dd dd

Top Stories

Search here...

News

ଖୁବ୍ ଶୀଘ୍ର ପରଦାକୁ ଆସିବ ରାମ ଚରଣ ଓ ଜୁନିୟର ଏନଟିଆର ଅଭିନିତ "RRR"

Posted On - 1 day ago

 'RRR' ସହିତ ତେଲୁଗୁ ଫିଲ୍ମରେ ଡେବ୍ୟୁ କରୁଥିବା ଆଲିଆ କିଛି ସପ୍ତାହ ପୂର୍ବରୁ ହାଇଦ୍ରାବାଦରେ ଏହି ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ।


BBSR Reporters 


ନିର୍ଦ୍ଦେଶକ ଏସ.ଏସ୍ ରାଜାମେଲି ତାଙ୍କର ଆଗାମୀ ଫିଲ୍ମ (RRR) ର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଫିଲ୍ମର ନିର୍ମାତାମାନେ ରିଲିଜ୍ ତାରିଖ ଘୋଷଣା କରିବା ସହିତ ଫିଲ୍ମର ଏକ ନୂଆ ପୋଷ୍ଟର ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଏ ଫିଲ୍ମରେ ମୁଖ୍ୟ ଭୂମିକାରେ ରାମଚରଣ ଓ ଜୁନିୟର୍ ଏନଟିଆର ଙ୍କୁ ଦେଖିବାକୁ ମିଳିବେ ତାଙ୍କ ସହ ଅଜୟ ଦେବଗନ୍ ଏବଂ ଆଲିଆ ଭଟ୍ଟ ମଧ୍ୟ ନଜର ଆସିବେ। ଏହି ଫିଲ୍ମ ରେ ଅଲିଭିଆ ମୋରିସ୍, ଶ୍ରୀୟା ସରଣ ଏବଂ ସାମୁଥିରାକାନି ମଧ୍ୟ ଅଭିନୟ କରିଛନ୍ତି।


ତେବେ ପ୍ରଥମ ଥର ପାଇଁ ରାମଚରଣ ଓ ଜୁନିୟର୍ ଏନଟିଆର ଙ୍କୁ ଏକାଠି ଏହି ଫିଲ୍ମ ରେ ଦେଖିବାପାଇଁ ମିଳିବ, ଆଲିଆ ଭଟ୍ଟ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ୍ ରେ RRR ପୋଷ୍ଟର ସେୟାର କରି କ୍ୟାପସନ୍ ଦେଇ ଲେଖିଛନ୍ତି RRR’ ପାଇଁ ପ୍ରସ୍ତୁତ ହୋଇ ଯାଆନ୍ତୁ। ଅକ୍ଟୋବର ୧୩ରେ ସିନେମାଘରକୁ ଆସୁଛି ଏହି ବହୁ ପ୍ରତୀକ୍ଷିତ ଫିଲ୍ମ। ଡିଭିଭି ଦାନୟା କହିଛନ୍ତି, ଫିଲ୍ମର ସୁଟିଂ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଏହି ଫିଲ୍ମ ଦର୍ଶକଙ୍କ ସାମ୍ନାରେ ଆଣିବାକୁ ଆମେ ଚାହିଁ ରହିଛୁ । 


ଫିଲ୍ମ ପୋଷ୍ଟରରେ ଅଭିନେତା ରାମଚରଣ ଘୋଡା ଚାଲୁଥିବା ନଜର ଆସିଥିବା ବେଳେ ଜୁନିୟର୍ ଏନଟିଆର ମଟରସାଇକେଲ ଚାଲୁଥିବାରୁ ନଜର ଆସିଛନ୍ତି। 'RRR' ସହିତ ତେଲୁଗୁ ଫିଲ୍ମ ରେ ଡେବ୍ୟୁ କରୁଥିବା ଆଲିଆ କିଛି ସପ୍ତାହ ପୂର୍ବରୁ ହାଇଦ୍ରାବାଦରେ ଏହି ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ। ଏହି ଫିଲ୍ମରେ ଆଲିଆ ରାମ ଚରଣଙ୍କ ବିପକ୍ଷରେ ଯୋଡି ହୋଇଥିବାବେଳେ ଜୁନିୟର୍ ଏନଟିଆର ଅଲିଭିଆଙ୍କ ସହ ନଜର ଆସିବେ ।

Edit by :ଶାନ୍ତିଲତା ମିଶ୍ର

Related News
satta king tw