Top Stories

Search here...

News

5G ସ୍ପେକ୍ଟ୍ରମ ନିଲାମି; ସବୁ ଗାଁକୁ ଯିବ ଅପ୍ଟିକାଲ ଫାଇଭର

Posted On - 3 months ago
Edited By Team BbsrReporters
LAST UPDATED Jun 29, 2022 02:04 PM

୨୦୨୨-୨୩ରେ 5G ସ୍ପେକ୍ଟ୍ରମ ନିଲାମି ପାଇଁ ଆହ୍ୱାନ୍‌ କରାଯିବ। ସ୍ପେଶାଲ ଇକୋନୋମିକ ଜୋନ୍‌ରେ ପରିବର୍ତ୍ତନ କରାଯିବ ବୋଲି ଆଜି ସଂସଦରେ ସାଧାରଣ ବଜେଟ ଉପସ୍ଥାପନ କରି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

 

 

BBSR Reporters

 

ନୂଆଦିଲ୍ଲୀ: 5G ସ୍ପେକ୍ଟ୍ରମ ପାଇଁ ଆହ୍ୱାନ୍‌ । ୨୦୨୨-୨୩ରେ 5G ସ୍ପେକ୍ଟ୍ରମ ନିଲାମି ପାଇଁ ଆହ୍ୱାନ୍‌ କରାଯିବ। ସ୍ପେଶାଲ ଇକୋନୋମିକ ଜୋନ୍‌ରେ ପରିବର୍ତ୍ତନ କରାଯିବ ବୋଲି ଆଜି ସଂସଦରେ ସାଧାରଣ ବଜେଟ ଉପସ୍ଥାପନ କରି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଭାରତ ନେଟ୍ ପ୍ରୋଜେକ୍ଟ ଜରିଆରେ ୨୦୨୫ ସୁଦ୍ଧା ସବୁ ଗାଁକୁ ଅପ୍ଟିକାଲ ଫାଇବର ବିଛାଯିବ।  ୨୦୩୦ ସୁଦ୍ଧା ୨୮୦ ଗିଗାୱାଟ୍ ସୋଲାର ଏନର୍ଜୀ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ସୋଲାର ଏନର୍ଜୀ ଶିଳ୍ପ ପାଇଁ ଚଳିତ ବର୍ଷ ୧୯, ୫୦୦ କୋଟି ବ୍ୟୟବରାଦ କରାଯାଇଥିବା ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି।

 

 

ସେହିପରି ମିନିମମ ଗଭର୍ଣ୍ଣମେଣ୍ଟ ମ୍ୟାକ୍ସିମମ ଗଭର୍ଣ୍ଣାନ୍ସ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ପୁରୁଣାକାଳିଆ ୧୪ଶହ ଆଇନକୁ ଉଚ୍ଛେଦ କରାଯାଇଛି। ଇ-ଭେଇକିଲ୍ ପ୍ରୋତ୍ସାହନ ପାଇଁ ବ୍ୟାଟେରୀ ସ୍ୱାପିଂ ପଲିସି ଆସିବ। ସ୍ପେଶାଲ ଇକୋନୋମିକ ଜୋନ୍‌ରେ ପରିବର୍ତ୍ତନ କରାଯିବ। ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ପାଇଁ ଘରୋଇ କଂପାନୀକୁ ପ୍ରୋତ୍ସାହିତ କରାଯିବ। ୬୮% ପ୍ରତିରକ୍ଷା ସାମଗ୍ରୀ ଲୋକାଲ ମାର୍କେଟରୁ କିଣାଯିବାକୁ ନିଷ୍ପତ୍ତି ହୋଇଛି।

Related News
satta king tw