Top Stories

Search here...

News

୧୦ ଟଙ୍କା ଯାଏ ବଢିପାରେ ତେଲ ଦର; ୧୩୦ ଡଲାର ଛୁଇଁଲାଣି ଅଶୌଧିତ ତେଲ ଦର

Posted On - 3 months ago
Edited By Team BbsrReporters
LAST UPDATED Jun 28, 2022 06:58 PM

ତେବେ ହଠାତ୍ ଦରବୃଦ୍ଧି ନକରି ସରକାର ଧିରେଧିରେ ଦର ବଢାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି । ସେହିପରି ସରକାର ଟିକସ ନକମାଇଲେ ଗ୍ରାହକଙ୍କ ଉପରେ ପ୍ରବଳ ଆର୍ଥିକ ବୋଝ ପଡିବ । ତେଲଦର ବଢିଲେ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଇବ ।      

 

BBSR Reporters


ଭୁବନେଶ୍ୱର; ସରିଲା ନିର୍ବାଚନ, ବଢିପାରେ ତେଲ ଦର । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦର ଯେଭଳି ଆକାଶଛୁଆଁ ହୋଇଛି, ଭାରତୀୟ ଖୁଚୁରା ବଜାରରେ ଖୁବଶୀଘ୍ର ଏହାର ପ୍ରଭାବ ପଡିବାକୁ ଯାଉଛି । କୁହାଯାଉଛି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ କେନ୍ଦ୍ର ସରକାର ତେଲଦର ବୃଦ୍ଧି ଉପରେ ବ୍ରେକ୍ ଲଗାଇଥିଲେ । ଗତକାଲି ସମସ୍ତ ପର୍ଯ୍ୟାୟ ମତଦାନ ଶେଷ ହୋଇଯାଇଛି । ତେଣୁ ଖୁବଶୀଘ୍ର ତେଲଦର ବୃଦ୍ଧି ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

 

ରୁଷିଆ-ୟୁକ୍ରେନ ଯୁଦ୍ଧ ଫଳରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦର ବ୍ୟାରେଲ ପିଛା ୧୩୦ ଡଲାରରେ ପହଂଚି ଯାଇଛି । ବଡକଥା ହେଉଛି ଗତବର୍ଷ ନଭେମ୍ବର ୪ ତାରିଖ ପରଠାରୁ ଆଉ ତେଲଦର ବୃଦ୍ଧି କରିନାହାନ୍ତି ତେଲ କମ୍ପାନି । ସେତେବେଳେ ଅଶୋଧିତ ତେଲଦର ବ୍ୟାରେଲ ପିଛା ୮୩ ଡଲାରରେ ପହଂଚି ଯାଇଥିଲା । ଫଳରେ ଗ୍ରାହକଙ୍କୁ ଆଶ୍ୱସ୍ତି ଦେବାପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ କମାଇଥିଲେ । ହେଲେ ଏବେ ଅଶୋଧିତ ତେଲ ୧୩୦ ଡଲାରରେ ପହଂଚିଯାଇଛି । ତେଣୁ ତୁରନ୍ତ ପେଟ୍ରୋଲ ଓ ଡିଜେଲ ଦର ଲିଟରପିଛା ୫ରୁ ୬ ଟଙ୍କା ବଢାଇବାକୁ ଦାବି କରିଛନ୍ତି ଭାରତୀୟ ତେଲ କମ୍ପାନି । ଏବେ ଲିଟରପିଛା ସେମାନଙ୍କୁ ୧୨ ଟଙ୍କାରୁ ଅଧିକ କ୍ଷତି ସହିବାକୁ ପଡୁଛି ।

 

ତେବେ ହଠାତ୍ ଦରବୃଦ୍ଧି ନକରି ସରକାର ଧିରେଧିରେ ଦର ବଢାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି । ସେହିପରି ସରକାର ଟିକସ ନକମାଇଲେ ଗ୍ରାହକଙ୍କ ଉପରେ ପ୍ରବଳ ଆର୍ଥିକ ବୋଝ ପଡିବ । ତେଲଦର ବଢିଲେ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଇବ ।      

Related News
satta king tw