Top Stories

Search here...

News

ମାଷ୍ଟରକ୍ୟାଂଟିନ ଛକରେ ଥିବା ଘୋଡାକୁ ସ୍ଥାନାନ୍ତର ନେଇ ବଢୁଛି ବିବାଦ

Posted On - 1 minute ago
Edited By Team BbsrReporters
LAST UPDATED Jun 18, 2021 10:56 AM

କୋଣାର୍କ ମନ୍ଦିରର ଶୋଭା ବଢାଉଥିବା ଯୁଦ୍ଧ ଘୋଡା ଢାଂଚାରେ ୧୯୮୮ରେ  ଏହି ଘୋଡାକୁ ନିର୍ମାଣ କରିଥିଲେ ବିଶିଷ୍ଟ ସ୍ଥପତି ସ୍ୱର୍ଗତ ରଘୁନାଥ ମହାପାତ୍ର  ।

 

BBSR Reporters


ଭୁବନେଶ୍ୱର: ଭୁବନେଶ୍ୱରର ଐତିହ୍ୟ ପାଲଟିଥିବା ମାଷ୍ଟରକ୍ୟାଂଟିନ ଛକରେ ଥିବା ଘୋଡାକୁ ରାଜଭବନ ଆଗକୁ ସ୍ଥାନାନ୍ତର ନେଇ ବିବାଦ  ବଢିବାରେ ଲାଗିଛି ।  ଆଜି ଲଗାତାର ଦ୍ୱିତୀୟ ଦିନ ଲାଗି କଂଗ୍ରେସ ବିଧାୟକ ସୁର ରାଉତରାୟ ନିଜ ସମର୍ଥକଙ୍କ ସହ ଘୋଡାମୂର୍ତି ତଳେ ଧାରଣା ଦେଇଥିବା ବେଳେ ବିଜେପି ବି ଘୋଡା ସ୍ଥାନାନ୍ତରଣକୁ ବିରୋଧ କରିଛିା କିଛି ସଙ୍ଗଠନ ମଧ୍ୟ ଏଭଳି ସ୍ଥାନାନ୍ତରଣକୁ ପୂର୍ବରୁ ବିରୋଧ କରିସାରିଛନ୍ତି  । 


୧୯୮୮ରେ ଭୁବନେଶ୍ୱରର ମାଷ୍ଟରକ୍ୟାଂଟିନରେ ଏହି ଘୋଡାକୁ ସ୍ଥାପନ କରାଯାଇଥିଲା  । କୋଣାର୍କ ମନ୍ଦିରର ଶୋଭା ବଢାଉଥିବା ଯୁଦ୍ଧ ଘୋଡା ଢାଂଚାରେ ହୋଇଥିଲା ଏହାର ନିର୍ମାଣ କରିଥିଲେ ବିଶିଷ୍ଟ ସ୍ଥପତି  ସ୍ୱର୍ଗତ ରଘୁନାଥ ମହାପାତ୍ର  । ହେଲେ  ସ୍ମାର୍ଟ ସିଟି ମଲ୍ଟି ପ୍ରକଳ୍ପ ପାଇଁ ଘୋଡାର ସ୍ଥାନାନ୍ତର ପ୍ରସ୍ତାବକୁ ବିରୋଧ ଏବେ ବଢିବାରେ ଲାଗିଛି  । 


ସୂଚନାଯୋଗ୍ୟ,  ଗତକାଲି ମଧ୍ୟ ଉଭୟ କଂଗ୍ରେସ ଓ ବିଜେପି ଏହାକୁ ବିରୋଧ କରିଥିଲେ  । ଗତକାଲି ବି ସେ ମାଷ୍ଟରକ୍ୟାଂଟିନ ଯାଇ ଘୋଡା କୁଆଡେ ଯିବ ନାହିଁ ବୋଲି କଂଗ୍ରେସ କହିଥିଲା । ସରକାର ଘୋଡ଼ା ସ୍ଥାନାନ୍ତର ନିଷ୍ପତ୍ତିରୁ ନ ଓହରିଲେ ଆଗକୁ ଜୋରଦାର୍ ଆନେ୍ଦାଳନ ହେବ ବୋଲି ବିରୋଧୀଦଳଗୁଡ଼ିକ ଚେତାବନୀ ଦେଇଛନ୍ତି ।

 

 ଏପଟେ ସଂସ୍କୃତି ବିଭାଗ ଘୋଡ଼ା ଓ ଯୋଦ୍ଧା ସମେତ ସମସ୍ତ ପ୍ରସ୍ତର ମୂର୍ତ୍ତିକୁ ସ୍ଥାନାନ୍ତର କରିବା ଜିଦ୍ରେ ଥିବାରୁ ବିବାଦ ଘନେଇଛି । ଜଟଣୀ ବିଧାୟକ ସୁର  ରାଉତରାୟ ମାଷ୍ଟରକ୍ୟାଣ୍ଟିନ ଛକସ୍ଥିତ ଘୋଡ଼ା ମୂର୍ତ୍ତି ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କହିଛନ୍ତି ଯେ, ଏହି ଯୋଦ୍ଧା ଘୋଡ଼ା ଓଡ଼ିଶାର ସ୍ୱର୍ଣ୍ଣିମ ଇତିହାସ, ବୀରପୁରୁଷ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କର ବୀରତ୍ୱ ଗାଥାର ଏକ ପ୍ରସ୍ତର ପ୍ରଦର୍ଶନ ।

 

ରଘୁନାଥ ମହାପାତ୍ର ଏହାକୁ ନିର୍ମାଣ କରିଥିବାବେଳେ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ନନ୍ଦିନୀ ଶତପଥୀ, ସତ୍ୟପ୍ରିୟ ମହାନ୍ତି, ନୀଳମଣି ରାଉତରାୟ, ଚିନ୍ତାମଣି ପାଣିଗ୍ରାହୀଙ୍କ ଉଦ୍ୟମରେ ଛକରେ ଘୋଡାକୁ ସ୍ଥାପନ କରାଯାଇଥିଲା ।  ତେଣୁ ଏଠାରୁ ପ୍ରତିମୂର୍ତ୍ତିକୁ ନ ହଟାଇ ସ୍ମାର୍ଟ ସିଟି ଯୋଜନା କାର୍ଯ୍ୟକାରୀ ହେଉ ବୋଲି ଦାବି ହୋଇଛି । ଯଦି ସରକାର ନିଷ୍ପତ୍ତିର ପୁନଃବିଚାର ନକରନ୍ତି ତେବେ ଜନଆନେ୍ଦାଳନ ହେବ ବୋଲି ଶ୍ରୀ ରାଉତରାୟ ଚେତାବନୀ ଦେଇଛନ୍ତି ।
 

Related News
satta king tw