Top Stories

Search here...

News

ରୋଷେଇ ଘରେ ମହଙ୍ଗା ମାଡ଼: ୧୨୦ ଟଙ୍କା ଛୁଇଁଲା ଟମାଟୋ କିଲୋ

Posted On - 1 month ago
Edited By Prabir Kumar
LAST UPDATED Jun 29, 2022 06:09 PM

ରାଜ୍ୟରେ ଏବେ ଟମାଟୋ ଉପôାଦନ ହେଉନି । ବାହାର ରାଜ୍ୟ ଉପରେ ସଂପୂର୍ଣ୍ଣ ନିର୍ଭର କରୁଛନ୍ତି ବ୍ୟବସାୟୀ । ରାଜ୍ୟ ବାହାରୁ ଆସୁଥିବାରୁ ନିୟନ୍ତ୍ରଣ ବାହାରକୁ ଆସିଯାଇଛି ଦର ।

 

BBSR Reporters


ଭୁବନେଶ୍ୱର: ରୋଷେଇ ଘରେ ମହଙ୍ଗା ମାଡ଼ । ମହଙ୍ଗା ମାଡ଼ରେ ସାଧାରଣ ଲୋକ ହନ୍ତସନ୍ତ ହେଉଥିବା ବେଳେ ରାଜଧାନୀରେ ୧୨୦ ଟଙ୍କା ଛୁଇଁଲା ଟମାଟୋ ଦର । କଟକରେ ବି ଟମାଟୋ କିଲୋ ୧୨୦ଟଙ୍କାରେ ବିକ୍ରି ହେଉଛି । କିଛି ଦିନ ହେଲା ଆକାଶ ଛୁଆଁ ହୋଇଛି ଟମାଟୋ । ବାତ୍ୟା ଭୟରେ ଯୋଗାଣ ବନ୍ଦ ହୋଇଥିବାରୁ ଦର ଏବେ ଆକାଶଛୁଆଁ ରହିଛି । ନାସିକ୍ ଓ ରାୟପୁରରୁ ଟମାଟୋ ଯୋଗାଣ ବନ୍ଦ ହେବା ଯୋଗୁଁ ଦର ୧୨୦ ଟଙ୍କାରେ ପହଂଚିଛି । ଗୋଟିଏ ସପ୍ତାହ ଧରି ୮୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ୧୨୦ ଟଙ୍କା ହୋଇଯାଇଛି ଟମାଟୋର ଦାମ ।

 

ମାତ୍ର ୨ ମାସ ତଳେ ଚାଷୀ ଅଭାବୀ ବିକ୍ରି କରୁଥିବାର ଚିତ୍ର ସାମ୍ନାକୁ ଆସିଥିଲା । କିନ୍ତୁ ଏବେ ପୂରା ଓଲଟି ଯାଇଛି ସ୍ଥିତି ।  ରାଜ୍ୟରେ ଏବେ ଟମାଟୋ ଉପôାଦନ ହେଉନି । ବାହାର ରାଜ୍ୟ ଉପରେ ସଂପୂର୍ଣ୍ଣ ନିର୍ଭର କରୁଛନ୍ତି ବ୍ୟବସାୟୀ । ରାଜ୍ୟ ବାହାରୁ ଆସୁଥିବାରୁ ନିୟନ୍ତ୍ରଣ ବାହାରକୁ ଆସିଯାଇଛି ଦର । ଟମାଟୋ ଏବେ ନିତିଦିନିଆ ଆବଶ୍ୟକ ପରିବା ହୋଇଯାଇଛି । ତେଣୁ ଏପରି ଦରବୃଦ୍ଧି ଯୋଗୁଁ ଖାଉଟିଙ୍କୁ ବାଧୁଛି । ଉଚ୍ଚା ଦାମ ଯୋଗୁଁ ଅଳ୍ପ ପରିମାଣର ଟମାଟୋ କିଣି କାମ ଚଳାଇ ନେଉଛନ୍ତି ଗ୍ରାହକ ।

 

ଏପରିକି ବଜାରକୁ ମଧ୍ୟ ଅଧିକ ପରିମାଣର ଟମାଟୋ ଆସୁନାହିଁ । ଅଳ୍ପ କିଛି ପରିବା ଦୋକାନୀ ଟମାଟୋ ରଖୁଥିବା ଦେଖିବାକୁ ମିଳିଛି । କେବଳ ଟମାଟୋ ନୁହେଁ, ପରିବା ବଜାରରେ ନିଆଁ ଲାଗିଲାଗିଛି । ସବୁ ପରିବା ଦର ବୃଦ୍ଧି ପାଇବାରେ ଲାଗିଛି । ପରିବା ଦର ବଢ଼ିବା ସାଙ୍ଗକୁ ଆମିଂଷ ବଜାରରେ ନିଆଁ ।  କ୍ରମାଗତ ଭାବେ ବଢ଼ି ବଢ଼ି ଚାଲିଛି ଆମିଷ ଦର । କଟକ ଓ ଭୁବନେଶ୍ୱରରେ ୨ରୁ ୩ ମାସ ହେଲାଣି ହୁ ହୁ ହୋଇ ବଢ଼ୁଛି ଆମିଷ ଦର । ମାର୍କେଟରେ ଚିକେନ କିଲୋ ୨୬୦ରୁ ୨୮୦ଟଙ୍କା ରହିଛି ।  କୁକୁଡାଙ୍କ ଖାଦ୍ୟ ଦର ସହ ଚିଆଁ ଦର ବୃଦ୍ଧି ଯୋଗୁଁ ରେଟ ବଢ଼ୁଛି । ଫଳରେ ଅଧିକ ଦରରେ ଚିକେନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ବ୍ୟବସାୟୀ । ଯାହା ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ କରିଛି ।
 

Related News
satta king tw