Top Stories

Search here...

News

କରୋନା ସମୀକ୍ଷା ପେଟ୍ରୋଲ-ଡିଜେଲ ଉପରୁ ଭାଟ କମାଇବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

Posted On - 2 months ago
Edited By Jyotirmayee Patanaik
LAST UPDATED Jun 30, 2022 07:35 AM

କରୋନା ସ୍ଥିତି ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

 

BBSR Reporters


ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।  ଏହି ସମୟରେ ତେଲ ଦର ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ ସାମ୍ନାକୁ ଆସିଛି ।  କରୋନା ସମୀକ୍ଷା ବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇ ତେଲ ଉପରୁ ଭାଟ କମାଇବା ପାଇଁ କହିଛନ୍ତି ନରେନ୍ଦ୍ର ମୋଦି ।  ସେ କହିଛନ୍ତି,  ୬ ମାସ ବିଳମ୍ବ ହେଲେ ବି ରାଜ୍ୟ ସରକାରଗୁଡିକ ତେଲ ଉପରୁ ଟ୍ୟାକ୍ସ କମାଇବା ପାଇଁ ପଦକ୍ଷେପ ନିଅନ୍ତୁ  ।

 

ଯୁଦ୍ଧ ଯୋଗୁଁ ପରିସ୍ଥିତି ଜଟିଳ ହେବାରେ ଲାଗିଛିା ଯୋଗାଣ ବି ବାଧାପ୍ରାପ୍ତ ହୋଇଛି ।  ଏଭଳି ସମୟରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ତାଳମେଳ ରଖିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ତୈଳ ଦର ବୃଦ୍ଧିକୁ ଦୃଷ୍ଟି ରଖି ଗତ ନଭେମ୍ବରରେ କେନ୍ଦ୍ର ସରକାର ଏକ୍ସସାଇଜ ଡ୍ୟୁଟିକୁ କମ କରିଥିଲେ । ଏହାପରେ କିଛି ରାଜ୍ୟ ବି ତେଲ ଉପରୁ ଭାଟ କମାଇଥିଲେ । କିନ୍ତୁ କିଛି ରାଜ୍ୟ ଏବେ ବି  ଭାଟ କମାଇନାହାନ୍ତି ।


ସେହିଭଳି କରୋନା ସ୍ଥିତି ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ଟିକାକରଣ କରୋନା ମୁକାବିଲା ପାଇଁ ବଡ କବଚ । ବର୍ତମାନ କିଛି ରାଜ୍ୟରେ ସଂକ୍ରମଣ ବଢୁଛି । ତେଣୁ ସତର୍କତା ଜରୁରୀ । କରୋନାରୁ ନୂଆ ଭାଂରିଆଟ ଏବେ ୟୁରୋପରେ ବଢିଚାଲିଛି । ତେବେ ଭାରତରେ ଏହି ସ୍ଥିତି ନିୟ୍ନ୍ତ୍ରଣରେ ରହିଛି ।  ତଥାପି ଆମରୁ ଆଲର୍ଟ ରହିବାକୁ ପଡିବ ।

 

ଦୁଇବର୍ଷ ମଧ୍ୟରେ କରୋନାରେ ଯେଉଁ ଳହର ଆସିଛି ସେଥିରୁ ବହୁତ କିଛି ଶିଖିବାକୁ ପଡିଛି । ବର୍ତମାନ କରୋନା ମାମଲା  ବଢୁଥିବାରୁ  ଟିକାକରଣକୁ ପ୍ରାଥମିକତା ଦିଆଯାଉଛି । ବର୍ତମାନ ଛୋଟ ପିଲାଙ୍କୁ ବି ଟିକା ଦିଆଯାଉଛି । ଏ ନେଇ ସମସ୍ତ ସ୍କୁଲରେ ଅଭିଯାନ ଆରମ୍ଭ ହେବା ଦରକାର । ଶିକ୍ଷକ ଓ ଅଭିଭାବକଙ୍କୁ ମଧ୍ୟ  ଏ ନେଇ ପ୍ରସ୍ତୁତ ରହିବାକୁ ପଡିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
 

Related News
satta king tw