dd dd

Top Stories

Search here...

News

ମାତ୍ର ୧୬ ବର୍ଷ ବୟସରେ ଗର୍ଭବତୀ ଥିବା ଡିମ୍ପଲ ଛାଡିଥିଲେ ସ୍ଵାମୀଙ୍କ ଘର

Posted On - 1 day ago

ନିକଟରେ ବଲିଉଡ ଅଭିନେତ୍ରୀ ଡିମ୍ପଲ କପାଡ଼ିଆ ନିଜର ୱେବ ସିରିଜ 'ତାଣ୍ଡବ' ପାଇଁ ଅନେକ ଚର୍ଚ୍ଚାରେ ଅଛନ୍ତି । କିନ୍ତୁ ତାଙ୍କର ଏହି ପ୍ରଥମ ୱେବ ସିରିଜ ରିଲିଜ ପୂର୍ବରୁ ହିଁ ବିବାଦ ଘେରରେ ରହିଛି 

 

BBSR Reporters

 

ନିକଟରେ ବଲିଉଡ ଅଭିନେତ୍ରୀ ଡିମ୍ପଲ କପାଡ଼ିଆ ନିଜର ୱେବ ସିରିଜ 'ତାଣ୍ଡବ' ପାଇଁ ଅନେକ ଚର୍ଚ୍ଚାରେ ଅଛନ୍ତି । କିନ୍ତୁ ତାଙ୍କର ଏହି ପ୍ରଥମ ୱେବ ସିରିଜ ରିଲିଜ ପୂର୍ବରୁ ହିଁ ବିବାଦ ଘେରରେ ରହିଛି । 'ତାଣ୍ଡବ' ୱେବ ସିରିଜରେ ହିନ୍ଦୁମାନଙ୍କ ବିଶ୍ୱାସ ସହ ଖେଳୁଥିବା ଅଭିଯୋଗ ହୋଇଛି ।

 

ଡିମ୍ପଲ କପାଡ଼ିଆ ସବୁବେଳେ ବିବାଦ ଘେରରେ ରହିଥାନ୍ତି । ପ୍ରଥମେ ସେ ନିଜର ଫାଷ୍ଟ ଫିଲ୍ମରେ ପ୍ରେଗନେଣ୍ଟ ହୋଇ  ଓ ପରେ ସନି ଦେୱଲଙ୍କ ସହ ଆଫେୟରରେ ରହି ବିବାଦରେ ରହିଥିଲେ । ଡିମ୍ପଲ ୧୯୭୩ ରେ ମାତ୍ର ୧୬ ବର୍ଷ ବୟସରେ ରାଜ କପୁରଙ୍କ ଫିଲ୍ମ ବବି ମାଧ୍ୟମରେ ବଲିଉଡ ରେ ଏଣ୍ଟ୍ରି କରିଥିଲେ । ପରେ ରାଜେଶ ଖନ୍ନା ଓ ଡିମ୍ପଲ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । 

 


ଫିଲ୍ମ ବବିର ସୁଟିଂ ସମୟରେ ଡିମ୍ପଲ ପ୍ରେଗନେଣ୍ଟ ଥିଲେ ଓ ୧୭ ବର୍ଷ ବୟସରେ ସେ ଟୁଇଁକଲ ଖନ୍ନାଙ୍କୁ ଜନ୍ମ ଦେଇଥିଲେ । ପରେ ଝିଅ ରିକି ଖନ୍ନାଙ୍କ ଜନ୍ମ ହୋଇଥିଲା । ବିବାହ ପରେ ରାଜେଶ ଖନ୍ନା  ଡିମ୍ପଲଙ୍କୁ ଫିଲ୍ମରେ କାମ କରିବାକୁ ମନା କରିଥିଲେ । ଯାହାକୁ ନେଇ ଦୁଇଙ୍କ ମଧ୍ୟରେ ସବୁବେଳେ ମନାନ୍ତର ହୁଏ ତେଣୁ ୧୯୮୩ ରେ ଡିମ୍ପଲ ରାଜେଶଙ୍କ ଠାରୁ ଅଲଗା ହୋଇଥିଲେ । କିନ୍ତୁ ସେମାନଙ୍କ ମଧ୍ୟରେ ଛାଡପତ୍ର ହୋଇନଥିଲା । ନିଜ ଦୁଇ ଝିଅଙ୍କ ସହ ଡିମ୍ପଲ ଅଲଗା ରହୁଥିଲେ । ରାଜେଶ ଖନ୍ନାଙ୍କ ଠାରୁ ଅଲଗା ହେବା ପରେ ସେ ପୁଣି ଫିଲ୍ମରେ କାମ କରିବା ଆରମ୍ଭ କରିଥିଲେ । ପରେ ସନି ଦେୱାଲଙ୍କ ସହ ସମ୍ପର୍କ ଥିବା ଚର୍ଚ୍ଚା ହୋଇଥିଲା ।  

 


Edit by: ଅନୁପମା ମଲ୍ଲିକ

Related News
satta king tw