Top Stories

Search here...

News

ଶ୍ରୀଲଙ୍କାରେ ଜରୁରୀ ପରିସ୍ଥିତି;  ସେନା ଓ ପୋଲିସକୁ ଅଖଣ୍ଡ କ୍ଷମତା; ପଟ୍ରୋଲ ପମ୍ପରେ ସୁରକ୍ଷା କର୍ମୀ ମୁତୟନ

Posted On - 2 months ago
Edited By Prabir Kumar
LAST UPDATED Jun 28, 2022 08:36 AM

 ବିଦେଶୀ ରୁଣ ବୋଝ ଏତେ ମାତ୍ରାରେ ବଢି ଯାଇଛି ଯେ, ରୁଣ ସୁଝିବାକୁ ଶ୍ରୀଲଙ୍କା ସରକାରଙ୍କ ପାଖରେ ଅର୍ଥ ନାହିଁ । ଏପରି ସ୍ଥଲେ ଶ୍ରୀଲଙ୍କାକୁ ସହଯୋଗର ହାତ ବଢାଇଛି ଭାରତ । ଭାରତ ଶ୍ରୀଲଙ୍କାକୁ ୪୦ ହଜାର ଟନ ଡିଜେଲ ପଠାଇଥିବା ବେଳେ ୪୦ ହଜାର ମେଟ୍ରିକ୍ ଟନ ଚାଉଳ, ଔଷଧ ଆଦି ପଠାଇଛି ।

 

BBSR Reporters

 

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଯୋଗୁ ଦେଶରେ ଜରୁରୀ ପରିସ୍ଥିତି ସୃଷ୍ଟି ହୋଇଛି ।  ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଶ୍ରୀଲଙ୍କା ସରକାର ୩୬ ଘଂଟିଆ କଫୁ୍ୟ ଲାଗୁ କରିଛନ୍ତି । ପୋଲିସ ଏବଂ ସେନାକୁ ଅଖଣ୍ଡ କ୍ଷମତା ଦିଆଯାଇଛି । ଦେଶରେ ଏବେ ଲୋକେ ଭୋକ ଉପାସରେ ଆଉଟପାଉଟ୍ ହେଉଛନ୍ତି । ଆର୍ଥିକ ସ୍ଥିତି ଖରାପ ଥିବାରୁ ଦରଦାମ ଆକାଶ ଛୁଆଁ ରହିଛି । ରାଜରାସ୍ତାକୁ ଲୋକେ ଓହ୍ଲାଇବା ପରେ ହିଂସା ଦେଖିବାକୁ ମିଳିଛି ।

 

ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷଙ୍କ ବାସଭବନ ଆଗରେ ଲୋକେ ବସ ଜାଳିଦେଇଛନ୍ତି । ପରିସ୍ଥିତି ଅଣାୟତ ହେଉଥିବା ଔଷଧ ଦର ୩୦ ପ୍ରତିଶତ ମହଙ୍ଗା ହୋଇଥିବା ବେଳେ ପେଟ୍ରୋଲ ଓ ଡିଜେଲ ଦର ୩ରୁ ୪ ଗୁଣା ବୃଦ୍ଧି ପାଇଛି । ପାୟ ପେଟ୍ରୋଲ ପମ୍ପ ବନ୍ଦ ହୋଇଯାଇଥିବା ବେଳେ ପଟ୍ରୋଲ ପମ୍ପରେ ସେନାର ଯବାନ ମୁତୟନ କରଯାଇଛି ।

 

ଚାଉଳ କିଲୋ ୫ ଶହ ଟଙ୍କା, ଚିନି କିଲୋ ୨୯୦ ଟଙ୍କା, ଚା କପ ପାଇଁ  ଶହେ ଟଙ୍କା ଦେବାକୁ ପଡୁଛି ।  ବିଦେଶୀ ରୁଣ ବୋଝ ଏତେ ମାତ୍ରାରେ ବଢି ଯାଇଛି ଯେ, ରୁଣ ସୁଝିବାକୁ ଶ୍ରୀଲଙ୍କା ସରକାରଙ୍କ ପାଖରେ ଅର୍ଥ ନାହିଁ । ଏପରି ସ୍ଥଲେ ଶ୍ରୀଲଙ୍କାକୁ ସହଯୋଗର ହାତ ବଢାଇଛି ଭାରତ । ଭାରତ ଶ୍ରୀଲଙ୍କାକୁ ୪୦ ହଜାର ଟନ ଡିଜେଲ ପଠାଇଥିବା ବେଳେ ୪୦ ହଜାର ମେଟ୍ରିକ୍ ଟନ ଚାଉଳ, ଔଷଧ ଆଦି ପଠାଇଛି ।

Related News
satta king tw