Top Stories

Search here...

News

ମେଗା ଆଇପିଏଲ ନିଲାମ; ଦ୍ୱିତୀୟ ଦିନରେ ଲିୟମ ଲାଇଭିଂଷ୍ଟୋନଙ୍କୁ ୧୧.୫ କୋଟିରେ କିଣିଲା ପଞ୍ଜାବ

Posted On - 3 months ago
Edited By Prabir Kumar
LAST UPDATED Jun 29, 2022 08:54 AM

ଇୟାନ ମୋର୍ଗାନ, ଚେତେଶ୍ୱର ପୂଜାରା, ଇଶାନ୍ତ ଶର୍ମା, ଜେମ୍ସ ନଜିମ, କ୍ରିସ୍ ଜୋର୍ଡନ ଆରୋନ ଫିଚ୍ଙ୍କୁ କୌଣସି ଦଳ କିଣିବା ପାଇଁ ଆଗ୍ରହ ପ୍ରକାଶ କରିନାହାଁନ୍ତି ।

 

BBSR Reporters

 

ବାଙ୍ଗାଲୋର: ଆଇପିଏଲ ୨୦୨୨ ପାଇଁ ଖେଳାଳୀଙ୍କ ନିଲାମ ପ୍ରକ୍ରିୟା ଜାରି ରହିଛି । ଆଜି ଦ୍ୱିତୀୟ ଦିନରେ ବର୍ତମାନ ସୁଦ୍ଧା ଲିୟମ ଲାଇଭିଂଷ୍ଟୋନ ସର୍ବାଧିକ ଟଙ୍କାରେ ବିକ୍ରି ହୋଇଛନ୍ତି । ତାଙ୍କୁ କିଙ୍ଗସ୍ ଇଲେଭେନ ପଞ୍ଜାବ ୧୧ କୋଟି ୫୦ ଲକ୍ଷ ଟଙ୍କାରେ କିଣିଛି । ତାଙ୍କର ମୂଳ ଦର ୧ କୋଟି ରହିଥିଲା । ଓଡେନ ସ୍ମିଥଙ୍କୁ ୬ କୋଟି ଟଙ୍କାରେ କିଣିଛି ପଞ୍ଜାବ ।  ମାରକୋ ଜନସେନ୍ଙ୍କୁ  ସନ ରାଇଜର୍ସ ହାଇଦ୍ରାବାଦ ୪ କୋଟି ୨୦ ଲକ୍ଷରେ କିଣିଛି ।  ଶିବମ ଦୁବେଙ୍କୁ ୪ କୋଟି ଟଙ୍କାରେ କିଣିଛି ଚେନ୍ନାଇ ସୁପର କିଙ୍ଗସ୍ । ଆଜିଙ୍କ୍ୟ ରାହାନେଙ୍କୁ ୧ କୋଟି ଟଙ୍କାରେ କିଣିଛି କେକେଆର ।

 

ସେହିପରି ଏଡିନ୍ ମାର୍କକ୍ରମଙ୍କୁ ୨ କୋଟି ୬୦ ଲକ୍ଷ ଟଙ୍କାରେ କିଣିଛି ସନ୍ ରାଇଜର୍ସ ହାଇଦ୍ରାବାଦ । ଖଲିଲ ଅହମଦଙ୍କୁ  ୫ କୋଟି ୨୫ ଲକ୍ଷରେ କିଣିଛି ଦିଲ୍ଲୀ କ୍ୟାପିଟାଲ୍ସ । ଏପଟେ ଡୋମନିକ୍ ଡ୍ରାକେସ୍ଙ୍କୁ ୧ କୋଟି ୧୦ ଲକ୍ଷ ଟଙ୍କା, ବିଜୟ ଶଙ୍କରଙ୍କୁ ୧ କୋଟି ୪ ଲକ୍ଷ ଏବଂ ଜୟନ୍ତ ଯାଦବଙ୍କୁ ଗୁଜୁରାଟ ଟାଇଟନ୍ସରେ କିଣିଛି । କ୍ରିଷ୍ଣାପା ଗୌତମଙ୍କୁ ୯୦ ଲକ୍ଷରେ କିଣିଛି ଲକ୍ଷ୍ମୌ ସୁପର ଜିଆଂଟ୍ସ । ତେବେ ଇୟାନ ମୋର୍ଗାନ, ଚେତେଶ୍ୱର ପୂଜାରା, ଇଶାନ୍ତ ଶର୍ମା, ଜେମ୍ସ ନଜିମ, କ୍ରିସ୍ ଜୋର୍ଡନ ଆରୋନ ଫିଚ୍ଙ୍କୁ କୌଣସି ଦଳ କିଣିବା ପାଇଁ ଆଗ୍ରହ ପ୍ରକାଶ କରିନାହାଁନ୍ତି ।

Related News
satta king tw