Top Stories

Search here...

News

ନେପାଳରେ ବିମାନ ନିଖୋଜ, ୮୦ କିମି ଯିବା ପରେ ଉଭାନ ହୋଇଗଲା; ଅଛନ୍ତି ୪ ଭାରତୀୟଙ୍କ ସମେତ ୨୨ ଯାତ୍ରୀ 

Posted On - 1 month ago
Edited By Jyotirmayee Patanaik
LAST UPDATED Jun 30, 2022 03:42 PM

ଏହା ପାହାଡ଼ ପର୍ବତ ଘେରା ମୁସ୍ତାଙ୍ଗ ଜିଲ୍ଲାର ଲେଟେ ଅଞ୍ଚଳରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ଆଶଙ୍କା କରାଯାଉଛି । କାରଣ ଉକ୍ତ ଅଞ୍ଚଳର ଲୋକେ ଏକ ଅସ୍ୱାଭାବିକ ଶବ୍ଦ ଶୁଣିଥିବା ସୂଚନା ଦେଇଛି । 

 

BBSR Reporters

 

ନୂଆଦିଲ୍ଲୀ: ନେପାଳରେ ଆଜି ଏକ ବିମାନ ନିଖୋଜ ହୋଇଯାଇଛି । ୨୨ ଜଣ ଯାତ୍ରୀଙ୍କୁ ନେଇ ଯାଇଥିବା ଏହି ବିମାନରେ  ୪ ଜଣ ଭାରତୀୟ ଅଛନ୍ତି । ନିଖୋଜ ବିମାନଟି ଘରୋଇ ଏୟାରଲାଇନ୍ ସଂସ୍ଥା ‘ତାରା ଏୟାର’ର । 

 

ଦୁଇଟି ଇଞ୍ଜିନ ବିଶିଷ୍ଟ ତାରା ଏୟାର ୯ ବିମାନଟି ନେପାଳର ରାଜଧାନୀ କାଠମାଣ୍ଡୁ ଠାରୁ ପ୍ରାୟ ୨୦୦ କିମି ଦୂରରେ ଥିବା ପୋଖରାରୁ ଉଡ଼ାଣ ଭରିଥିଲା । ଏହା ସେଠାରୁ ୮୦ କିମି ଦୂର ଜୋମ୍ସୋମ୍ ଅଭିମୁଖେ ଯାତ୍ରା କରୁଥିବା ବେଳେ ନିଖୋଜ ହୋଇଯାଇଥିବା ଖବର ଆସିଛି ।


ମିଳିଥିବା ସୂଚନା ଅନୁଯାୟୀ, ବିମାନଟି ଜୋମସୋମ ଆକାଶରେ ପହଞ୍ଚି ସାରିଥିଲା । କିନ୍ତୁ ହଠାତ୍ ଏହା ରୁଟ୍ ବଦଳାଇ ଦେଇଥିଲା ଓ ନିଖୋଜ ହୋଇଯାଇଥିଲା । ସ୍ଥାନୀୟ ସମୟ ଅନୁସାରେ ସକାଳ ୯ଟା ୫୫ରେ ଏହା ସହିତ କଣ୍ଟ୍ରୋଲ ରୁମ୍ର ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଏହାକୁ ଖୋଜିବା ଦୁଇଟି ହେଲିକପ୍ଟରକୁ ପଠାଯାଇଥିବା ଜଣାପଡ଼ିଛି ।

 

ଅନ୍ୟପକ୍ଷରେ ବିମାନଟି ଦୁର୍ଘଟଣାର ଶିକାର ହୋଇଥିବା ସ୍ଥାନୀୟ ପୁଲିସ୍ କହୁଛି । ଏହା ପାହାଡ଼ ପର୍ବତ ଘେରା ମୁସ୍ତାଙ୍ଗ ଜିଲ୍ଲାର ଲେଟେ ଅଞ୍ଚଳରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ଆଶଙ୍କା କରାଯାଉଛି । କାରଣ ଉକ୍ତ ଅଞ୍ଚଳର ଲୋକେ ଏକ ଅସ୍ୱାଭାବିକ ଶବ୍ଦ ଶୁଣିଥିବା ସୂଚନା ଦେଇଛି । କିଛି ବସ୍ତୁ ପିଟି ହୋଇ ବିସ୍ଫୋରଣ ହୋଇଥିବା ସେମାନେ ଶୁଣିଥିବା କହିଛନ୍ତି । ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ କରାଉଥିବା ପୁଲିସ୍ ପକ୍ଷରୁ କୁହାଯାଇଛି ।
 

Related News
satta king tw