Top Stories

Search here...

News

ଆର୍ଥିକ ସଙ୍କଟରେ ପାକିସ୍ତାନ: ସରିଗଲାଣି ବୈଦେଶିକ ମୂଦ୍ରା; ଦେଶବାସୀଙ୍କୁ ଚା’ କମ ପିଇବାକୁ ନିବେଦନ କଲେ ମନ୍ତ୍ରୀ

Posted On - 3 weeks ago
Edited By Jyotirmayee Patanaik
LAST UPDATED Jul 12, 2022 04:51 PM

ପାକିସ୍ତାନ ବିଶ୍ୱର ସବୁଠୁ ଅଧିକ ଚାହା ଆମଦାନୀ କରୁଥିବା ଦେଶ । ୨୦୨୧-୨୨ ଆର୍ଥିକ ବର୍ଷରେ  ପାକିସ୍ଥାନ ୮ ହଜାର ୩୮୮ କୋଟି ଟଙ୍କାର ଚାହା ଆମଦାନୀ କରିଥିଲା । ଯେଉଁଥି ପାଇଁ ପାକିସ୍ତାନକୁ ବୈଦେଶିକ ମୂଦ୍ରା ଦେବାକୁ ପଡୁଛି । ଯାହା ପାକିସ୍ତାନର ବୈଦେଶିକ ମୁଦ୍ରା ପାଣ୍ଠି ଉପରେ ପ୍ରଭାବ ପକାଉଛି ।

 

BBSR Reporters


ଇସଲାମାବାଦ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ଯୋଜନା ଓ ବିକାଶ ମନ୍ତ୍ରୀ ଅହସାନ ଇକବାଲଙ୍କ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି । ଋଣ ଟଙ୍କାରେ ଚାହା କିଣାଯାଉଥିବାରୁ ଚା ପିଇବା କମ କରିବାକୁ ଅନୁରୋଧ କରିିଛନ୍ତି ମନ୍ତ୍ରୀ ।  ଅଧିକ ଆମଦାନୀ ଯୋଗୁ ପାକିସ୍ତାନ ବୈଦେଶିକ ମୂଦ୍ରା ପାଣ୍ଠି କମି କମ ଯାଉଥିବା ବେଳେ ଋଣ ଦେବାକୁ ମନା କରଦେଇଛି ଆର୍ନ୍ତଜାତୀୟ ମୁଦ୍ରା ପାଣ୍ଠି ଆଇଏମ୍ଏଫ୍ । ଯାହା ପାକିସ୍ତାନଙ୍କୁ ଚିନ୍ତାରେ ପକାଇ ଦେଇଛି । 


ଆର୍ଥିକ ସଂକଟରୁ ମୁକୁଳିବାକୁ ଚେଷ୍ଟା କରୁଥିବା ପାକିସ୍ତାନ ସରକାର ଦେଶର ନାଗରିକଙ୍କୁ ଚା ପିଇବା କମ କରିବାକୁ ଅପିଲ କରିଛି । ପାକିସ୍ତାନର ଯୋଜନା ଓ ବିକାଶ ମନ୍ତ୍ରୀ ଅହସାନ ଇକବାଲ ଦେଶବାସୀଙ୍କୁ ସମ୍ବୋଧିତ କରି ଦିନକୁ ଗୋଟିଏରୁ ଦୁଇ କପ ଚା ପିଇବା କମାଇବାକୁ ଅନୁରୋଧ କରିିଛନ୍ତି । ଋଣ ଟଙ୍କାରେ ଚାହା ଆମଦାନୀ  ହେଉଥିବାର କାରଣ ଦର୍ଶାଇ ଏଭଳି ଅନୁରୋଧ କରିଛନ୍ତି ପାକିସ୍ଥାନର ମନ୍ତ୍ରୀ । ଦେଶବାସୀ ସହଯୋଗ କଲେ ଚା ଆମଦାନୀ ବାବଦକୁ ହେଉଥିବା ଖର୍ଚ୍ଚ କମିବ ବୋଲି କହିଛନ୍ତି ଅହସାନ ଇକବାଲ । ତେଣୁ ଏଥିସହ ଦେଶ ଗୁରୁତର ଶକ୍ତି ସଂକଟ ସାମ୍ନା କରୁଥିବାରୁ ରାତି ସାଢେ ୮ଟା ପରେ ଦୋକାନ ବଜାର ବନ୍ଦ କରିବାକୁ ଅନୁରୋଧ କରିଛନ୍ତି ମନ୍ତ୍ରୀ ।


ପାକିସ୍ତାନ ବିଶ୍ୱର ସବୁଠୁ ଅଧିକ ଚାହା ଆମଦାନୀ କରୁଥିବା ଦେଶ । ୨୦୨୧-୨୨ ଆର୍ଥିକ ବର୍ଷରେ  ପାକିସ୍ଥାନ ୮ ହଜାର ୩୮୮ କୋଟି ଟଙ୍କାର ଚାହା ଆମଦାନୀ କରିଥିଲା । ଯେଉଁଥି ପାଇଁ ପାକିସ୍ତାନକୁ ବୈଦେଶିକ ମୂଦ୍ରା ଦେବାକୁ ପଡୁଛି । ଯାହା ପାକିସ୍ତାନର ବୈଦେଶିକ ମୁଦ୍ରା ପାଣ୍ଠି ଉପରେ ପ୍ରଭାବ ପକାଉଛି ।ଆମଦାନୀ ବଢୁଥିବାରୁ ପାକିସ୍ତାନ ବୈଦେଶିକ ମୁଦ୍ରା ପାଣ୍ଠି ଧିରେ ଧିରେ କମି କମି ଯାଉଛି । ଚଳିତ ଫେବ୍ରୁଆରୀ ମାସରୁ ଜୁନ ମାସ ମଧ୍ୟରେ ପାକିସ୍ତାନର ବୈଦେଶିକ ମୂଦ୍ରା ପାଣ୍ଠି ୧୬ ବିଲିୟନ ଡଲାରରୁ ୧୦ ବିଲିୟନ ଡଲାରକୁ ଖସି ଆସିଛି । ଦୁଇ ମାସରେ ପାୟ ୪୬ ହଜାର ୮୪୨ କୋଟି ଟଙ୍କାର ବୈଦେଶିକ ମୂଦ୍ରା ପାଣ୍ଠି ସରିବା ପାକିସ୍ତାନକୁ ଚିନ୍ତାରେ ପକାଇ ଦେଇଛି ।

 

ସବୁଠୁ ବଡ କଥା ହେଉଛି ପାକିସ୍ତାନର ଏଭଳି ଦାରୁଣ ପରିସ୍ଥିତି ସମୟରେ ଋଣ ଦେବାକୁ ମନାକରିଦେଇଛି ଆର୍ନ୍ତଜାତୀୟ ମୁଦ୍ରା ପାଣ୍ଠି ଆଇଏମ୍ଏଫ୍ । ଏପରିକି ଋଣ ପାଇଁ ପୂର୍ବରୁ ହୋଇଥବା ଚୁକ୍ତି ଅନୁସାରେ ବାକି ଥିବା ୨୩ ହଜାର ୪୨୦ କୋଟି ଟଙ୍କାର ଋଣ ଦେବାକୁ ବି ରାଜି ହେଉନି ଆଇଏମଏଫ୍ । ଏଭଳି ସଙ୍କଟ ସ୍ଥତିରେ ଚାହା ଭଳି ଅଭ୍ୟାସଗତ ଦ୍ରବ୍ୟ ପାଇଁ ପାକିସ୍ଥାନ ଗଚ୍ଛିତ ରଖିଥିବା ବୈଦେଶିକ ମୂଦ୍ରା ଖର୍ଚ୍ଚ କରିବାକୁ ଚାହୁଁନାହଁ ।
 

Related News
satta king tw