dd dd

Top Stories

Search here...

News

ଆଜି ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବ ଦ୍ଵିତୀୟ ପର୍ଯ୍ୟାୟ କୋଭିଡ ଟିକା

Posted On - 1 day ago



ଓଡ଼ିଶାକୁ  ଗତ ଶନିବାର ଦିନ ୪.୦୮ ଲକ୍ଷ ଡୋଜ ଆସିଥିବା ବେଳେ ଆଜି ଆହୁରି ୩ ଲକ୍ଷ ୩୪ ହଜାର ୫୦୦ ଡୋଜ ଆସିବ ।


BBSR Reporters

 

ଆଜି ଅପରାହ୍ନ ପ୍ରାୟ ୪ ଟା ୨୫ ମିନିଟରେ  ଭୁବେଶ୍ବରରେ ବିମାନ ବନ୍ଦରରେ ପହଞ୍ଚିବ ଦ୍ଵିତୀୟ ପର୍ଯ୍ୟାୟ କୋଭିଡ ଟିକା । ଓଡ଼ିଶାକୁ  ଗତ ଶନିବାର ଦିନ ୪.୦୮ ଲକ୍ଷ ଡୋଜ କୋଭିସିଲ୍ଡ ଟିକା ଆସିଥିବା ବେଳେ ଆଜି ଆହୁରି ୩ ଲକ୍ଷ ୩୪ ହଜାର ୫୦୦ ଡୋଜ ଆସିବ ବୋଲି ସୂଚନା ରହିଛି । 

 

ସ୍ବାସ୍ଥ୍ୟ ବିଭାଗ  ତରଫରୁ ସୂଚନା ମିଳିଛି ଯେ, ଯେଉଁ ହିତାଧିକାରୀ ମାନେ ଏବେ ଏହି ଟିକା ନେବା ପାଇଁ ମନା କରିବେ ସେମାନଙ୍କୁ ପରବର୍ତ୍ତୀ ସମୟରେ ଏହି ମାଗଣା କୋଭିଡ ଟୀକାକରଣର ସୁଯୋଗ ମିଳିବ ନାହିଁ  । ପ୍ରଥମ ଦିନରେ ମୋଟ ୧୩,୯୮୦ ଜଣ ଓ ଗତକାଲି ମୋଟ ୩୦,୧୬୧ ଜଣ  ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ଟୀକାକରଣ କରାଯାଇଛି । ତେବେ ଏହି ଭ୍ୟାକସିନ ନେଇ ଗୋଟିଏ ପାର୍ଶ୍ଵ ପ୍ରତିକ୍ରିୟା ରିପୋର୍ଟ ରହିଛି । 

 

ଗତକାଲି ସମସ୍ତ ଜିଲ୍ଲା ସହ ଏକ ଭିଡିଓ କନଫରେନ୍ସ ହୋଇଥିଲା ଯେଉଁଥିରେ ରାଜସ୍ବ ବିଭାଗ ଅଧିନରେ ଥିବା ଆଗଧାଡିର କର୍ମଚାରୀ ମାନେ ପ୍ରଥମେ ତାଲିକାଭୁକ୍ତ ହେବେ । ଜାନୁଆରୀ ୨୫ ତାରିଖ ସୁଦ୍ଧା ପଞ୍ଜୀକରଣ ପ୍ରକ୍ରିୟା ଶେଷ କରିବାକୁ ସବୁ ଜିଲ୍ଲା ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । 

 

ସୂଚନା ଯୋଗ୍ୟ ଯେ , ଗତ ୧୧ ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା ପୁଣେର ସେରୁମ୍ ଇନଷ୍ଟି୍ୟୁଟରୁ ଆସିଥିବା କୋଭିଶିଲ୍ଡ ଟିକା।  ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ୮ ହଜାର ଡୋଜ କୋଭିଶିଲ୍ଡ ଟିକା ଆସିଥିଲା । ଏହାପରେ ପରେ ଓଡ଼ିଶାରେ ଗତ ଶନିବାର ଠାରୁ ସ୍ବାସ୍ଥ୍ୟକର୍ମୀଙ୍କୁ ଟୀକାକରଣ କରାଯାଉଛି । 

 

Edit by: ଅନୁପମା ମଲ୍ଲିକ

Related News
satta king tw