Top Stories

Search here...

News

ମାନସ ଚିଠି ଖୋଲିଲା ମୁଖା;'ମୁଁ ଯଦି ମରିଯାଏ ଶବ ଏ ପାପୀମାନଙ୍କୁ ନଦେଇ ଗାଁକୁ ପଠାଇଦେବ’

Posted On - 2 minutes ago
Edited By Team BbsrReporters
LAST UPDATED Mar 25, 2022 08:08 PM

ଏପଟେ ଶର୍ମିଷ୍ଠା ଏବଂ ନିରଞ୍ଜନ ସେଠୀ ମିଶି ସର୍ଟ ଫିଲ୍ମ ସୁଟ୍ କରିଥିବା ମାନସର ଜଣେ ସାଙ୍ଗ କହିଛନ୍ତି । ଶର୍ମିଷ୍ଠା ଫିଲ୍ମରେ ହିରୋଇନ ଥିବା ବେଳେ  ୬୦ ବର୍ଷିୟ ନିରଞ୍ଜନ ହିରୋ ଭୂମିକାରେ ଥିଲେ । ସମୂଦ୍ର ଏକ ଛୁଆ ବୁଡି ଯାଉଥିବା ନିରଞ୍ଜନ ଛୁଆକୁ ବଂଚାଇଥିବାର ଦୃଶ୍ୟ ସୁଟ୍ ହୋଇଥିବା କହିଛନ୍ତି ନିରଞ୍ଜନର ସାଙ୍ଗ ।

 

BBSR Reporters

 

ଭୁବନେଶ୍ୱର: ଶର୍ମିଷ୍ଠା ଏବଂ ତାଙ୍କ ସହଯୋଗୀଙ୍କ ଯନ୍ତ୍ରଣାରୁ କ୍ୟାମେରାମେନ ମାନସ ସାହୁ ଜାଣିପାରିଥିଲେ ଯେ ତାଙ୍କର ତାଙ୍କର ଖୁବଶିଘ୍ର ମୃତୁ୍ୟ ହେବ ।  ସେଥିପାଇଁ ମୃତୁ୍ୟ ପୂର୍ବରୁ ତାଙ୍କ ସହ ଘଟିଥିବା ଲୋମହର୍ଷଣ କାରି ଘଟଣାକୁ ଏକ କାଗଜରେ ଲେଖିଯାଇଛନ୍ତି । ମାନସର କାଗଜ ଚିଠିକୁ ପାଇଥିଲେ ଦୟାଲ୍ ଆଶ୍ରମର ମହିଳା କେୟାର ଟେକର । ଘର ସଫା କରୁଥିବା ବେଳେ ମାନସଙ୍କ ଚିଠି ପାଇ ୱେବ୍ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ ଦେଇଥିବା କେୟାର ଟେକର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । 

 

କେୟାର ଟେକରଙ୍କ କହିବା ଅନୁସାରେ ସେ ମାନସଙ୍କ ୩ଟି ଚିଠି ପାଇଥିଲେ । ଆଶ୍ରମରରେ ମାନସ ରହୁଥିବା ଘରକୁ ଝାଡୁ ଦେଲା ବେଳେ ଖଟ ତଳୁ ଏହି ଚିଠି ପାଇଥିଲେ । ପଲିଥିନରେ ଗୁଡ଼ା ହୋଇଥିବା ଚିଠିରେ ବହୁତ କଥା ଲେଖା ଯାଇଥିଲା । ସେହି ଚିଠିକୁ ପଢ଼ିବା ପରେ ସେ(ମହିଳା କେୟାର ଟେକର) ଶର୍ମିଷ୍ଠା ମାଡ଼ାମଙ୍କୁ ଦେଇଥିଲେ । ତିନିଟି ଯାକ ଚିଠିରେ ଗୋଟିଏ କଥା ଲେଖାଯାଇଥିଲା ବୋଲି କେୟାର ଟେକର କହିଛନ୍ତି । 


ଅପହରଣ ପରେ ମାଡ଼ ମରାଯାଇଥିବା ମାନସ ଚିଠିରେ ଲେଖିଛନ୍ତି । କ୍ୟାମେରା, ମୋବାଇଲ, ପାସ୍ବୁକ ଛଡ଼ାଇ ନେଇଥିବା ଲେଖାଯାଇଛି ।ମୁଁ(ମାନସ) ଯଦି ମରିଯାଏ ଶବ ଏ ପାପୀମାନଙ୍କୁ ନଦେବାକୁ ଲେଖିଥିଲେ । ମୋ ଶବକୁ ଏ ପାପୀମାନଙ୍କୁ ନଦେଇ ଗାଁକୁ ପଠାଇବାକୁ ଲେଖିଥିଲେ । ଚିଠି ଶେଷରେ ମାନସ ନିଜ ନାଁ ଓ ଫୋନ ନମ୍ବର ଲେଖିଥିଲେ ବୋଲି କେୟାର ଟେକର କହିଛନ୍ତି । ଆଶ୍ରମକୁ ବହୁତ ବଡ଼ବଡ଼ିଆ ଲୋକ ଯା’ଆସ କରନ୍ତି । କିନ୍ତୁ ମୁଁ ସେମାନଙ୍କୁ ଚିହ୍ନି ନାହିଁ । ନିରଞ୍ଜନ ସେଠୀଙ୍କୁ ୨/୩ ଥର ଆଶ୍ରମରେ ଦେଖିଛି ବୋଲି କେୟାର ଟେକର କହିଛନ୍ତି ।

 

ଏପଟେ ଶର୍ମିଷ୍ଠା ଏବଂ ନିରଞ୍ଜନ ସେଠୀ ମିଶି ସର୍ଟ ଫିଲ୍ମ ସୁଟ୍ କରିଥିବା ମାନସର ଜଣେ ସାଙ୍ଗ କହିଛନ୍ତି । ଶର୍ମିଷ୍ଠା ଫିଲ୍ମରେ ହିରୋଇନ ଥିବା ବେଳେ  ୬୦ ବର୍ଷିୟ ନିରଞ୍ଜନ ହିରୋ ଭୂମିକାରେ ଥିଲେ । ସମୂଦ୍ର ଏକ ଛୁଆ ବୁଡି ଯାଉଥିବା ନିରଞ୍ଜନ ଛୁଆକୁ ବଂଚାଇଥିବାର ଦୃଶ୍ୟ ସୁଟ୍ ହୋଇଥିବା କହିଛନ୍ତି ନିରଞ୍ଜନର ସାଙ୍ଗ ।


ଫେବ୍ରୁଆରୀ ୭ ତାରିଖ ସକାଳେ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ ଅପହରଣ କରାଯାଇଥିଲା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିଦେ୍ର୍ଧଶକ ନିରଞ୍ଜନ ସେଠୀଙ୍କ ନିଦେ୍ର୍ଧଶନାରେ ପୂରା ନାଟକ ରଚାଯାଇଥିଲା । ଆଉ ଏହାକୁ କାର୍ଯ୍ୟକାରୀ କରିଥିଲେ ୱେବ୍ ପୋର୍ଟାଲ୍ ମାଲିକାଣୀ ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀ । ୭ ତାରିଖ ସକାଳେ ମାନସ ଭଦ୍ରକରୁ ଫେରୁଥିବା ବେଳେ ରାସ୍ତାରୁ ତାଙ୍କୁ ମାଡ଼ ମାରି ଅପହରଣ କରାଯାଇଥିଲା । ଅପହରଣ ପରେ ମାନସଙ୍କୁ ଦୟାଲ୍ ଆଶ୍ରମରେ ରଖି ପ୍ରବଳ ମାଡ଼ ମରାଯାଇଥିଲା । ନିରଞ୍ଜନ ସେଠୀ ସେଠାରେ ଉପସ୍ଥିତ ରହି ମାଡ଼ ମାରିଥିଲା । ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରି ଅଭିଯୁକ୍ତମାନେ ମାନସଙ୍କ ମୃତଦେହକୁ ନୟାଗଡ଼ରେ ଏକ ପାହାଡ ତଳେ ପୋତି ଦେଇଥିଲେ । ଏହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି । ଏନେଇ ପରିବାର ଲୋକେ ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍ ମାମଲା ରୁଜୁ କରି ୬ ଜଣଙ୍କୁ ଗିରଫ କରିଛି । ହେଲେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠାର ପତ୍ତା ପାଉନି ପୁଲିସ୍ ।

Related News
satta king tw