Top Stories

Search here...

News

୪ ଦିନର ଭୀଷଣ ଯୁଦ୍ଧର ହୋଇପାରେ ଅନ୍ତ; ବେଲାଋଷରେ ଚାଲିଛି ଦୁଇ ପ୍ରତିନିଧି ମଣ୍ଡଳୀଙ୍କ ମଧ୍ୟ ଶାନ୍ତି ବୈଠକ

Posted On - 3 months ago
Edited By Prabir Kumar
LAST UPDATED Jun 29, 2022 07:08 PM

ଏପଟେ ୟୁକ୍ରେନକୁ ସହାୟତା କରିଛି ଭାରତ । ମାନବିକତା ଦୃଷ୍ଟି କୋଣରୁ ଭାରତ ଆବଶ୍ୟକୀୟ ମେଡିସିନ୍ ପଠାଇଥିବା ସୂଚନା ମିଳିଛି । 

 

BBSR Reporters

 

ନୂଆଦିଲ୍ଲୀ: ୟୁକ୍ରେନ୍ ଋଷ ମଧ୍ୟରେ ୪ ଦିନଧରି ଭୀଷଣ ଯୁଦ୍ଧ ଲାଗି ରହିଛି ।  ପରିସ୍ଥିତିର ସମାଧାନ ପାଇଁ  ବେଲାରୁଷ ସୀମାରେ ଆଜି ଶାନ୍ତି ଆଲୋଚନା ଆରମ୍ଭ ହୋଇଛି । ଏହି ଆଲୋନାରେ ୟୁକ୍ରେନର ଏକ ପ୍ରତିନିଧି ଦଳ ହେଲିକପ୍ଟର ଯୋଗେ ପହଞ୍ଚିଛି । ଏହି ପ୍ରତିନିଧି ଦଳରେ ୟୁକ୍ରେନର ପ୍ରତିରକ୍ଷାମନ୍ତ୍ରୀ ଓଲେକସି ରେଜନୀକଭ୍ ଅଛନ୍ତି । ଏପଟେ ୟୁକ୍ରେନକୁ ସହାୟତା କରିଛି ଭାରତ । ମାନବିକତା ଦୃଷ୍ଟି କୋଣରୁ ଭାରତ ଆବଶ୍ୟକୀୟ ମେଡିସିନ୍ ପଠାଇଥିବା ସୂଚନା ମିଳିଛି ।

 

ଅନ୍ୟପଟେ ୟୁକ୍ରେନକୁ ସାମରିକ ସହାୟତା ଯୋଗାଇ ଦେବାକୁ ୟୁରୋପ ରାଜି ହୋଇଥିବାରୁ କଡ଼ା ସମାଲୋଚନା କରିଛି ରୁଷ । ୟୁରୋପ ଲୁଚାଛପାରେ ରୁଷ ବିପକ୍ଷରେ ଶତୁତା କରୁଛି । ଏଥିପାଇଁ ପରିସ୍ଥିତି ଭୟଙ୍କର ହେବ ବୋଲି ରୁଷ ଚେତାବନୀ ଦେଇଛି । ଅନ୍ୟପଟେ ରୁଷ ପରମାଣୁ ଅସ୍ତ୍ର ପ୍ରୟୋଗ କରିବା ନେଇ ଆମେ ଭାବୁ ନାହୁଁ ବୋଲି ବ୍ରିଟେନ୍ ପ୍ରତିରକ୍ଷାମନ୍ତ୍ରୀ ବେନ୍ ୱାଲେସ୍ କହିଛନ୍ତି ।

 

ପୂର୍ବରୁ ମସ୍କୋର ଶାନ୍ତି ଆଲୋଚନା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଇଥିଲା ୟୁକ୍ରେନ୍ । କାରଣ ରୁଷ ସୈନ୍ୟମାନେ ବେଲାରୁଷରେ ଠୁଳ ହୋଇ ୟୁକ୍ରେନ୍ ବିରୋଧରେ ଯୁଦ୍ଧ କରୁଥିବାରୁ ସେଠାରେ ଆଲୋଚନା ପାଇଁ ୟୁକ୍ରେନ୍ ଅସୁରକ୍ଷିତ ମନେ କରିଥିଲା । ରୁଷ ୟୁକ୍ରେନକୁ ଅସ୍ତ୍ରବିରତି କରୁ ଏବଂ ତୁରନ୍ତ ସେନା ପ୍ରତ୍ୟାହାର ପାଇଁ ଶାନ୍ତି ଆଲୋଚନାର ମୁଖ୍ୟ ଉଦେ୍ଧଶ୍ୟ ବୋଲି ୟୁକ୍ରେନ୍ କହିଛି ।
 

ୟୁକ୍ରେନ ଉପରେ ରୁଷ ପରମାଣୁ ନିକ୍ଷେପ କରିବ ନାହିଁ ବୋଲି ସେ କହିଛନ୍ତି । ୟୁକ୍ରେନ୍ ପ୍ରତି ପଶ୍ଚିମ ଦେଶମାନଙ୍କର ସମର୍ଥନ ବଢ଼ୁଥିବାରୁ ଗତକାଲି ପରାମାଣୁ ବାହିନୀକୁ ଆଲର୍ଟ ରହିବାକୁ ନିଦେ୍ର୍ଧଶ ଦିଅଯାଇଇଛି  । ଏହା ପରେ ନାଟୋ ସହଯୋଗୀ ରାଷ୍ଟ୍ରଙ୍କ ସହ ୟୁରୋପୀୟ ଦେଶ ଗୁଡ଼ିକ ଆତଙ୍କିତ ହୋଇପଡ଼ିଥିଲେ ।
 

Related News
satta king tw