Top Stories

Search here...

News

୫ ରାଜ୍ୟର ନିର୍ବାଚନ ପରେ ଲଗାତାର ବଢୁଛି ତେଲ ଦର; ୧୩ ଦିନରେ ବଢିଲାଣି ୮ ଟଙ୍କା ୪୯ ପଇସା

Posted On - 2 months ago
Edited By Prabir Kumar
LAST UPDATED Jun 28, 2022 04:42 AM

ଏପରି ସ୍ଥଳେ ତେଲ ଦର ଆହୁରି ୧୨ ଟଙ୍କା ପର୍ଯ୍ୟନ୍ତ ବଢିପାରେ ବୋଲି ବିିଶେଷଜ୍ଞମାନେ ଅନୁମାନ କରୁଛନ୍ତି । 

 

BBSR Reporters


ଭୁବନେଶ୍ୱର: ପ୍ରତିଦିନ ବଢିଚାଲିଛି ତେଲ ଦର । ଏବଂ ଯାହା ଅନୁମାନ କରାଯାଉଥିଲା ତାହା ହିଁ ସତ ହୋଇଛି । ୫ ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହେବା ପରେ ଲଗାତର ବଢୁଛି ପେଟ୍ରୋଲ ଓ ଡିଜେଲ ଦର ।  ବିଗତ ୧୩ ଦିନରେ ୧୧ ଥର ତେଲ ଦର ବଢିଲାଣି । ଆଜି ପୁଣି ପେଟ୍ରୋଲ ଦରରେ ୮୬ ପଇସା ଓ ଡିଜେଲ ଲିଟର ପିଛା ଦର ୮୫ ପଇସା ବୃଦ୍ଧି ହୋଇଛି । ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦର ୧୧୦ ଟଙ୍କା ୩୬ ପଇସା ଓ ଡିଜେଲ ଲିଟର ୧୦୦ ଟଙ୍କା ୧୨ ପଇସା ହୋଇଛି ।

 

୧୩ ଦିନରେ ପେଟ୍ରୋଲ ଦର ମୋଟ୍ ୮ ଟଙ୍କା ୫୬ ପଇସା ଓ ଡିଜେଲ ଲିଟର ପିଛା ଦର ୮ ଟଙ୍କା ୪୯ ପଇସା ବୃଦ୍ଧି ହୋଇସାରିଲାଣି । ଏକକାଳୀନ ୮ ଟଙ୍କା ଦର ବୃଦ୍ଧି ହୋଇଥିଲେ ଗ୍ରାହକଙ୍କୁ ସିଧାସଳଖ ବାଧିଥାନ୍ତା ଓ ଅସନ୍ତୋଷ ବଢିଥାନ୍ତା । ସେଥିପାଇଁ ପ୍ରତିଦିନ ଅଳ୍ପ ଅଳ୍ପ କରି ତେଲ ଦର ବଢାଇ ଚାଲିଛନ୍ତି ତେଲ କମ୍ପାନି । ଏପରି ସ୍ଥଳେ ତେଲ ଦର ଆହୁରି ୧୨ ଟଙ୍କା ପର୍ଯ୍ୟନ୍ତ ବଢିପାରେ ବୋଲି ବିିଶେଷଜ୍ଞମାନେ ଅନୁମାନ କରୁଛନ୍ତି ।

 

୫ ରାଜ୍ୟରେ ନିର୍ବାଚନ ଥିବାରୁ ନଭେମ୍ବର ୪ ତାରିଖରୁ ତେଲ ଦର ସ୍ଥିର ରହିଥିଲା । ଏପରିକି ବିଶ୍ୱ ବଜାରରେ ଅଶୋଧିତ ତେଲ ଦର ୮୪ ଡଲାରରୁ  ବୃଦ୍ଧି ପାଇ ୧୦୦ ଡଲାର ଅତିକ୍ରମ କରିଥିଲେ ମଧ୍ୟ ଖୁଚୁରା ବଜାରରେ ତେଲର ଦର ବଢାଯାଇନଥିଲା । ତେବେ ୟୁକ୍ରେନ-ଋଷ ଯୁଦ୍ଧ ଯୋଗୁ ତେଲ ବୃଦ୍ଧି ପାଉଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

Related News
satta king tw