Top Stories

Search here...

News

ଲଗାମ ଛଡ଼ା ପେଟ୍ରୋଲ ଓ ଡିଜେଲ ଦର: ୮ ଦିନରେ ବଢିଲାଣି ୭ ଥର; ୧୦୭ ଛୁଇଁଲା ପେଟ୍ରୋଲ

Posted On - 3 months ago
Edited By Prabir Kumar
LAST UPDATED Jun 28, 2022 05:56 AM

ଗତ ୮ ଦିନ ଭିତରେ ପେଟ୍ରୋଲ ଡିଜେଲ ଦର ୭ ଥର ବଢିଲାଣି ତେଲ ଦର । ୭ ଦିନରେ ପେଟ୍ରୋଲ ଲିଟର ପିଛା ୫ଟଙ୍କା ୧୩ ପଇସା ଓ ଡିଜେଲ ଲିଟର ପିଛା ୫ଟଙ୍କା ୯ପଇସା ବୃଦ୍ଧି ପାଇଛି । ତେଲ ଦର ବୃଦ୍ଧି ଯୋଗୁଁ ଅନ୍ୟାନ୍ୟ ସାମଗ୍ରୀ ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି  ।

 

BBSR Reporters


ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଦରରେ ଲାଗୁନି ବ୍ରେକ୍ । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୬ ପଇସା ଓ ଡିଜେଲ ଲିଟର ପିଛା ୭୪  ପଇସା ବୃଦ୍ଧି ପାଇଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୧୦୭ଟଙ୍କା ୧୧ ପଇସା ଓ ଡିଜେଲ ଲିଟର ପିଛା ଦର ୯୬ ଟଙ୍କା ୮୩ ପଇସାରେ ପହଂଚିଛି ।

 

ଗତ ୮ ଦିନ ଭିତରେ ପେଟ୍ରୋଲ ଡିଜେଲ ଦର ୭ ଥର ବଢିଲାଣି ତେଲ ଦର । ୭ ଦିନରେ ପେଟ୍ରୋଲ ଲିଟର ପିଛା ୫ଟଙ୍କା ୧୩ ପଇସା ଓ ଡିଜେଲ ଲିଟର ପିଛା ୫ଟଙ୍କା ୯ପଇସା ବୃଦ୍ଧି ପାଇଛି । ତେଲ ଦର ବୃଦ୍ଧି ଯୋଗୁଁ ଅନ୍ୟାନ୍ୟ ସାମଗ୍ରୀ ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି  । ଯାହା ସିଧାସଳଖ ଖାଉଟିଙ୍କ ପକେଟକୁ ପ୍ରଭାବିତ କରିଛି । ସେପଟେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଶହେ ପାର କରିଛି । ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ୨୧ ପଇସା, ଡିଜେଲ ୯୧ ଟଙ୍କା ୪୭ ପଇସା ରହିଛି ।

Related News
satta king tw