dd dd

Top Stories

Search here...

News

ହାଇ ଆଇକ୍ଯୁ କିଡ଼ସ କ୍ଲବରେ ସାମିଲ ହେଲେ ଚାରି ବର୍ଷର ବ୍ରିଟିଶ-ଶିଖ ବାଳିକା 

Posted On - 1 day ago

 

ମାତ୍ର ୧୪ ମାସ ବୟସରେ ଇଂରେଜୀ ବର୍ଣ୍ଣମାଳାର ସମସ୍ତ ଅକ୍ଷର ଚିହ୍ନି ପାରୁଥିଲେ ଦୟାଲ କୌର ।

 

BBSR Reporters

 

ବୟସ ସହିତ ପ୍ରତିଭାର କୌଣସି ସମ୍ବନ୍ଧ ନାହିଁ,ଏହାକୁ ପ୍ରମାଣ କରିଛନ୍ତି ଚାରି ବର୍ଷର ଝିଅ ଦୟାଲ କୌର । ଅସାଧାରଣ ପ୍ରତିଭା ଲାଗି ତାଙ୍କୁ କିଡସ ଆଇକ୍ଯୁ କ୍ଲବ  (ମେନସା)ର ସଦସ୍ୟତା ପ୍ରଦାନ କରାଯାଇଛି । ସେ ବର୍ତମାନ ପରିବାର ସହ ବମିଂଘମରେ ରହୁଛନ୍ତି । ବ୍ରିଟିଶ-ଶିଖ ଝିଅ ଦୟାଲଙ୍କ ପ୍ରତିଭା ପ୍ରଥମରୁ ହିଁ ସମସ୍ତଙ୍କୁ ଆଚମ୍ବିତ କରିଥିଲା । ସେ ମାତ୍ର ୧୪ ମାସ ବୟସରେ ଇଂରେଜୀ ବର୍ଣ୍ଣମାଳାର ସମସ୍ତ ଅକ୍ଷର ଚିହ୍ନି ପାରୁଥିଲେ । ଏଭଳି ଅସାଧାରଣ ଆଇକ୍ଯୁର ଅଧିକାରୀ ଦୟାଲଙ୍କୁ ଶେଷରେ ମେନସା କିଡ଼ସ କ୍ଲବରେ ସାମିଲ କରାଯାଇଛି ।

 

ଅସାଧାରଣ ପ୍ରତିଭାର ଅଧିକାରୀ ଦୟାଲ ମେନସା ଯାଞ୍ଚରେ ସାମିଲ ହେବା ଲାଗି ଆଗ୍ରହ ଦେଖାଇଥିଲେ । ଗତ ବର୍ଷ ଲକଡାଉନ ସମୟରେ ଅନଲାଇନ ମାଧ୍ୟମରେ ସାମିଲ ହୋଇ ସେ ୧୪୫ ଆଇକ୍ଯୁ ସ୍କୋର କରିଥିଲେ । ଏହି ଉପଲବ୍ଧି ତାଙ୍କୁ ବ୍ରିଟେନର ଅସାଧାରଣ ପ୍ରତିଭା କ୍ଲବରେ ସାମିଲ କରାଇଛି ।

 

ଦୟାଲ କୌରଙ୍କ ପିତା ସରବଜୀତ ସିଂ କହିଛନ୍ତି,ନିଜ ବୟସର ପିଲାଙ୍କ ତୁଳନାରେ ଦୟାଲ ଅନେକ ଗୁଣ ଅଧିକ ପ୍ରତିଭାବାନ ଏବେ ଏହାର ଆଧିକାରିକ ପ୍ରମାଣ ମିଳିଛି । ବ୍ରିଟିଶ ମେନସାର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ କହିଛନ୍ତି,ଦୟାଲ କୌର ବର୍ତ୍ତମାନ ୨ ହଜାର ଜୁନିଅର ସଦସ୍ୟଙ୍କ ସହ ସାମିଲ ହୋଇଛନ୍ତି ।

 

Edit by- ପ୍ରବୀର କୁମାର

Related News
satta king tw