dd dd

Top Stories

Search here...

News

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର; ସାଉଦି ଆରବକୁ ଦାୟୀ କଲେ ଧର୍ମେନ୍ଦ୍ର ପ୍ରଧାନ

Posted On - 1 day ago

 

ଦିଲ୍ଲୀରେ ଡିଜେଲ ଦାମ ଲିଟର ପ୍ରତି ୭୬ ଟଙ୍କା ଥିବା ବେଳେ ମୁମ୍ବାଇରେ ଲିଟର ପିଛା ୮୬ ଟଙ୍କା ଅତିକ୍ରମ କରିଛି । 

 

BBSR Reporters

 

ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି  ପେଟ୍ରୋଲ ଓ ଡିଜେଲ ଦର । ତେବେ ପେଟ୍ରୋଲ ଓ ଡିଜେଲ ଦାମ ବୃଦ୍ଧି ସାଉଦି ଆରବ ଯୋଗୁଁ ହୋଇଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଦିଲ୍ଲୀରେ ଡିଜେଲ ଦାମ ଲିଟର ପ୍ରତି ୭୬ ଟଙ୍କା ଥିବା ବେଳେ ମୁମ୍ବାଇରେ ଲିଟର ପିଛା ୮୬ ଟଙ୍କା ଅତିକ୍ରମ କରିଛି । 

 

ସେହିପରି ଚେନ୍ନାଇରେ ପେଟ୍ରୋଲ ଦାମ ଲିଟର ପ୍ରତି ୮୮.୦୭ ଟଙ୍କା ଓ ଡିଜେଲ ଦର ଲିଟର ପ୍ରତି ୮୦.୯୦ ଟଙ୍କାରେ ବିକ୍ରି କରାଯାଉଛି । କଲିକତାରେ ପେଟ୍ରୋଲ ଦର ୮୬.୮୭ ଲିଟର ପ୍ରତି ଥିବାବେଳେ ଡିଜେଲ ଦର ଲିଟର ପିଛା ୭୯.୨୩ ଟଙ୍କା ରହିଛି । 

 

ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି ଯେ, ମହାମାରୀ କରୋନା କାରଣରୁ ସାଉଦି ଆରବ ସମେତ ଅନ୍ୟ ତୈଳ ଉତ୍ପାଦନ ଦେଶଗୁଡ଼ିକରେ ଉତ୍ପାଦନ କମ୍ ହେଉଥିବାରୁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ଉତ୍ପାଦନ କମ ଯୋଗୁଁ ତେଲର ଚାହିଦା ଏବଂ ଯୋଗାଣରେ ଅସନ୍ତୁଳନ ଦେଖାଦେଇଛି ।  

 

ତେବେ ପୂର୍ବରୁ ପେଟ୍ରୋଲ ଓ ଡିଜେଲ ଦରରେ ହୋଇଥିବା ବୃଦ୍ଧିକୁ ନେଇ ମନ୍ତ୍ରୀ କହିଛନ୍ତି ଯେ,ପ୍ରଧାନମନ୍ତ୍ରୀ  ଟ୍ୟାକ୍ସରୁ ରାଜକୋଷରେ ଭର୍ତି କରୁ ନାହାଁନ୍ତି,ଗରିବ ଲୋକଙ୍କୁ ଖାଦ୍ୟ ଶସ୍ୟ ଯୋଗାଇବା ପାଇଁ ଟଙ୍କା ଦେଉଛନ୍ତି ।  ମହାମାରୀ କରୋନା ଯୋଗୁଁ ଅର୍ଥନୀତି ଉପରେ ଏହାର ପ୍ରଭାବ ପଡିଛି ଓ ଏହାର ଲଢେଇ ପାଇଁ ସମ୍ବଳ ଆବଶ୍ୟକ ବୋଲି ସେ କହିଛନ୍ତି । 

 

ସୂଚନା ଯୋଗ୍ୟ, ଏହା ପୂର୍ବରୁ ୨୦୧୮ ଅକ୍ଟୋବର ୪ ରେ ତୈଳ ଦର ବୃଦ୍ଧି ହୋଇଥିଲା । ଏହାପରେ ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସାଇଜ ଡ୍ୟୁଟି ୧.୫୦ ହ୍ରାସ କରିଥିଲେ । ରାଜ୍ୟଗୁଡ଼ିକରେ ମଧ୍ୟ ୧ଟଙ୍କା  ହ୍ରାସ ହୋଇଥିଲା । 

 

Edit by: ଅନୁପମା ମଲ୍ଲିକ

Related News
satta king tw