Top Stories

Search here...

News

ରାଜ୍ୟରେ  ନୂଆ ୬୫୨ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ ୩୩୧ 

Posted On - 2 minutes ago
Edited By Team BbsrReporters
LAST UPDATED Oct 10, 2021 10:47 AM

ମୋଟ ଆକ୍ରାନ୍ତଙ୍କ  ମଧ୍ୟରୁ ୯୨ ଜଣ ଆକ୍ରାନ୍ତଙ୍କ ବୟସ ୧୮ ବର୍ଷରୁ କମ  ।

 

BBSR Reporters


ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ସ୍ଥିର ରହିଥିବା ବେଳେ ବିଗତ ୨୪ ଘଣ୍ଟାରେ ରାଜ୍ୟରେ ୬୫୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ସେମାନଙ୍କ ମଧ୍ୟରୁ ୯୨ ଜଣ ଆକ୍ରାନ୍ତଙ୍କ ବୟସ ୧୮ ବର୍ଷରୁ କମ  । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରାଣ୍ଟାଇନରୁ ୩୮୦ ଜଣ ଚିହ୍ନଟ ହୋଇଥିବାବେଳେ ୨୭୨ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।

 

ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ଜଣେ, ବାଲେଶ୍ୱରରୁ ୧୯ ଜଣ, ବରଗଡ଼ରୁ ୩ ଜଣ, ଭଦ୍ରକରୁ ୭ ଜଣ, କଟକରୁ ୭୦ ଜଣ, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ଜଣେ, ଗଜପତି ଓ ଗଞ୍ଜାମରୁ ୬ ଜଣ ଲେଖାଏଁ, ଜଗତସିଂହପୁରରୁ ୧୫ ଜଣ, ଯାଜପୁରରୁ ୧୦ ଜଣ, ଝାରସୁଗୁଡ଼ାରୁ ଜଣେ, କେନ୍ଦ୍ରାପଡ଼ାରୁ ୨୬ ଜଣ, କୋରାପୁଟରୁ ଜଣେ, ମୟୁରଭଞ୍ଜରୁ ୨୯ ଜଣ, ନୟାଗଡ଼ରୁ ୬ ଜଣ, ମାଲକାନଗିରିରୁ ୨ ଜଣ, ମୟୁରଭଞ୍ଜରୁ ୨୯ ଜଣ, ନୟାଗଡ଼ରୁ ୬ ଜଣ, ନୂଆପଡ଼ାରୁ ଜଣେ, ପୁରୀରୁ ୧୪ ଜଣ, ରାୟଗଡ଼ାରୁ ୨ ଜଣ, ସମ୍ୱଲପୁରରୁ ୧୦ ଜଣ, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ୧୫ ଜଣ ଓ ଷ୍ଟେଟ ପୁଲରୁ ୭୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି  ।

 

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦,୩୧,୬୯୬ ଜଣ ପଜିଟିଭ ଚିହ୍ନଟ ହେଲେଣି  । ଏମାନଙ୍କ ଭିତରୁ ୧୦,୧୮,୩୧୧ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୫୦୮୩ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ସଂକ୍ରମଣ ବଢୁଥିବା କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଏବେ କଟକଣା କଡାକଡି କରାଯାରଛି । ପୂଜା, ପାର୍ବଣ ଆସୁଥିବାରୁ ଆସନ୍ତାକାଲି ଠାରୁ କଟକ ଭୁବନେଶ୍ୱରରେ ରାତିି ୮ ଟାରୁ ନାଇଟ୍ କଫୁ୍ୟ ଲାଗୁ କରାଯାଇଛି ।
 

Related News
satta king tw