Top Stories

Search here...

News

ଜିଲ୍ଲା ପ୍ରଶାସନ ସହ ଢିଙ୍କିଆବାସୀଙ୍କ ଆଲୋଚନା; ବାହାରିପାରେ ସମାଧାନର ବାଟ

Posted On - 3 months ago
Edited By Prabir Kumar
LAST UPDATED Jun 30, 2022 01:15 PM

ଅନ୍ୟପଟେ ଢ଼ିଙ୍କିଆକୁ ଯାଇନପାରି ଅଧାବାଟରୁ ଫେରିଥିବା ପରିବେଶବିତ୍ ପ୍ରଫୁଲ ସାମନ୍ତରା ଓ ବରିଷ୍ଠ ସାମ୍ବାଦିକ ରବି ଦାସ ଆଜି ପ୍ରତିିକି୍ରୟା ରଖିଛନ୍ତି ।

 

BBSR Reporters

 

ଢିଙ୍କିଆ: ଢିଙ୍କିଆବାସୀଙ୍କ ସହ ଆଜି ଆଲୋଚନା କରିବ ପ୍ରଶାସନ । ଏ ନେଇ ଢିଙ୍କିଆବାସୀଙ୍କ ପକ୍ଷରୁ  ଜିଲ୍ଲା ପ୍ରଶାସନକୁ ଆଲୋଚନା କରିବାକୁ ଆମନ୍ତ୍ରଣ କରାଯାଇଛି । ଅନ୍ୟପଟେ ଢ଼ିଙ୍କିଆକୁ ଯାଇନପାରି ଅଧାବାଟରୁ ଫେରିଥିବା ପରିବେଶବିତ୍ ପ୍ରଫୁଲ ସାମନ୍ତରା ଓ ବରିଷ୍ଠ ସାମ୍ବାଦିକ ରବି ଦାସ ଆଜି ପ୍ରତିିକି୍ରୟା ରଖିଛନ୍ତି । କହିଛନ୍ତି, ସେମାନଙ୍କୁ କିଛି ଲୋକ ଫୋନ କରି କହିଲେ , ପହଁଚିବା ପରେ ବାଟରେ ଅଟକାଇଲେ । ଗାଡିରୁ ଓହ୍ଲାଇ ଚାଲିଚାଲି ଯିବାକୁ ବାହାରିବାରୁ ସେମାନଙ୍କୁ ଯିବାକୁ ଦେଇନଥିଲେ । ବିରୋଧ କରିଥିଲେ । ଶାନ୍ତି ଭଙ୍ଗ କରିବା ପାଇଁ ପୋଲିସ ଦାୟୀ । ଏବଂ ଢ଼ିଙ୍କିଆ ଲୋକ ପୋଲିସ ଭୟରେ ଅଛନ୍ତି ।

 

 ଗତକାଲି ଢିଙ୍କିଆରେ ସ୍ଥିତି ପରଖିବାକୁ ଯାଇଥିଲେ ପରିବେଶବିତ୍ ପ୍ରଫୁଲ ସାମନ୍ତରାୟ ଓ ବରିଷ୍ଠ ସାମ୍ବାଦିକ ରବି ଦାସ । ହେଲେ ଗ୍ରାମବାସୀ ସେମାନଙ୍କୁ ବିରୋଧ କରିଥିଲେ ।  ଫଳରେ ଗାଁରେ ପଶିବା ପୂର୍ବରୁ ଫେରିଆସିଥିଲେ ପ୍ରଫୁଲ ଓ ରବି । କିଛି ଲୋକ ସେମାନଙ୍କ ରାସ୍ତା ଅବରୋଧ କରିବା ସହ ବାହାର ଲୋକଙ୍କ ପାଇଁ ଗାଁରେ ଅଶାନ୍ତି ସୃଷ୍ଟି ହେଉଛି ବୋଲି କହିଥିଲେ । ବାହାର ଲୋକ ଆସି ଗାଁ ଲୋକଙ୍କୁ ଉଷୁକାଇ  ବିରୋଧ ପଦର୍ଶନ କରିବାକୁ ବାଧ୍ୟ କରିବାକୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ଗ୍ରାମବାସୀ କହିଥିଲେ । ଦୁଇ ଦିନ ତଳେ ଢିଙ୍କିଆର  ଦୁଇ ଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଥିଲା ।

Related News
satta king tw