Top Stories

Search here...

News

ଭାରତ ବନ୍ଦର ଦ୍ୱିତୀୟ ଦିନ; ଜୋରଜବରଦସ୍ତ ପେଟ୍ରୋଲ ପମ୍ପକୁ ବନ୍ଦ କଲେ ଆନେ୍ଦାଳନକାରୀ

Posted On - 3 months ago
Edited By Prabir Kumar
LAST UPDATED Jun 30, 2022 02:43 PM

ଆନେ୍ଦାଳନକାରୀ ପେଟ୍ରୋଲ ପମ୍ପକୁ ବନ୍ଦ କରିବାକୁ ଉଦ୍ୟମ କରୁଥିଲେ । ହେଲେ ଲୋକଙ୍କୁ ହଇରାଣ କରିବା ତାଙ୍କର ଉଦେ୍ଧଶ୍ୟ ନୁହେଁ ବରଂ କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ତାଙ୍କର ପ୍ରତିବାଦ  ବୋଲି ଜଣେ ଆନେ୍ଦାଳନକାରୀ କହିଛନ୍ତି । 

 

BBSR Reporters

 

ଭୁବନେଶ୍ୱର: ଭାରତ ବନ୍ଦର ଦ୍ୱିତୀୟ ଦିନରେ ଜୋରଜବରଦସ୍ତ ପେଟ୍ରୋଲ ପମ୍ପକୁ ବନ୍ଦ କଲେ ଆନେ୍ଦାଳନକାରୀ ।  ଗତକାଲି ଆନେ୍ଦାଳନକାରୀଙ୍କ ଭୟରେ ସକାଳୁ ବନ୍ଦ ଥିଲା ବିଭିନ୍ନ ପେଟ୍ରୋଲ ପମ୍ପ । ପରେ କିନ୍ତୁ ପେଟ୍ରୋଲ ପମ୍ପଗୁଡ଼ିକୁ  ଖୋଲି ଦିଆଯାଇଥିଲା । ଆଜି ସାକଳୁ ପେଟ୍ରୋଲ ପମ୍ପ ଗୁଡ଼ିକ ଖୋଲା ଥିବା ବେଳେ ଆନେ୍ଦାଳନକାରୀ ପିକେଟିଂ କରି ଏହାକୁ ବନ୍ଦ କରୁଥିବା ଦେଖାଯାଉଛି । ଆନେ୍ଦାଳନକାରୀ ପେଟ୍ରୋଲ ପମ୍ପକୁ ବନ୍ଦ କରିବାକୁ ଉଦ୍ୟମ କରୁଥିଲେ । ହେଲେ ଲୋକଙ୍କୁ ହଇରାଣ କରିବା ତାଙ୍କର ଉଦେ୍ଧଶ୍ୟ ନୁହେଁ ବରଂ କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ତାଙ୍କର ପ୍ରତିବାଦ  ବୋଲି ଜଣେ ଆନେ୍ଦାଳନକାରୀ କହିଛନ୍ତି । 


କେନ୍ଦ୍ରୀୟ ଟ୍ରେଡ ୟୁୁନିୟନଙ୍କ ଭାରତ ବନ୍ଦ୍ ଡାକରାରର ଆଜି ହେଉଛି ଦ୍ୱିତୀୟ ଦିନ । ପ୍ରଥମ ଦିନର ବନ୍ଦ ଡାକରା ବେଳେ ବିଶେଷ କିଛି ପ୍ରଭାବ ପଡ଼ି ନଥିଲା  । କିଛି ସ୍ଥାନରେ ବନ୍ଦର ସାମାନ୍ୟ ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ଅଧିକାଂଶ ସ୍ଥାନରେ ସ୍ୱାଭାବିକ ରହିଥିଲା । ୨ ଦିନିଆ ବନ୍ଦରେ ସାମିଲ ହୋଇଛନ୍ତି ରାଜ୍ୟର ବିଭିନ୍ନ ସଂଗଠନ । ହେଲେ ଭାରନ୍ଦ ବନ୍ଦରେ ସାମିଲ ହୋଇନାହିଁ ଉକ୍ରଳ ପେଟ୍ରୋଲିୟମ ସଂଘ । କିନ୍ତୁ ଆଜି ଦ୍ୱିତୀୟ ଦିନରେ ମଧ୍ୟ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ଆଗରେ ଜୋରଦାର ଆନେ୍ଦାଳନ କରୁଛନ୍ତି ବିଭିନ୍ନ ଟ୍ରେ ୟୁନିଅନ ସଂସ୍ଥାର ସଦସ୍ୟ ।

Related News
satta king tw