Top Stories

Search here...

News

ଏବର୍ଷ ବଢ଼ିବନି ବିଜୁଳି ଶୁଳ୍କ; ବିଦୁ୍ୟତ୍ ଯାନ ଚାର୍ଜିଂ ପଏଂଟରେ ରିହାତି ଘୋଷଣା କଲେ ଓଇଆରସି

Posted On - 3 months ago
Edited By Team BbsrReporters
LAST UPDATED Jun 30, 2022 12:56 PM

ବିଭିନ୍ନ ବର୍ଗର ବିଦ୍ୟୁତ ଉପଭୋକ୍ତାଙ୍କୁ ପାଇଁ ଓଇଆରସି କେତେକ ରିହାତି ଘୋଷଣା କରିଛନ୍ତି  । ଗ୍ରାମାଂଚଳର ଘରୋଇ ଉପଭୋକ୍ତାମାନେ ଯଦି ସଠିକ୍ ମିଟର ଲଗାଇଥିବେ ଓ ଠିକ୍ ସମୟରେ ବିଲ୍ ପୈଠ କରୁଥିବେ ତାଙ୍କୁ ୟୁନିଟ୍ ପିଛା ଅତିରିକ୍ତ ୧୦ପଇସା ରିହାତି ମିଳିବ  । 

 

BBSR Reporters


ଭୁବନେଶ୍ୱର: ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ନେଇ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପରେ  ଆସନ୍ତା ୨୦୨୨-୨୩ ଆର୍ଥôକ ବର୍ଷ ନିମନ୍ତେ ବିଦ୍ୟୁତ ଶୁଳ୍କକୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି) ଅପରିବର୍ତ୍ତିତ ରଖିଛନ୍ତି  । ୨୦୨୧-୨୨ ଆର୍ଥôକ ବର୍ଷରେ ପ୍ରଚଳିତ ବିଦ୍ୟୁତ ଶୁଳ୍କ ବଳବତ୍ତର ରହିବ ବୋଲି ଓଇଆରସି ଆଜି ସୂଚନା ଦେଇଛନ୍ତି । ରାଜ୍ୟରେ ବିଦ୍ୟୁତ ଚାଳିତ ବାହନର ଚଳପ୍ରଚଳକୁ ପ୍ରୋତ୍ସାହିତ କରିବା ପାଇଁ ଚାର୍ଜିଂ ସେଣ୍ଟରଗୁଡ଼ିକ ନିମନ୍ତେ ଓଇଆରସି ୟୁନିଟ୍ ପିଛା ୫ଟଙ୍କା ୫୦ ପଇସା ନିର୍ଦ୍ଧାରଣ କରିଛନ୍ତି  ।


ତେବେ ବିଭିନ୍ନ ବର୍ଗର ବିଦ୍ୟୁତ ଉପଭୋକ୍ତାଙ୍କୁ ପାଇଁ ଓଇଆରସି କେତେକ ରିହାତି ଘୋଷଣା କରିଛନ୍ତି  । ଗ୍ରାମାଂଚଳର ଘରୋଇ ଉପଭୋକ୍ତାମାନେ ଯଦି ସଠିକ୍ ମିଟର ଲଗାଇଥିବେ ଓ ଠିକ୍ ସମୟରେ ବିଲ୍ ପୈଠ କରୁଥିବେ ତାଙ୍କୁ ୟୁନିଟ୍ ପିଛା ଅତିରିକ୍ତ ୧୦ପଇସା ରିହାତି ମିଳିବ  । ସେ ଅନ୍ୟ ରିହାତି ପାଇବାକୁ ମଧ୍ୟ ହକଦାର ହେବେ  । ସେହିପରି ଜଳସେଚନ ପାଇଁ ମେଗା ଲିଫ୍ଟ ଉପଭୋକ୍ତାମାନେ ବିଦ୍ୟୁତ ଶୁଳ୍କ ଉପରେ ୟୁନିଟ୍ ପିଛା ୨ଟଙ୍କାର ରିହାତି ପାଇବେ ଓ ସେମାନଙ୍କୁ କୌଣସି ଡିମାଣ୍ଡ ଚାର୍ଜ ଦେବାକୁ ପଡ଼ିବ ନାହିଁ  । ଡିଜିଟାଲ ମୋଡରେ ବିଲ୍ ପୈଠ କରୁଥିବା ସମସ୍ତ ଘରୋଇ ଉପଭୋକ୍ତା ଓ ସିଙ୍ଗଲ ଫେଜ୍ ଉପଭୋକ୍ତାଙ୍କୁ ମୋଟ୍ ବିଲ୍ ଉପରେ ଅତିରିକ୍ତ ୩% ରିହାତି ମିଳିବ  । ଏହି ରିହାତି ମଧ୍ୟ ଚଳିତମାସର ବିଲ୍ ପାଇଁ ପ୍ରଯୁଜ୍ୟ ହେବ  ।

 

ସେହିପରି ଏଲଟି ଇଣ୍ଡଷ୍ଟ୍ରିଆଲ ଉପଭୋକ୍ତାମାନେ ମଧ୍ୟ ୟୁନିଟ୍ ପିଛା ୧୦ ପଇସା ରିହାତି ପାଇବେ  । ଯଦି ସେମାନେ ମାସକୁ ୬୦%ରୁ ଅଧିକ ଲୋଡ୍ ଉପଯୋଗ କରୁଥିବେ  । କେବଳ ସେତିକି ନୁହେଁ ଯେଉଁ ଉପଭୋକ୍ତା ନିଜର ୧୦୦ ପ୍ରତିଶତ ବିଦ୍ୟୁତ ଚାହିଦାକୁ ଅକ୍ଷୟଶକ୍ତି ମାଧ୍ୟମରେ ପୂରଣ କରୁଥିବେ ତାଙ୍କୁ ବିଦ୍ୟୁତ ବଣ୍ଟନକାରୀ କମ୍ପାନୀଗୁଡ଼ିକ(ଡିସକମ) ଦ୍ୱାରା ଗ୍ରୀନ କଞ୍ଜୁମର ସାର୍ଟିଫିକେଟ୍ ମିଳିବ  । ତେବେ ଏହି ସୁବିଧା କ୍ୟାପଟିଭ ଜେନେରେଟିଂ ପ୍ଲାଂଟ୍ (ସିଜିପି)ଗୁଡ଼ିକ ନିମନ୍ତେ ଲାଗୁ ହେବନି । ବିଦ୍ୟୁତ କମ୍ପାନୀଗୁଡ଼ିକ ପାଖରେ ୩୫୫ କୋଟି ଟଙ୍କାର ବଳକା ପାଣ୍ଠି ରହିଛି । ଯାହାର ଲାଭ ସେମାନେ ଉଠାଇ ପାରିବେ ବୋଲି ଓଇଆରସି କହିଛନ୍ତି ।

 

ସୂଚନାଯୋଗ୍ୟ, ଶେଷଥର ପାଇଁ ୨୦୨୧ ଏପ୍ରିଲରେ ରାଜ୍ୟରେ ବିଦ୍ୟୁତ ଶୁଳ୍କ ବୃଦ୍ଧି ପାଇଥିଲା  । ସେହି ସମୟରେ ବିଦ୍ୟୁତ ଶୁଳ୍କ ୟୁନିଟ୍ ପିଛା ୩୦ ପଇସା ବୃଦ୍ଧି ପାଇଥିଲା  । ଏହି ବର୍ଦ୍ଧିତ ଦର ଅନୁସାରେ ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରଥମ ୫୦ ୟୁନିଟ୍ ନିମନ୍ତେ ୩ଟଙ୍କା ଲେଖାଏଁ, ୫୦ରୁ ୨୦୦ ୟୁନିଟ୍ ପିଛା ୪ଟଙ୍କା ୮୦ ପଇସା ଲେଖାଏ ୨୦୦ରୁ ୪୦୦ ୟୁନିଟ୍ ପାଇଁ ୫.୮୦ଟଙ୍କା ଲେଖାଏ ଓ ୪୦୦ ୟୁନିଟରୁ ଅଧିକ ବିଦ୍ୟୁତ ପାଇଁ ୬.୨୦ଟଙ୍କା ଲେଖାଏ ବିଦ୍ୟୁତ ଶୁଳ୍କ ଏବେ ଉପଭୋକ୍ତାଙ୍କୁ ଦେବାକୁ ପଡ଼ୁଛି  । 


 

Related News
satta king tw