Top Stories

Search here...

News

ଇଦରେ ରିଲିଜ ହେବ ଟାଇଗର-୩; ଟିଜରରେ ଜବରଦସ୍ତ ଆକ୍ସନରେ ନଜର ଆସିଲେ କ୍ୟାଟ୍ରିନା,ସଲମନ

Posted On - 3 months ago
Edited By Team BbsrReporters
LAST UPDATED Jun 28, 2022 04:46 AM

ସଲମାନଙ୍କ ଟାଇଗର ସିରିଜର ତୃତୀୟ ପାର୍ଟ ତୁର୍କି , ଅଷ୍ଟ୍ରିୟା ଓ ରୃଷ ଭଳି ସ୍ଥାନରେ ସୁଟ କରାଯାଇଛି । ଫିଲ୍ମରେ ସଲମାନ ଭାରତୀୟ ଗୁପ୍ତଚର ଓ କ୍ୟାଟଙ୍କୁ ପାକିସ୍ତାନୀ ଗୁପ୍ତଚର ଭାବରେ ନଜର ଆସିବେ ।

 

BBSR Reporters

 

ମୁମ୍ବାଇ: ବଡପରଦାକୁ ଆସିବ ଆଉ ଏକ ଆକସନ ଥ୍ରିଲର ଚଳଚିତ୍ର ଟାଇଗର ୩ । ବଲିଉଡ ଭାଇଜାନ ସଲମାନଙ୍କ ବହୁ ପ୍ରତିକ୍ଷିତ ଚଳଚିତ୍ର ଟାଇଗର ୩ ର ରିଲିଜ ଡେଟର ଘୋଷଣା ସହ ଟିଜର ରିଲିଜ କରିଛନ୍ତି ଦବଙ୍ଗ ଖାନ । ଟିଜରରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କେଫଙ୍କ ଜବରଦସ୍ତ  ଆକସନ ଦେଖିବାକୁ ମିଳିଛି । ଆଗାମୀ ବର୍ଷ ଇଦ ଅବସରରେ ରିଲିଜ ହେବ ଟାଇଗର ସିରିଜର ପାର୍ଟ ୩ । ଫିଲ୍ମରେ ସଲମାନ ଭାରତୀୟ ଗୁପ୍ତଚର ଓ କ୍ୟାଟଙ୍କୁ ପାକିସ୍ତାନୀ ଗୁପ୍ତଚର ଭାବରେ ନଜର ଆସିବେ ।

 

ପୁଣିଥରେ ପରଦାରେ ଧମାଲ କରିବାକୁ ପ୍ରସ୍ତୁତ ହେଉଛନ୍ତି ସଲମାନ ଖାନ୍ ଓ କ୍ୟାଟ୍ରିନା କୈଫ୍ । ଟାଇଗର ସିରିଜର ତୃତୀୟ ସଂସ୍କରଣରେ ପୁଣିଥରେ ନାୟକ-ନାୟିକା ଭାବେ ନଜର ଆସିବେ ସଲମାନ ଓ କ୍ୟାଟ୍ । ଏକ ଟିଜର ଜରିଆରେ ଚଳଚ୍ଚିତ୍ର ଟାଇଗର- ଥ୍ରୀର ଘୋଷଣା ହୋଇଛି । ଗୋଟିଏ ମିନିଟ ୯ ସେକେଣ୍ଡର ଟିଜରରେ କ୍ୟାଟ୍ରିନାଙ୍କ ଜବରଦସ୍ତ ଆକସନ ଅବତାର ଦେଖିବାକୁ ମିଳିଛି । ସେହିପିର ଟିଜରର ଶେଷ ଭାଗରେ ସଲମାନଙ୍କ ଏଂଟ୍ରି ସହ ଧମାକାଦାର ଡାଏଲଗ ରହିଛି । କ୍ୟାଟ୍ରିନାଙ୍କ ପ୍ରଶ୍ନରେ ଟାଇଗର ସବୁବେଳେ ରେଡି ବୋଲି ସଲମାନ ଟିଜରରେ କହିଛନ୍ତି । ଆଗାମୀ ବର୍ଷ ଏପ୍ରିଲ ୨୩ ତଥା ଇଦ ଅବସରରେ ରିଲିଜ ହେବ ଏହି ବିଗ ବଜେଟ ମୁଭି ।

 

ଅଫିସିଆଲ ଘୋଷଣା ପରେ ଟିଜରକୁ ନେଇ ବେଶ ଉତ୍ସାହିତ ଅଛନ୍ତି ସଲମାନଙ୍କ ଫ୍ୟାନ୍ । ୟଶରାଜ ବ୍ୟାନରରେ ନିର୍ମିତ ଟାଇଗର ୩ ର ନିର୍ଦେଶନା ଦେଇଛନ୍ତି ମନୀଷ ଶର୍ମା । ସଲମାନଙ୍କ ଟାଇଗର ସିରିଜର ତୃତୀୟ ପାର୍ଟ ତୁର୍କି , ଅଷ୍ଟ୍ରିୟା ଓ ରୃଷ ଭଳି ସ୍ଥାନରେ ସୁଟ କରାଯାଇଛି । ନିକଟରେ ଦିଲ୍ଲୀରେ ଫିଲ୍ମର କିଛି ଅଂଶକୁ ସୁଟ କରାଯାଇଥିଲା । ଟାଇଗର ସିରିଜର ପ୍ରଥମ ୨ ଭାଗକୁ ବେଶ ପସନ୍ଦ କରିଥିଲେ ସିନେପ୍ରେମୀ । ଏମିତିକି ବଡପରଦାରେ ଅନେକ ରେକର୍ଡ ଭାଙ୍ଗିଥିଲା ଟାଇଗରର ଉଭୟ ପାର୍ଟ ।

 

ସିରିଜର ପ୍ରଥମ ଭାଗ ଏକ ଥା ଟାଇଗର ୨୦୧୨ ରେ ରିଲିଜ ହୋଇଥିଲା । ସେହିପରି ୨୦୧୭ ରେ ୨ୟ ଭାଗ ଟାଇଗର ଜିନ୍ଦା ହେ କୁ ରିଲିଜ କରାଯାଇଥଇଲା । ପ୍ରଥମ ଭାଗକୁ କବୀର ଖାନ ଡିରେକ୍ଟ କରିଥିବା ବେଳେ ଟାଇଗର ଜିନ୍ଦା ହେ କୁ ଅଲ୍ଲି ଆବାଜ ଜାଫର ଡିରେକ୍ଟ କରିଥିଲେ । ଉଭୟ ପାର୍ଟ ଜବରଦସ୍ତ ସଫଳତା ପାଇଥିବାରୁ ଟାଇଗର-ଥ୍ରୀରେ କ୍ୟାଟଙ୍କୁ ରିପ୍ଲେସ କରିନାହାନ୍ତି ଭାଇଜାନ । ତେବେ ତୃତୀୟ ସଂସ୍କରଣକୁ ବି ଦର୍ଶକ ପସନ୍ଦ କରିବେ ବୋଲି ଆଶା କରାଯାଉଛି ।
 

Related News
satta king tw