Top Stories

Search here...

News

ଅର୍ଥନୈତିକ ସର୍ଭେ ରିପୋର୍ଟ; ଜାତୀୟ ହାରୁ ୨ % ଅଧିକ ଓଡ଼ିଶାର ଅଭିବୃଦ୍ଧି ହାର

Posted On - 3 months ago
Edited By Prabir Kumar
LAST UPDATED Jun 28, 2022 07:50 AM

୨୦୨୦-୨୧ରେ ରାଜ୍ୟର ଅଭିବୃଦ୍ଧି ହାର – ୫.୩ ପ୍ରତିଶତ ଥିଲା । କୋଭିଡ ମହାମାରୀ ପାଇଁ ଏପରି ସ୍ଥିତି ହୋଇିଥିଲା । କିନ୍ତୁ ଓଡିଶାର ବିକାଶମୂଳକ ପଦକ୍ଷେପ, ଦକ୍ଷତାର ସହ କୋଭିଡ ପରିଚାଳନା, ଟିକାକରଣ ପାଇଁ ରାଜ୍ୟର ଅର୍ଥନୀତିରେ ସୁଧାର ଆସିଛି ବୋଲି ଜଣାପଡିଛି ।

 

BBSR Reporters


ଭୁବନେଶ୍ୱର:ଆସିଲା ୨୦୨୧-୨୨ ଆର୍ଥିକ ବର୍ଷର ଅର୍ଥନୈତିକ  ସର୍ଭେ ରିପୋର୍ଟ । ରାଜ୍ୟର ଅଭିବୃଦ୍ଧି ହାର ୨୦୨୧-୨୨ରେ ୧୦.୧ ପ୍ରତିଶତ ରହିବ ବୋଲି ଆକଳନ ହୋଇଛି । ଜାତୀୟ ହାର ୮.୮ ପ୍ରତିଶତ ରହିଥିବା ବେଳେ ଓଡିଶାର ଅଭିବୃଦ୍ଧି ହାର ବେଶ ଭଲ ରହିଥିବା ଜଣାପଡିଛି ।

 

କିନ୍ତୁ ୨୦୨୦-୨୧ରେ ରାଜ୍ୟର ଅଭିବୃଦ୍ଧି ହାର – ୫.୩ ପ୍ରତିଶତ ଥିଲା । କୋଭିଡ ମହାମାରୀ ପାଇଁ ଏପରି ସ୍ଥିତି ହୋଇିଥିଲା । କିନ୍ତୁ ଓଡିଶାର ବିକାଶମୂଳକ ପଦକ୍ଷେପ, ଦକ୍ଷତାର ସହ କୋଭିଡ ପରିଚାଳନା, ଟିକାକରଣ ପାଇଁ ରାଜ୍ୟର ଅର୍ଥନୀତିରେ ସୁଧାର ଆସିଛି ବୋଲି ଜଣାପଡିଛି । ସେହିପରି ରାଜ୍ୟରେ ମୁଣ୍ଡପିଛା ଆୟ ମଧ୍ୟ ବଢିଛି ବୋଲି ରିପୋର୍ଟରେ ଜଣାପଡିଛି । ରାଜ୍ୟରେ ଶିଳ୍ପାନୁଷ୍ଠାନ ଆସୁଥିବାରୁ ଅନେକ ରୋଜଗାର ସୃଷ୍ଟି ହୋଇଛି ବୋଲି ରିପୋର୍ଟରୁ ଜଣାପଡିଛି ।

Related News
satta king tw