dd dd

Top Stories

Search here...

News

ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ଉପସ୍ଥାପନ କରିଥିଲେ ଭାରତର ବଜେଟ: ପଢନ୍ତୁ ପୁରା ଖବର

Posted On - 2 hours ago

 

୨୦୧୭ ମସିହାରେ ଭାଙ୍ଗିଥିଲା ବଜେଟକୁ ନେଇ ଥିବା ୭୩ ବର୍ଷର ପୁରୁଣା ପରମ୍ପରା । ଆସନ୍ତୁ ଜାଣିବା ଚଳିତ ବର୍ଷ ଓ ବଜେଟ  ଇତିହାସର କିଛି ରୋଚକ ତଥ୍ୟ.. 

 

BBSR Reporters

 

ବଜେଟ ଅର୍ଥାତ ଆୟ-ବ୍ୟୟ ଅଟକଳ । ସମୁଦାୟ ଆୟ ଓ ଆୟ ଟଙ୍କା କେଉଁଭଳି ଭାବରେ ଖର୍ଚ୍ଚ କରାଯିବ ଏନେଇ ସରକାର ପ୍ରସ୍ତୁତ କରିଥାନ୍ତି ବଜେଟ । ଏହି ବଜେଟ ସଂସଦରେ ଉପସ୍ଥାପନା କରା ଯାଇଥାଏ  । ଚଳିତ ବର୍ଷ ସଂସଦରେ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରତିଥର ଭଳି ଏଥର ବଜେଟ ସୃଷ୍ଟି କରିବାକୁ ଯାଉଛି କିଛି ନୂଆ କୀର୍ତ୍ତିମାନ । ଆସନ୍ତୁ ଜାଣିବା ଚଳିତ ବର୍ଷ ଓ ବଜେଟ  ଇତିହାସର କିଛି ରୋଚକ ତଥ୍ୟ.. 

 

 

୧-ଅବିଭାଜିତ ଭାରତର ପ୍ରଥମ ବଜେଟ ୧୮୬୦ ମସିହାରେ ଉପସ୍ଥାପନ କରାଯାଇଥିଲା । 'ଦି ଇକୋନମିଷ୍ଟ' ମାଗାଜିନର ପ୍ରତିଷ୍ଠାତା ଜେମ୍ସ ଉଇଲସନ ଏହି ବଜେଟ ଉପସ୍ଥାପନା କରିଥିଲେ ।

 

୨-ଭାରତୀୟ ସମ୍ବିଧାନରେ ବଜେଟ ଶବ୍ଦର କୌଣସି ଶବ୍ଦର ଉଲ୍ଲେଖ ନାହିଁ । ଭାରତୀୟ ସମ୍ବିଧାନର ଅନୁଛେଦ ୧୧୨ରେ ବଜେଟ ବଦଳରେ 'ଆନୁଆଲ ଫିନାନସିଆଲ ଷ୍ଟେଟମେଣ୍ଟ' ଶବ୍ଦର ବ୍ୟବହାର କରାଯାଇଛି ।

 

୩-ସ୍ୱାଧୀନତା ପୂର୍ବରୁ ନେହେରୁଙ୍କ ନେତୃତ୍ୱରେ ଆନ୍ତରିଣ ସରକାର ଗଠନ କରାଯାଇଥିଲା । ମୁସଲିମ ଲିଗର ଲିୟାକତ ଅଲି ଖାନ ପ୍ରଥମ ଭାରତୀୟ ଭାବେ ଏହି ଆନ୍ତରିଣ ସରକାରରେ ବଜେଟ ଉପସ୍ଥାପନ କରିଥିଲେ । ଏହି ବଜେଟ ଆନ୍ତରିଣ ବଜେଟ ଥିଲା । ଦେଶ ବିଭାଜନ ପରେ ଲିୟାକତ ଅଲି ଖାନ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଥିଲେ ।

 

୪-ପ୍ରଥମ ଥର ଲାଗି ୧୯୫୨ ମସିହାରେ ଦେଶର ନିର୍ବାଚିତ ସାଂସଦ ମାନଙ୍କ ସାମ୍ନାରେ ବଜେଟ ଉପସ୍ଥାପନା କରାଯାଇ ଥିଲା ।

 

୫-୧୯୫୫ ପର୍ଯ୍ୟନ୍ତ ବଜେଟ କେବଳ ଇଂରାଜୀ ଭାଷାରେ ଲେଖା ଯାଉଥିଲା । ହେଲେ ୧୯୫୫-୧୯୫୬ ମସିହାରେ ପ୍ରଥମ ଥର ଲାଗି ବଜେଟ ଇଂରାଜୀ ଓ ହିନ୍ଦୀ ଭାଷାରେ ଲେଖା ଯାଇଥିଲା ।

 

୬-ଦେଶର ସବୁଠୁ ଅଧିକ ଥର ବଜେଟ ଉପସ୍ଥାପନ କରିବାର ରେକର୍ଡ ମୋରାରଜି ଦେଶାଇଙ୍କ ନାମରେ ରହିଛି । ସେ ସର୍ବାଧିକ ୧୦ ଥର ବଜେଟ ଉପସ୍ଥାପନ କରିଛନ୍ତି । ୧୯୬୪ ଓ ୧୯୬୮ ମସିହାର ବଜେଟ ସେ ତାଙ୍କ ଜନ୍ମଦିନରେ ହିଁ ଉପସ୍ଥାପନ କରିଥିଲେ ।


୭-ଭାରତର ସବୁଠାରୁ ଛୋଟ ବଜେଟ ସ୍ପିଚ ମାତ୍ର ୮୦୦ ଶବ୍ଦର ଥିଲା । ଏହି ସ୍ପିଚ ଦେଇଥିଲେ ହିରୁଭାଇ ଏମ ପଟେଲ ।

 

୮-ଭାରତ ଇତିହାସରେ ସବୁଠାରୁ ଲମ୍ବା ବଜେଟ ସ୍ପିଚ ଦେବାର ରେକର୍ଡ ମନମୋହନ ସିଂଙ୍କ ନାମରେ ରହିଛି ।ସେ ୧୯୯୧-୧୯୯୨ ବଜେଟ ଉପସ୍ଥାପନ ସମୟରେ ଏହି ଭାଷଣ ଦେଇଥିଲେ । ଏଥିରେ ୧୮୬୫୦ଟି ଶବ୍ଦ ରହିଥିଲା ।

 

୯-ଭାରତରେ ରେଳ ବଜେଟ ଅଲଗା ଭାବରେ ଉପସ୍ଥାପନ କରାଯାଇ ଥାଏ । ହେଲେ ୨୦୧୭ରେ ଭାଙ୍ଗିଥିଲା ଏହି ୭୩ ବର୍ଷର ପୁରୁଣା ପରମ୍ପରା । ବିତ୍ତ ବର୍ଷ ୨୦୧୭-୨୦୧୮ ମସିହାରେ ରେଳ ବଜେଟକୁ ସାଧାରଣ ବଜେଟରେ ସାମିଲ କରାଯାଇ ଥିଲା ।

 

୧୦-ଚଳିତବର୍ଷ ଅର୍ଥାତ ୨୦୨୧-୨୦୨୨ ବଜେଟ ଦେଶର ପ୍ରଥମ ପେପର ଲେସ ବଜେଟ ହେବାକୁ ଯାଉଛି ।

 

Edit by: ପ୍ରବୀର କୁମାର

Related News
satta king tw