Top Stories

Search here...

News

ସବୁଠୁ ଦାମୀ ଖେଳାଳୀ ଈଶାନ୍ କିଶନ; ୧୫.୨୫ କୋଟିରେ କିଣିଲା ମୁମ୍ବାଇ, ଜାଣନ୍ତୁ କାହାର କେତେ ମୂଲ୍ୟ

Posted On - 3 months ago
Edited By Team BbsrReporters
LAST UPDATED Jun 29, 2022 12:01 AM

ହର୍ଷଲ୍ ପଟେଲ ଓ ୱାନିନ୍ଦୁ ହସରଙ୍ଗାଙ୍କୁ ୧୦.୭୫ କୋଟି ଟଙ୍କା ଲେଖାଏରେ କିଣିଛି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର  ।

 

BBSR Reporters


ବେଙ୍ଗାଲୁରୁ: ବ୍ୟାଟର୍ ଈଶାନ୍ କିଶନ ଆଇପିଏଲର ୧୫ଶ ସଂସ୍କରଣରେ ଇତିହାସରେ ସର୍ବାଧିକ ଟ୍ରଫି ଜିତିଥିବା ମୁମ୍ବାଇ ଇଣ୍ଡିଆନ୍ସ ପୁଣିଥରେ ନିଜ ଟିମରେ ରଖିଛି । ନିଲାମରେ ଈଶାନଙ୍କୁ ମୁମ୍ବାଇ ୧୫.୨୫ କୋଟି ଟଙ୍କାରେ କିଣିଛି ମୁମ୍ବାଇ ।

 

ଈଶାନଙ୍କୁ ନେବା ଆଗରୁ ମନ ବଳାଇ ସାରିଥିବା ମୁମ୍ବାଇ ପଛକୁ ହଟିନଥିଲା । ଈଶାନଙ୍କ ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ଥିବା ବେଳେ ନିଲାମରେ ସେ ୭ଗୁଣାରୁ ଅଧିକ ଦରରେ ବିକ୍ରି ହୋଇଛନ୍ତି । ଈଶାନଙ୍କ ନେବା ପାଇଁ ମୁମ୍ବାଇ ବ୍ୟତୀତ ବାକି ଫ୍ରାଞ୍ଚାଇଜି ମଧ୍ୟ ଆଗ୍ରହ ଦେଖାଇଥିଲେ । କିନ୍ତୁ ମୁମ୍ବାଇ ତାଙ୍କୁ ନେବା ଅଡ଼ି ବସିଥିଲା । ଏହି କ୍ରମରେ ମୁମ୍ବାଇ ତାଙ୍କୁ ରେକର୍ଡ ଦରରେ କିଣି ନେଇଛି । ଆଇପିଏଲ୍ ଇତିହାସରେ ମୁମ୍ବାଇ କୌଣସି ଖେଳାଳିଙ୍କ ଲାଗି ୧୦ କୋଟିରୁ ଅଧିକ ଟଙ୍କାର ନିଲାମ ଡାକିନାହିଁ ।

 

ହେଲେ ଈଶାନଙ୍କୁ ନେବା ପାଇଁ ମୁମ୍ବାଇ ସବୁ କରିବାକୁ ପ୍ରସ୍ତୁତ ଥିଲା ।ଈଶାନ୍ ମଧ୍ୟ ଚଳିତ ନିଲାମରେ ଏପର୍ଯ୍ୟନ୍ତ ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି । ତାଙ୍କ ପୂର୍ବରୁ ଶ୍ରେୟସ ଆୟରଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୧୨ କୋଟି ଟଙ୍କାରେ କିଣିଥିଲା । ଏହାଛଡ଼ା ହର୍ଷଲ୍ ପଟେଲ ଓ ୱାନିନ୍ଦୁ ହସରଙ୍ଗାଙ୍କୁ ୧୦.୭୫ କୋଟି ଟଙ୍କା ଲେଖାଏରେ କିଣିଛି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର  ।

 

ଅନ୍ୟ ୱିକେଟ୍ କିପରଙ୍କ ମଧ୍ୟରେ ଅମ୍ବାତି ରାୟୁଡୁ ପୁଣିଥରେ ଚେନ୍ନାଇ ସୁପର୍ କିଙ୍ଗସ୍ ପକ୍ଷରୁ ଖେଳିବେ । ରାୟୁଡୁଙ୍କୁ ଚେନ୍ନାଇ ୬.୭୫ କୋଟି ଟଙ୍କାରେ କିଣିଛି । ତାଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୧୦.୭୫ କୋଟି ଟଙ୍କାରେ କିଣିଛି । ସେହିପରି ଇଂଲଣ୍ଡର ଜନ୍ନି ବେୟାରଷ୍ଟୋଙ୍କୁ ୬.୭୫ କୋଟି ଟଙ୍କାରେ ପଞ୍ଜାବ କିଙ୍ଗସ୍ ଏବଂ ଦିନେଶ କାର୍ତ୍ତିକଙ୍କୁ ୫.୫୦ କୋଟି ଟଙ୍କାରେ କୋଲକାତା ନାଇଟ୍ ରାଇଡର୍ସ ପୁଣି କିଣିଛି । ତେବେ ୱେଷ୍ଟଇଣ୍ଡିଜର ଯୁବ ବ୍ୟାଟର୍ ନିକୋଲାସ୍ ପୁରନ୍ ସମସ୍ତଙ୍କୁ ସରପ୍ରାଇଜ୍ କରିଦେଇଛନ୍ତି ।
 

Related News
satta king tw