dd dd

Top Stories

Search here...

News

ଭାରତରେ କରୋନାର ବିସ୍ତାର ଠୁ ଟିକାକରଣ ଯାଏ ପଢ଼ନ୍ତୁ ସଂକ୍ଷିପ୍ତରେ

Posted On - 1 day ago


ଆମ ଦେଶରେ ଏବେ ସୁଦ୍ଧା ୧୦. ୫ ମିଲିୟନରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଦେଢ଼ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇ ସାରିଛନ୍ତି। ଏପରି ସ୍ଥଳେ ଆମକୁ ଆହୁରି କିଛି ମାସ ସତର୍କ ରହିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି  ।

 

BBSR Reporters

 

ନଭେମ୍ବର ୨୦୧୯ରୁ କରୋନା ଭାଇରସର ଉତ୍ପତି ଚୀନର ଉହାନ ସହରରୁ ସାରା ବିଶ୍ୱକୁ ବ୍ୟାପିଥିଲା। ୨୦୨୦ ଆରମ୍ଭରୁ ଯଦିଓ ଭାରତୀୟମାନେ  ଏ ବିଷୟରେ  ଅବଗତ ଥିଲେ କିନ୍ତୁ ଏନେଇ ଏତେଟା ସଚେତନ ନ ଥିଲେ । ପରେ ପରେ ସରକାରଙ୍କ ସହ ଲୋକେ ମଧ୍ୟ ସଚେତନ ହୋଇଥିଲେ। ଆଜି ସାରା ଦେଶରେ କରୋନାର ବିନାଶ ପାଇଁ ଟୀକାକରଣ ଚାଲିଛି। ଏହା ମଧ୍ୟରେ ଗୋଟିଏ ବର୍ଷ ମଧ୍ୟ ବିତି ଯାଇଛି। ଆସନ୍ତୁ  ସଂକ୍ଷିପ୍ତରେ ଜାଣିବା କରୋନାର ଉତ୍ପତି ଠୁ ଟୀକାକରଣ ଯାଏ ସବୁ ଘଟଣାବଳୀ ।

 

ଫେବ୍ରୁଆରୀ ୨୦୨୦ ସାରା ଦେଶରେ ଚୀନର ଉହାନରୁ ଆସିଥିବା କୋରନା ଭାଇରସ ଧୀରେ ଧୀରେ ପ୍ରବେଶ କରିଥିଲା । ଗଣମାଧ୍ୟମରେ ଧୀରେ ଧୀରେ ଏ ସମ୍ପର୍କରେ ଖବର ପ୍ରସାରଣ ହେବାକୁ ଲାଗିଲା । "ଆଜି ଚୀନରୁ ଫେରିଥିବା ବ୍ୟକ୍ତି କୋରନାରେ ଆକ୍ରାନ୍ତ" । ପ୍ରଥମେ ଗୋଟିଏ ଦୁଇଟିରୁ ଆରମ୍ଭ ହେଲା । ନୂଆ ନୂଆ ଶବ୍ଦ ସବୁ ଦେଖିବାକୁ ମିଳିଥିଲା। "Quarantine" "Isolation" "Contract Tracing" "Thermal Scanning" "Containment zone" #Hydroxichloroquine" ଏମିତି ଅନେକ । ତାପରେ ଧୀରେ ଧୀରେ ସଂଖ୍ୟା ବଢ଼ିଲା ୧୦୦ ରୁ ୧୦୦୦ ଆଡ଼କୁ ବଢ଼ୁଥିଲା ସଂଖ୍ୟା । ପରେ ପ୍ରଧାନମନ୍ତ୍ରୀ ସାରା ଦେଶରେ  ତାଲା ବନ୍ଦ ଘୋଷଣା କଲେ । ସବୁ ଖବର ଲେଖା ଚାଲିଥାଏ । କୋରନା ଯୋଦ୍ଧାଙ୍କ ପାଇଁ ତାଳି, ଥାଳି ବଜେଇବା, ଦୀପ ଜାଳିବା ସବୁ ଚାଲିଲା । ତାପରେ work from home ଚାଲିଲା । ସେତେବେଳେ ଜଣେ କେହି ରାଜ୍ୟରୁ ଆକ୍ରାନ୍ତ ହେଲେ, କେହି ବିଶିଷ୍ଟ ବ୍ୟକ୍ତି ଆକ୍ରାନ୍ତ ହେଲେ ବି ଖବର ଯାଏ ।

 

ଲକଡାଉନ ପାଇଁ  ଶ୍ରମିକଙ୍କ ଚାଲିଚାଲି ଫେରିବା, ପ୍ରାକୃତିକ ବିପର୍ଯ୍ୟୟ, ଦୁର୍ଘଟଣା, ସୋନୁ ସୂଦ, ସବ୍ୟସାଚୀ ମିଶ୍ରଙ୍କ ସାହାଯ୍ୟ । ପ୍ରତିଦିନ ଜାତୀୟ ଆଉ ରାଜ୍ୟ ସ୍ତରୀୟ ସ୍ୱାସ୍ଥ୍ୟ ସୂଚନା । କରୋନା ବିଷୟରେ ଅବଗତ ପାଇଁ ଲବ ଅଗ୍ରୱାଲ ଆଉ ସୁବ୍ରତ ବାଗଚିଙ୍କୁ ଅପେକ୍ଷା । କୋରନା ମୁକାବିଲା ପାଇଁ କଣ ପ୍ରସ୍ତୁତି ସେଇଟା ବି ଖବର । କେଉଁଠି ଅବ୍ୟବସ୍ଥା ସେ ଖବର । ଅଫିସରେ ବି ଅନେକ ଆକ୍ରାନ୍ତ ହୋଇଥିଲେ । ତାପରେ  ଗୋଟିଏ ଦିନରେ ଦେଶରେ ହଜାର ହଜାର ଆକ୍ରାନ୍ତ ଚିହ୍ନଟ ହୁଅନ୍ତି । ଅନେକ ଲୋକଙ୍କ ମୃତ୍ୟ ହୁଏ । ଖୁବ୍ ବ୍ୟସ୍ତ ଲାଗେ । ତାପରେ ଧୀରେ ଧୀରେ ସୁସ୍ଥ ହେଲେ ଆକ୍ରାନ୍ତ । ସେ ଖବର । ଟୀକାକରଣ ଆଶାର ଖବର ।

 

ଲାକଡାଉନ ପରେ unlock ୧, ୨, ୩ ,୪, ୫, ୬ ଆସିଲା । ଆକ୍ରାନ୍ତ ଠାରୁ ସୁସ୍ଥ ସଂଖ୍ୟା ବଢ଼ିବା ଖବର । ଗତ କିଛି ମାସ ହେଲା ଟୀକାର ସଫଳ ପରୀକ୍ଷଣ ଖବର । ଆଉ ଆଜି ଯେତେବେଳେ ସାରା ଦେଶରେ ଟୀକାକରଣ ହେବାକୁ ଯାଉଛି ସମସ୍ତଙ୍କ ମନରେ ଆନନ୍ଦ ଭରି ଯାଉଛି । ଏଇ ଗୋଟିଏ ବର୍ଷ ଭିତରେ ଯୁଗଟେ ଜିଇଁ ଗଲା ଭଳି । ହେଲେ କରନା ପାଇଁ ଆମେ ବହୁତ କିଛି ଶିଖିଛେ। ହାତ ଧୋଇବା, ଧାଡ଼ିରେ ଠିଆ ହେବା, ଶାନ୍ତିଶୃଙ୍ଖଳା ବଜାୟ ରଖିବା, ରାତିରେ ବାହାରେ ନ ବୁଲିବା ଭଳି ବହୁତ କିଛି । ହେଲେ ଏବେବି କରୋନାର ଭୟ ମନରୁ ଯାଇନାହିଁ । ଆମ ଦେଶରେ ଏବେ ସୁଦ୍ଧା ୧୦. ୫ ମିଲିୟନରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଦେଢ଼ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇ ସାରିଛନ୍ତି। ସେହିଭଳି ୧୦.୨ ମିଲିୟନରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ମଧ୍ୟ ହୋଇସାରିଛନ୍ତି । ଏପରି ସ୍ଥଳେ ଆମକୁ ଆହୁରି କିଛି ମାସ ସତର୍କ ରହିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।


Edit by : ଟିମ ବିବିଏସଆର ରିପୋଟର୍ସ

Related News
satta king tw