dd dd

Top Stories

Search here...

News

ବଜେଟ ୨୦୨୧: ସ୍ୱାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ ୨ ଗୁଣା କରାଯିବା ନେଇ ଯୋଜନା 

Posted On - 1 day ago

 

ଭାରତରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ ହେଉଥିବା ଟଙ୍କା ଦେଶର ଜିଡିପିର ମାତ୍ର ୧.୩ ପ୍ରତିଶତ । ଅନ୍ୟ ବିକଶିତ ଦେଶଙ୍କ ତୁଳନାରେ ଏହି ଖର୍ଚ୍ଚ ବହୁତ କମ ।

 

BBSR Reporters


ଆଗାମୀ ବିତ୍ତ ବର୍ଷରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ହେଉଥିବା ଖର୍ଚ୍ଚକୁ ୨ ଗୁଣା କରାଯିବ । କରୋନା ମହାମାରୀ ପରେ ଦେଶର ସ୍ୱାସ୍ଥ୍ୟ ପ୍ରଣାଳୀକୁ ଉନ୍ନତ କରିବାକୁ ଲକ୍ଷ ରଖାଯାଇଛି । ଏଥିଲାଗି ବଜେଟରେ ସ୍ୱାସ୍ଥ୍ୟ ଖର୍ଚ୍ଚକୁ ୨ ଗୁଣା କରାଯିବା ନେଇ ଯୋଜନା ରଖାଯାଇଛି । ଯୋଜନା ମୁତାବିକ ଆଗାମୀ ବିତ୍ତ ବର୍ଷ ପାଇଁ ସ୍ୱାସ୍ଥ୍ୟ ଖର୍ଚ୍ଚ ୧.୨ ରୁ ୧.୩ କୋଟି ଲକ୍ଷ ଟଙ୍କା ରଖାଯାଇପାରେ ।

 

 

ଭାରତରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ ହେଉଥିବା ଟଙ୍କା ଦେଶର ଜିଡିପିର ମାତ୍ର ୧.୩ ପ୍ରତିଶତ । ଅନ୍ୟ ବିକଶିତ ଦେଶଙ୍କ ତୁଳନାରେ ଏହି ଖର୍ଚ୍ଚ ବହୁତ କମ । ବର୍ତ୍ତମାନ ସ୍ୱାସ୍ଥ୍ୟ ଖର୍ଚ୍ଚ ବଢାଯାଇ ଦେଶର ଜିଡିପିର ଚାରି ପ୍ରତିଶତ କରିବା ନେଇ ଲକ୍ଷ ରଖା ଯାଇଛି ।

 

ବିତ୍ତ ମନ୍ତ୍ରୀ ନିର୍ମଳା ସୀତାରାମଣ ଆସନ୍ତା ଫ୍ରେବୁଆରୀ ୧ ତାରିଖରେ ସାଧାରଣ ବଜେଟ ଉପସ୍ଥାପନ କରିବେ । ଚଳିତ ବର୍ଷର ବଜେଟ ଗତ ଶହେ ବର୍ଷ ମଧ୍ୟରେ ସବୁଠୁ ଭଲ ବଜେଟ ହେବ ବୋଲି ସେ ସୂଚନା ଦେଇଛନ୍ତି । ମିଡ଼ିଆ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ,ଚଳିତ ବଜେଟରେ ହେଲଥ କେୟାର ପ୍ଲାନ ମଧ୍ୟ ଜାରି କରାଯାଇ ପାରେ ।

 

Edit by: ପ୍ରବୀର କୁମାର

Related News
satta king tw