Top Stories

Search here...

News

ମାନସ ହତ୍ୟା ମାମଲାର ତଦନ୍ତ କରିବ କ୍ରାଇମ ବ୍ରାଞ୍ଚ; ଶର୍ମିଷ୍ଠାଙ୍କ ଭାଇକୁ ଗିରଫ କଲା ଚାନ୍ଦବାଲି ପୋଲିସ

Posted On - 4 days ago
Edited By Team BbsrReporters
LAST UPDATED Mar 27, 2022 07:24 PM

ଯାଜପୁର କାଳିଆପାଣିରେ ୪ ଦିନ ଲୁଚିଥିଲେ ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୁ ଝୁମା ଭୋଇ । 

 

BBSR Reporters

 

ଭୁବନେଶ୍ୱର: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ହତ୍ୟାକାଣ୍ଡ ମାମଲାରେ ତଦନ୍ତ କରିବ କ୍ରାଇମବ୍ରାଂଚ । ଏନେଇ ଡିଜିପି ନିଦେ୍ର୍ଧଶ ଦେବା ପରେ ତଦନ୍ତଭାର ନେଇଛି କ୍ରାଇମବ୍ରାଂଚ । କ୍ରାଇମବ୍ରାଂଚ ଏଡିଜି ସଂଜୀବ ପଣ୍ଡା ଏନେଇ ସୂଚନା ଦେଇଛନ୍ତି । ତଦନ୍ତ ପାଇଁ ୨ଟି ଟିମ୍ ଗଠନ କରାଯାଇଛି । ଗୋଟିଏ ଟିମ ଅପରାଧ ସଙ୍ଗଠିତ ହୋଇଥିବା ବିଭିନ୍ନ ଜିଲ୍ଲାରେ ତଦନ୍ତ କରିବ ଓ ଅନ୍ୟ ଟିମ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଗିରଫ କରିବାରେ ସହାୟତା କରିବ । ଏପରିକି ଶର୍ମିଷ୍ଠାଙ୍କୁ ଖୋଜିବା ପାଇଁ ଟିମ ରାଜ୍ୟ ବାହାରକୁ ମଧ୍ୟ ଯିବ । ଜଣେ ଡିସିପିଙ୍କ ନେତୃତ୍ୱରେ କ୍ରାଇମବ୍ରାଂଚର ଦୁଇଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିବା କ୍ରାଇମବ୍ରାଂଚ ଏଡିଜି ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି ।


ମାନସ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ କାର୍ପଟଦାର ଶର୍ମିଷ୍ଠା ରାଉତଙ୍କ ଭାଇକୁ ଧରି ଚାନ୍ଦବାଲିରେ ପହଂଚିଛି ପୋଲିସ । କିନ୍ତୁ ଏବେବି ଶର୍ମିଷ୍ଠା ଫେରାର ଅଛନ୍ତି । ଶର୍ମିଷ୍ଠାଙ୍କୁ ଫେରାର କରାଇବାରେ ତାଙ୍କ ଭାଇ ସାହାଯ୍ୟ କରିଥିଲେ । ତାଙ୍କ ଭାଇଙ୍କୁ ବିଜୟୱାଡାରୁ ଗିରଫ କରି ଚାନ୍ଦବାଲି ଆଣିଛି ପୋଲିସ ।


କ୍ୟାମେରାମ୍ୟାନ ମାନସଙ୍କୁ ଅପହରଣ ଓ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିଲା ଶର୍ମିଷ୍ଠା ରାଉତଙ୍କ କାର । ଆଜି ଶର୍ମିଷ୍ଠାଙ୍କ କାର ଠାବ ହେବା ପରେ ତଦନ୍ତ କରିବାକୁ ଭୁବନେଶ୍ୱରରେ ପହଁଚିଥିବା ଚାନ୍ଦବାଲି ପୁଲିସ ଏହି ସୂଚନା ଦେଇଛି । ଏୟାରଫିଲ୍ଡ ଥାନା ଅଂଚଳରେ ଏକ ଆପାର୍ଟମେଂଟ ଗ୍ୟାରେଜରୁ ହୁ୍ୟଣ୍ଡାଇ କାର ମିଳିଛି । କୁହାଯାଉଛି, ମାନସଙ୍କୁ ଅପହରଣ ଓ ହତ୍ୟାକାଣ୍ଡ ପରେ ପୁଲିସ ନଜର ହଟାଇବାକୁ ଗାଡି ଲୁଚାଇଥିଲେ ଶର୍ମଷ୍ଠା । ଏହି କାରକୁ ମଧ୍ୟ ମାନସଙ୍କ ଅପହରଣ ଓ ହତ୍ୟାକାଣ୍ଡରେ ବ୍ୟବହାର କରାଯାଇଥିଲା । ଗାଡିର ଯାଂଚ କରିବା ପାଇଁ ଚାନ୍ଦବାଲିରୁ ପୁଲିସର ସ୍ୱତନ୍ତ୍ର ଟିମ ଭୁବନେଶ୍ୱରରେ ପହଂଚି ସାରିଛନ୍ତି ।

 

ହେଲେ ମାଷ୍ଟରମାଇଣ୍ଡ ଶର୍ମିଷ୍ଠାଙ୍କ ପତା ପାଉନି ପୁଲିସ । ସମସ୍ତଙ୍କୁ ଚକମା ଦେଇ ଫେରାର ଅଛନ୍ତି ୱେବ ମାଲିକାଣି । ରାଜ୍ୟ ବାହାରକୁ ଚାଲିଯାଇଥିବା କୁହାଯାଉଥିଲେ ବି କେଉଁଠି ଅଛନ୍ତି ତାହା ଜଣାପଡିନାହିଁ । ଏପରିକି ବିଜୟୱାଡାରେ ଧରିବାକୁ ପୁଲିସ ପହଁଚିବା ପୂର୍ବରୁ ଅତି ଚତୁରତାର ସହ ଖସି ଯାଇଛନ୍ତି । ତାଙ୍କୁ ଏଥିରେ ତାଙ୍କ ଭାଇ ସହଯୋଗ କରିଥିବା ପୁଲିସ ଜାଣିବା ପରେ ଭାଇଙ୍କୁ ବିଜୟୱାଡାରୁ ଉଠାଇ ଆଣିଛି ପୁଲିସ ।


ଯାଜପୁର କାଳିଆପାଣିରେ ୪ ଦିନ ଲୁଚିଥିଲେ ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୁ ଝୁମା ଭୋଇ । ଗତ ୭ ତାରିଖରେ ଶର୍ମିଷ୍ଠା କାଳିଆପାଣି କୋଇପଶି ବସ୍ତିରେ ରହୁଥିବା ତାଙ୍କ ଶାଶୂ ଶାନ୍ତିଲତା ବଳଙ୍କ ଘରେ ପହଂଚିଥିଲେ । ୮ ଓ ୯ ତାରିଖ ଦୁଇ ଦିନ ସେଠାରେ ରହିବା ପରେ ୧୦ ତାରିଖରେ ପଳାଇ ଯାଇଥିଲେ । ୭ ତାରିଖ ରାତିରେ ହଠାତ୍ କୋଇପଶି ବସ୍ତିରେ ପହଂଚିଥିଲେ ଶର୍ମିଷ୍ଠା । ବୋହୂକୁ ରାତିରେ ଆସିବାର କାରଣ ପଚାରିଥିଲେ ଶାନ୍ତିଲତା । ଏକ ଡକୁ୍ୟମେଂଟାରୀ ଫିଲ୍ମର ସୁଟିଂ ପାଇଁ ଆସିଥିବା କହିଥିଲେ ଶର୍ମିଷ୍ଠା ।
 

Related News
satta king tw