dd dd

Top Stories

Search here...

News

ବଳାତ୍କାର ନେଇ ବିବାଦୀୟ ବୟାନ: ବିଚାରପତିଙ୍କ ସ୍ଥାୟୀ ନିଯୁକ୍ତିକୁ ପ୍ରତ୍ୟାହାର କଲା ସୁପ୍ରିମକୋର୍ଟ କଲେଜିଅମ୍

Posted On - 2 hours ago

 

କୌଣସି ନାବାଳିକାର ବସ୍ତ୍ର ନଫିଟାଇ ଏବଂ ଚର୍ମଘର୍ଷଣ ବିନା ଶରୀରରେ କେବଳ ହସ୍ତ ସଂଚାଳନକୁ ଯୌନ ନିର୍ଯାତନା କୁହାଯାଇ ପାରିବ ନାହିଁ ବୋଲି ରାୟ  ଦେଇଥିଲେ ଏହି ମହିଳା ବିଚାରପତି।


BBSR Reporters


ନୂଆଦିଲ୍ଲୀ : ଶିଶୁଙ୍କ ପ୍ରତି ଯୌନ ଅପରାଧ ହେଲେ,  ବିଚାରପତି ଆସନରେ ବସିଥିବା ବେଳେ କେବଳ ତଥ୍ୟ ପ୍ରମାଣକୁ ଆଧାର କରି ରାୟ ପ୍ରଦାନ କରିଥାନ୍ତି ବିଚାରପତି । କିନ୍ତୁ ପୋକ୍ସୋ ଆଇନକୁ ନେଇ ବିବାଦୀୟ ରାୟ ଦେଇ ଅସୁବିଧାରେ ପଡ଼ି ଯାଇଛନ୍ତି ଜଣେ ମହିଳା ବିଚାରପତି । ବମ୍ବେ ହାଇକୋର୍ଟରେ ଅତିରକ୍ତ ବିଚାରପତି ଭାବେ କାମ କରୁଥିବା ଜଷ୍ଟିସ ପୁଷ୍ପା ଗନେଡ଼ିୱାଲଙ୍କ ସ୍ଥାୟୀ ନିଯୁକ୍ତି ସୁପାରସକୁ ପ୍ରତ୍ୟାହାର କରିନେଇଛି ସୁପ୍ରିମକୋର୍ଟ କଲେଜିୟମ ।

 


ଜଣେ ନାବାଳିକାଙ୍କ ପ୍ରତି ଦୁଷ୍କର୍ମ ମାମଲାରେ ବିବାଦୀୟ ରାୟ ଦେଇଥିବା ମୁମ୍ବାଇ ହାଇକୋର୍ଟର ବିଚାରପତି ଜଷ୍ଟିସ ପୁଷ୍ପା ଗନେଡ଼ିୱାଲଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ସୁପ୍ରିମ୍‌କୋର୍ଟ କରିଥିବା ସୁପାରିସକୁ ପ୍ରତ୍ୟାହାର କରିନିଆଯାଇଛି। କୌଣସି ନାବାଳିକାର ବସ୍ତ୍ର ନଫିଟାଇ ଏବଂ ଚର୍ମଘର୍ଷଣ ବିନା ଶରୀରରେ କେବଳ ହସ୍ତ ସଂଚାଳନକୁ ଯୌନ ନିର୍ଯାତନା କୁହାଯାଇ ପାରିବ ନାହିଁ ବୋଲି ଗତ ୧୯ ତାରିଖରେ ଏକ ମାମଲାର ବିଚାର କରି ଜଷ୍ଟିସ ଗନେଡ଼ିୱାଲ ରାୟ ଦେଇଥିଲେ। ନାବାଳିକାଙ୍କ ବକ୍ଷୋଜରେ କେବଳ ହସ୍ତ ସଂଚାଳନ କରାଯାଇଥିବାରୁ ପୋକ୍ସୋ ଆଇନରେ ତାହାକୁ ଯୌନ ନିର୍ଯାତନା କୁହାଯାଇପାରିବ ନାହିଁ ବୋଲି ସେ ଦର୍ଶାଇଥିଲେ ।

 


ସେଥିପାଇଁ ଯୌନାକାଂକ୍ଷା ରଖି ଚର୍ମସଂଯୋଗ ଜରୁରୀ ବୋଲି ସେ ଟିପ୍ପଣୀ କରିଥିଲେ। ତେବେ ଏଭଳି ରାୟକୁ କେନ୍ଦ୍ର କରି ନାନା ବିତର୍କ ଓ ଅଶାନ୍ତି ଆରମ୍ଭ ହେବାରୁ ତାହାକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଥିଲେ। ଅପରପକ୍ଷେ, ଜଷ୍ଟିସ ଗନେଡ଼ିୱାଲ ତାଙ୍କ ଆଇନଜୀବୀ ପେସା ବେଳେ ଏଭଳି ସମ୍ବେଦନଶୀଳ ମାମଲାର ବିଚାର କରି ନାହାନ୍ତି, ତେଣୁ ତାଙ୍କୁ ହାଇକୋର୍ଟର ବିଚାରପତି ହେବା ପାଇଁ ଅଧିକ ଅଭିଜ୍ଞତା ଓ ପ୍ରଶିକ୍ଷଣ ଜରୁରୀ ବୋଲି ଅନୁଭବ କରି କଲେଜିଅମ୍‌ ତାଙ୍କର ପୂର୍ବ ସୁପାରିସ୍‌ ଫେରାଇ ନେଇଥିବା ସୁପ୍ରିମକୋର୍ଟର ଏକ ବିଶେଷ ସୂତ୍ରରୁ ଜଣାଯାଇଛି। ଜଷ୍ଟିସ୍‌ ପୁଷ୍ପାଙ୍କ ରାୟ ନେଇ ବିଭିନ୍ନ ମହିଳା ସଂଗଠନ ଏବଂ ଶିଶୁ ଅଧିକାର ସଂଗଠନ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

 

Edit by:ବର୍ଷା ମଲ୍ଲିକ

Related News
satta king tw