dd dd

Top Stories

Search here...

News

ଆସନ୍ତୁ ଜାଣିବା ବଲିଉଡର ଅନେକ ଅଭିନେତ୍ରୀ ଯେଉଁମାନେ ଆଜି ବି ସିଙ୍ଗଲ ଅଛନ୍ତି 

Posted On - 1 day ago

 


ବଲିଉଡ ଅଭିନେତ୍ରୀ ଓ ଟିଭି ସିରିଏଲର ଅଭିନେତ୍ରୀ ଯେଉଁମାନଙ୍କର ବୟସ ଢଳି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିବାହ କରି ନାହାନ୍ତି । 

 

BBSR Reporters

 

ଫିଲ୍ମ ଦୁନିଆରେ ପାଦ ଥାପିଥିବା ଅନେକ  ଅଭିନେତ୍ରୀ ପ୍ରେମରେ ପଡିଯାନ୍ତି । ଆଉ କିଛି ଅଭିନେତ୍ରୀ ବିବାହ ମଧ୍ୟ କରିଥିବା ଦେଖିବାକୁ ମିଳିଛି । କିନ୍ତୁ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଆଜି ପର୍ଯ୍ୟନ୍ତ ସିଙ୍ଗଲ ରହିଛନ୍ତି । ତେବେ ଆମେ ଆଜି ଆପଣଙ୍କୁ କିଛି ବଲିଉଡ ଅଭିନେତ୍ରୀ ଓ ଟିଭି ସିରିଏଲର ଅଭିନେତ୍ରୀଙ୍କ ବିଷୟରେ କହିବୁ ଯେଉଁମାନେ ବୟସ ଢଳି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିବାହ ନକରି ସିଙ୍ଗଲ ଅଛନ୍ତି ।

 

ପ୍ରଥମେ ଆମେ ବଲିଉଡ ଅଭିନେତ୍ରୀ ତବୁଙ୍କ କଥା କହିବା ଯିଏକି ଯେକୌଣସି ଚରିତ୍ରକୁ ଖୁବ ଭଲ ଭାବେ ପ୍ରଦର୍ଶନ କରନ୍ତି । ସେ ଫିଲ୍ମ 'ବିଜୟ ପଥ' ରୁ କ୍ୟାରିଅର ଆରମ୍ଭ କରିଥିଲେ । ଏହି ଅଭିନେତ୍ରୀଙ୍କୁ ବର୍ତ୍ତମାନ ୪୭ ବର୍ଷ ହୋଇଥିବା ସତ୍ତ୍ଵେ ସେ ସିଙ୍ଗଲ ଅଛନ୍ତି । ସେ ଅଭିନେତା ଅଜୟ ଦେବଗନଙ୍କୁ ପ୍ରେମ କରୁଥିଲେ । ତାଙ୍କ ବିବାହ କାଜଲ ସହ ହେବା ପରେ ସେ ସିଙ୍ଗଲ ଥିବା ଜଣାଯାଇଛି । 


ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ନର୍ଗିସ ଫାଖ୍ରୀ ଫିଲ୍ମ 'ରକଷ୍ଟାର' ଜରିଆରେ ଲୋଙ୍କ ହୃଦୟ ଜିଣିଥିଲେ । ସେ ଜଣେ ବୋଲ୍ଡ ଆକ୍ଟ୍ରେସ । ନର୍ଗିସଙ୍କୁ ୩୮ ବର୍ଷ ହୋଇଥିଲେ ମଧ୍ୟ ସେ ସିଙ୍ଗଲ ଅଛନ୍ତି । ପୂର୍ବରୁ ସେ ଉଦୟ ଚୋପଡ଼ାଙ୍କ ସହ ରିଲେସନସିପରେ ଥିଲେ କିନ୍ତୁ ଏବେ ଅଲଗା ଅଛନ୍ତି ।

 

 

 'କହୋନା ପ୍ୟାର ହୈ' ଫିଲ୍ମରୁ କ୍ୟାରିଅର ଆରମ୍ଭ କରିଥିବା ମୋଷ୍ଟ ସେନ୍ସେଶନାଲ ଷ୍ଟାର ଅମିଷା ପଟେଲ ମଧ୍ୟ ସିଙ୍ଗଲ ଅଛନ୍ତି । ତାଙ୍କୁ ୪୨ ବର୍ଷ ହୋଇଥିଲେ ବି ସେ ବିବାହ ବନ୍ଧନରୁ ଅନେକ ଦୂରରେ ଅଛନ୍ତି । 

 

 

ଟିଭି ସୋ 'ଭାବି ଜି ଘର ପର ହୈ' ଓ 'ବିଗବସ' ସିଜନ ୧୧ ରେ ଚର୍ଚ୍ଚିତ ଅଭିନେତ୍ରୀ ଶିଳ୍ପା ସିନ୍ଧେଙ୍କୁ ୪୦ ବର୍ଷ ହେଲେ ସେ ଆଜି ଯାଏଁ ସିଙ୍ଗଲ ଅଛନ୍ତି।  ବିବାହ ନକରି ମଧ୍ୟ ସେ ଖୁସିରେ ଥିବା ଜଣାଯାଇଛି । 

 

 

ବଲିଉଡର ଆଗଧାଡିର ଆକ୍ଟ୍ରେସ ଶିଳ୍ପା ସେଟ୍ଟିଙ୍କ ସାନ ଭଉଣୀ ସମିତା ସେଟ୍ଟିଙ୍କୁ ୪୦ ବର୍ଷ ହୋଇଥିଲେ ବି ଆଜି ପର୍ଯ୍ୟନ୍ତ ସିଙ୍ଗଲ ଅଛନ୍ତି । ତେବେ ଆଜି ଯାଏଁ ତାଙ୍କର କୌଣସି ବୟଫ୍ରେଣ୍ଡ ନାହାନ୍ତି ।

 

 

ଟିଭି ପରଦାରୁ ବଲିଉଡକୁ ଏଣ୍ଟ୍ରି କରିଥିବା ଅଭିନେତ୍ରୀ ମୌନୀ ରୟଙ୍କୁ ୩୫ ବର୍ଷ ହେଲେ ମଧ୍ୟ ସେ ବିବାହ କରିନାହାନ୍ତି । 

 

 

ମିସ ୟୁନିଭର୍ସ ଓ ବଲିଉଡର ଫେମସ ଆକ୍ଟ୍ରେସ ସୁସ୍ମିତା ସେନ 'ଦସ୍ତକ' ଫିଲ୍ମରୁ ଡ଼େବ୍ୟୁ କରିଥିଲେ । ସେ ଏବେ ବି ବିବାହ କରିନଥିବା ବେଳେ ଜଣେ କାଶ୍ମୀର ମୁସଲିମ ଯୁବକଙ୍କ ସହ ରିଲେସନ ସିପରେ ଅଛନ୍ତି । ଯିଏ ତାଙ୍କ ଠାରୁ ୧୫ ବର୍ଷ ସାନ ।

 

   

 

ଟିଭି ସିରିଏଲ 'ବଡେ ଅଛେ ଲଗ ତେ ହୈ',  'କାହାନି ଘର ଘର କି' ଓ ଫିଲ୍ମ 'ଦଙ୍ଗଲ'ରୁ କ୍ୟାରିଅର କରିଥଲେ ଆକ୍ଟ୍ରେସ ସାକ୍ଷୀ  ତନୱାର । ତାଙ୍କୁ ୪୫ ବର୍ଷ କିନ୍ତୁ ସେ ସିଙ୍ଗଲ ଅଛନ୍ତି । ସେ ଏକ ଝିଅକୁ ମଧ୍ୟ ଆଡପ୍ଟ କରିଛନ୍ତି ।

 

 

 

ବଲିଉଡରେ ବୋଲ୍ଡନେସ ତଡକା ଲଗାଇଥିବା ଅଭିନେତ୍ରୀ ମଲିକା ସେରୱାତ୍ ଉଭୟ ବଲିଉଡ ଓ ହଲିଉଡରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ମଲିକାଙ୍କୁ ୪୪ ବର୍ଷ ହେଲେ ସେ ଅଛନ୍ତି ସିଙ୍ଗଲ । 

 

 

ବଲିଉଡ ଅଭିନେତ୍ରୀ କାଜଲଙ୍କ ସାନ ଭଉଣୀ ତନିଶା ମୁଖର୍ଜିଙ୍କୁ ବର୍ତ୍ତମାନ  ୪୨ବର୍ଷ ଓ ସେ ସିଙ୍ଗଲ ଅଛନ୍ତି । 

 

Edit by: ଅନୁପମା ମଲ୍ଲିକ

Related News
satta king tw