି

Posted On - 1 month ago
Edited By Prabir Kumar
LAST UPDATED Jun 29, 2022 08:22 PM

ଖାଦ୍ୟ ଓ ଇନ୍ଧନ ସାମଗ୍ରୀର ଅତ୍ୟଧିକ ଦରବୃଦ୍ଧି ଫଳରେ  ଏପ୍ରିଲ ମାସରେ ଦେଶର ଖୁଚୁରା ମୁଦ୍ରାସ୍ପୀତି ୮ ବର୍ଷର ସର୍ବୋଚ୍ଚ ସ୍ତରରେ ପହଂଚିଛି ।  ଏହି ସ୍ତର ଏବେ  ୭.୭୯ ପ୍ରତିଶତରେ ପଂହଚିଛି ।

 

BBSR Reporters


ନୂଆଦିଲ୍ଲୀ:  ୮ ବର୍ଷର  ସର୍ବୋଚ୍ଚ ସ୍ତରରେ ପଂହଚିଛି ଖୁଚୁରା ମୁଦ୍ରାସ୍ପୀତି । ଖାଦ୍ୟ ଓ ଇନ୍ଧନ ସାମଗ୍ରୀର ଅତ୍ୟଧିକ ଦରବୃଦ୍ଧି ଫଳରେ  ଏପ୍ରିଲ ମାସରେ ଦେଶର ଖୁଚୁରା ମୁଦ୍ରାସ୍ପୀତି ୮ ବର୍ଷର ସର୍ବୋଚ୍ଚ ସ୍ତରରେ ପହଂଚିଛି ।  ଏହି ସ୍ତର ଏବେ  ୭.୭୯ ପ୍ରତିଶତରେ ପଂହଚିଛି ।

 

 ୨୦୧୪ ମେ ମାସରେ  ଦେଶର ଖୁଚୁରା ମୁଦ୍ରାସ୍ପୀତି ୮.୩୩ ପ୍ରତିଶତ ରହିଥିଲା ।  ଚଳିତବର୍ଷ  ମାର୍ଚ ମାସରେ  ଖୁଚୁରା ମୁଦ୍ରାସ୍ପୀତି ୬.୯୫ ପ୍ରତିଶତ ଓ ଗତବର୍ଷ ଏପ୍ରିଲରେ  ୪.୨୩ ପ୍ରତିଶତ ରହିଥିଲା । ୨୦୨୨ ଜାନୁଆରୀ ମାସରୁ  ଦେଶରେ ଖୁଚୁରା ମୁଦ୍ରାସ୍ପୀତି ୬ ପ୍ରତିଶତ ଉପରେ  ରହିଛି ।  

 

ମୁଦ୍ରାସ୍ପୀତିକୁ ୪ ପ୍ରତିଶତ ସ୍ତରରେ ରଖିବା ପାଇଁ ସରକାର ରିଜର୍ଭ ବ୍ୟାଙ୍କକୁ କହିଛନ୍ତି ।  ତେବେ ଏଥିରେ ୨ ପ୍ରତିଶତ ହ୍ରାସ-ବୃଦ୍ଧିକୁ  ଅନୁମତି ଦିଆଯାଇଛି । ତେବେ ଚଳିତ ବର୍ଷ ଜାନୁଆରୀ  ଦେଶର ଖୁଚୁରା ମୁଦ୍ରାସ୍ପୀତି ହାର ୬ ପ୍ରତିଶତରୁ ଅଧିକ ରହିଆସୁଛି ।  ୟୁକ୍ରେନ-ଋଷ ଯୁଦ୍ଧ ଯୋଗୁଁ ଅଶୋଧିତ ତୈଳ ବୃଦ୍ଧି ପାଇଛି ।  ଫଳରେ  ପେଟ୍ରୋଲ ଓ ଡିଜେଲ ଦର ବୃ୍ଦ୍ଧି ପାଇଛି ।  ଖାଦ୍ୟ  ଓ  ଅନ୍ୟାନ ପରିବହନ ଖର୍ଚ ବି ବୃଦ୍ଧି ପାଇଛି । ଫଳରେ ବଜାର ଦର ବଢିଛି ।  ଖାଇବା ତେଲ ଦର ବୃଦ୍ଧି ପାଇଛି ।

Related News
satta king tw