dd dd

Top Stories

Search here...

News

ଫେବୃଆରୀ ପାଇଁ ଗାଇଡ୍‌ ଲାଇନ୍ସ ଘୋଷଣା କଲେ କେନ୍ଦ୍ର ସରକାର; ଦେଖନ୍ତୁ କଣ ରହିଛି କଟକଣା

Posted On - 2 minutes ago

ନୂଆ ଗାଇଡ୍‌ ଲାଇନ୍ସ ଅନୁଯାୟୀ ସମସ୍ତ ରାଜ୍ୟରେ ଥିବା ସୁଇମିଂ ପୁଲ୍‌ଗୁଡ଼ିକ ସମସ୍ତଙ୍କ ପାଇଁ ଖୋଲା ରହିବ ।

 

BBSR Reporters


ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଫେବ୍ରୁଆରି ମାସ ପାଇଁ ନୂଆ ଗାଇଡ୍‌ ଲାଇନ୍ସ ଘୋଷଣା କରାଯାଇଛି । ନୂଆ ଗାଇଡ୍‌ ଲାଇନ୍ସ ଅନୁଯାୟୀ ସମସ୍ତ ରାଜ୍ୟରେ ଥିବା ସୁଇମିଂ ପୁଲ୍‌ଗୁଡ଼ିକ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରହିବ । ପୂର୍ବରୁ ଏହା କେବଳ ଖେଳାଳିମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ଏହା ସହିତ ଥିଏଟର ଏବଂ ସିନେମା ହଲ୍‌ଗୁଡ଼ିକରେ ଅଧିକ ଦର୍ଶକଙ୍କୁ ଅନୁମତି ମିଳିବ । ମାତ୍ର ୫୦ ପ୍ରତିଶତଙ୍କ ପାଇଁ ଅନୁମତି ମିଳୁଥିଲା । ଏହା ସହିତ ନୂଆ ନିର୍ଦ୍ଦେଶାବଳିରେ ରହିଥିବା ଅନ୍ୟ ନିୟମ ଗୁଡ଼ିକ ହେଲା-

-ସାମାଜିକ, ଧାର୍ମିକ, ଶିକ୍ଷା ସମ୍ପର୍କିତ କାର୍ଯ୍ୟକ୍ରମରେ ପ୍ରେକ୍ଷାଳୟ ଆସନ ସଂଖ୍ୟା ୨୦୦କୁ ବୃଦ୍ଧି ।

-ସମସ୍ତ ପ୍ରକାର ପ୍ରଦର୍ଶନୀ ହଲ୍‌ ଖୋଲିବାକୁ ଅନୁମତି ।

-ମିନିଷ୍ଟ୍ରୀ ଅଫ୍‌ ସିଭିଲ୍‌ ଆଭିଏସନ୍‌ ଆସେସ୍‌ମେଣ୍ଟ ଅନୁଯାୟୀ ଆନ୍ତର୍ଜାତିକ ବିମାନ ଯାତ୍ରା ଚାଲୁ ହେବ।

-ପଡ଼ୋଶୀ ଦେଶ ସହ ବାଣିଜ୍ୟିକ ସମ୍ପର୍କ ଉପରୁ ବାଧା ହଟିଲା।

-୬୫ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତି, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ୍‌ ପିଲାମାନେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବେ।

-ସାଧାରଣ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ଆ‌ରୋଗ୍ୟ ସେତୁ ମୋବାଇଲ୍‌ ଆପ୍‌ ଚାଲୁ ରହିବ।

-ଫେସ୍‌ ମାସ୍କ, ସାନିଟାଇଜ୍‌, ସାମାଜିକ ଦୂରତ୍ବ ନିୟମ ଅବ୍ୟାହତ ରହିବ।

-ସମଗ୍ର ଦେଶରେ କୋଭିଡ୍‌-୧୯ରୁ ରକ୍ଷା ପାଇବା ପାଇଁ ଉଦ୍ଦିଷ୍ଟ ନିୟମାବଳି ପାଳନ କରାଯିବ।

-ଜିଲ୍ଲା ଅଧିକାରୀଙ୍କ ଦ୍ବାରା ଚିହ୍ନଟ ହୋଇଥିବା କଣ୍ଟେନ୍‌ମେଣ୍ଟ ଜୋନ୍‌ଗୁଡ଼ିକ ଆବଶ୍ୟକତା ଅନୁସାରେ କାର୍ଯ୍ୟକ୍ଷମ ହେବ।

-ଜିଲ୍ଲା, ପୁଲିସ ଏବଂ ମ୍ୟୁନିସିପାଲିଟି ଅଧିକାରୀମାନେ ପୂର୍ବ ଭଳି ସତର୍କ ରହିବେ ।

Edit by:ଅର୍ଚ୍ଚନା ଆଳୁକ

Related News
satta king tw