dd dd

Top Stories

Search here...

News

ଭିଜିଲାନ୍ସ ସ୍କାନରରେ କୋଟିପତି ଜୁନିୟର ଇଞ୍ଜିନିୟର; ରହଛି ୧୧ ପ୍ଲଟ, ଆପାର୍ଟମେଣ୍ଟ ସମେତ ତିନି କୋଠା

Posted On - 10 minutes ago

ଚଢାଉ କରି ଭିଜିଲାନ୍ସ କିଛି କାଗଜପତ୍ର ଜବତ କରିବା ସହ ସୁଭେନ୍ଦୁଙ୍କର ମୋଟ ଏକ କୋଟି ୨୧ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଛି ।

 

BBSR Reporters


ଭୁବନେଶ୍ୱର: ଆୟ ବିର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ୱର ବ୍ଲକର ଜୁୂନିୟର ଇଞ୍ଜିନିୟର ସୁଭେନ୍ଦୁ କୁମାର ପ୍ରଧାନଙ୍କ ବାସଭବନ ସମେତ ତିନିଟି ସ୍ଥାନରେ ଚଢାଉ କରାଯାଇଛି । ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନର ତିନିଟି ଟିମ ଏକା ସାଙ୍ଗରେ  ଭୁବନେଶ୍ୱର ହାଉସିଂ ବୋର୍ଡ କଲୋନୀରେ ଥିବା ତାଙ୍କ ବାସଭବନ, ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ ଶ୍ରୀଚନ୍ଦନପୁରସ୍ଥିତ ତାଙ୍କ ଗାଁ ଘର ଏବଂ ଭୁବନେଶ୍ୱରସ୍ଥିତ ତାଙ୍କ ବିଡିଓ ଅଫିସରେ ଚଢାଉ କରିଛି । ଚଢାଉ କରି ଭିଜିଲାନ୍ସ କିଛି କାଗଜପତ୍ର ଜବତ କରିବା ସହ ସୁଭେନ୍ଦୁଙ୍କର ମୋଟ ଏକ କୋଟି ୨୧ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଛି ।


ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସୁଭେନ୍ଦୁଙ୍କ ଭୁବନେଶ୍ୱର ଗଣ୍ଡଗୁଣ୍ଡା ଅଞ୍ଚଳରେ ଏକ ତିନି ମହଲା ବିଲ୍ଡିଂ(୧୬,୪୪,୭୨୦ ଟଙ୍କା), ପଳାଶୁଣୀରେ ଏକ ଫ୍ଲାଟ(୨୯, ୨୧,୮୭୫ ଟଙ୍କା), ଜଟଣିସ୍ଥିତ କଣ୍ଟିଲୋରେ ଏକ ଆପାର୍ଟମେଣ୍ଟ(୨୦,୩୫,୨୦୦ ଟଙ୍କା), ତାଙ୍କ ଗାଁ ଶ୍ରୀଚନ୍ଦନପୁରରେ ଏକ କୋଠା(୧୦,୨୧,୫୫୩), ଭୁବନେଶ୍ୱର ଏବଂ କାକଟପୁରରେ ୧୧ଟି ପ୍ଲଟ(୧୨,୦୬,୬୫୦ଟଙ୍କା), ହୁଣ୍ଡାଇ କାର(୧୨,୬୦,୦୦୦ଟଙ୍କା), ଜମି କିଣିବା ପାଇଁ ଅଗ୍ରୀମ ୨ ଲକ୍ଷ ୮୯ ହଜାର, ବିଭିନ୍ନ ବ୍ୟାଙ୍କରେ ୨ଲକ୍ଷ ଏକ ହଜାର ଟଙ୍କା ଜମା, ୭୪ ହଜାର ଟଙ୍କାର ଅଳଙ୍କାର, ୧୨ ଲକ୍ଷ ୪୪ହଜାରରୁ ଊଦ୍ଧ୍ୱର୍ର ଘରୋଇ ଆସବାପତ୍ର ଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ  ଅନ୍ୟାନ୍ୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ମିଶାଇ ସୁଭେନ୍ଦୁଙ୍କର ମୋଟ ୧ କୋଟି ୨୧ ଲକ୍ଷ ୨୭ ହଜାର ୪୧୩ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ।


ଉଲେଖଯୋଗ୍ୟ, ଭୁବନେଶ୍ୱର ବ୍ଲକରେ ଜୁନିୟର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବା ସୁଭେନ୍ଦୁ କୁମାର ପ୍ରଧାନ ନିଜ କାର୍ଯ୍ୟକାଳ ମଧ୍ୟରେ ଲୋକଙ୍କ କାର୍ଯ୍ୟ କରିବାକୁ ନେଇ ଅନୈତିକ ଭାବେ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ସୂଚନା ପାଇଥିଲା । ସୁଭେନ୍ଦୁ ବିଭିନ୍ନ କାର୍ଯ୍ୟରେ ଠିକାଦାର ଏବଂ କଣ୍ଟ୍ରାକ୍ଟରଙ୍କ ଠାରୁ ପିସି ନେଇଥିବା ନେଇ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା । ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କର ଗତିବିଧି ଲକ୍ଷ୍ୟ କରିବା ପରେ ଆଜି ଖଣ୍ଡଗିରି ହାଉସିଂ କଲୋନିସ୍ଥିତ ପ୍ଲଟ ନମ୍ବର ଏଲ-୧୨୦୦ରେ ଚଢାଉ କରାଯାଇଥିଲା ।


Edit by: ଟିମ ବିବିଏସଆର ରିପୋଟର୍ସ 

Related News
satta king tw