dd dd

Top Stories

Search here...

News

୨ କୋଟି ଟଙ୍କାରେ ବିକ୍ରି ହୋଇଥାନ୍ତା ହନୁମାନ ପଇସା!; ଗଞ୍ଜାମରୁ ଧାରା ପଡିଲେ ୭ ଅଭିଯୁକ୍ତ

Posted On - 1 day ago

୧.୫ଲକ୍ଷ ଟଙ୍କା,୨ ବାଇକ, ଚୁମ୍ବକ, ସ୍ପିରିଟ ଓ ୩ ଟି ନକଲି ହନୁମାନ ପାଇସା ଜବତ କରିବା ସହ  ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।



Bbsr reporters


 
ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ଶାନ୍ତିନଗର  ୩ ଟି  ହନୁମାନ ପଇସାକୁ ୨ କୋଟି ଟଙ୍କା ନେଇ ହୋଇଥିଲା  ଡ଼ିଲ । ପୋଲିସ ଏହାର ସୂଚନା ପାଇ ପୋଲିସ ଅଭିଯୁକ୍ତଙ୍କ ଘରେ ଚଡାଉ କରୁଥିଲା ।ସେଠାରୁ ନଗଦ ୧.୫ଲକ୍ଷ ଟଙ୍କା,୨ ବାଇକି, ଚୁମ୍ବକ, ସ୍ପିରିଟ ଓ୩ ଟି ନକଲି ହନୁମାନ ପାଇସା ଜବତ କରିଥିଲା ।ପୁଲିସ ଏହି ମାମଲାରେ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ମାଷ୍ଟରମାଇଣ୍ଡ ସୂର୍ଯ୍ୟ ପାତ୍ର ଏପର୍ଯ୍ୟନ୍ତ ଫେରାର ଅଛି ।

 

 ଯୋଜନା ମୁତାବକ ୩ ଟି ହନୁମାନ ପଇସାକୁ ଡିଲ କରିବା ପାଇଁ ସୂର୍ଯ୍ୟ ପାତ୍ର, ପ୍ରଧାନ ମହାପାତ୍ର(୪୧), ଅନିଲ କୁସୁମ(୩୪), ସୁରେଶ ମେହେର (୩୧), ଅକ୍ଷୟ କୁମାର ପାତ୍ର (୩୬), ଜୟନ୍ତ ପ୍ରଧାନ(୨୧), ବିଜୟ କୁମାର ବ୍ୟାଗ(୪୦) ଓ ଏସ. ଜୟରାମ ପାତ୍ର (୩୪) ହନୁମାନ ପାଇସା ବିକ୍ରି ପାଇଁ ଏକାଠି ହୋଇଥିଲେ।


 

ଏ ସମ୍ପର୍କରେ ବଡ଼ବଜାର ଥାନା ପୁଲିସ ଜାଣିପାରି ସମସ୍ତଙ୍କୁ ଗିରଫ କରିଥିଲା। ପୁଲିସ ସୂର୍ଯ୍ୟ ପାତ୍ରଙ୍କ ଘରୁ ୩ଟି ତମ୍ବା ହନୁମାନ ମୁଦ୍ରା, ନଗଦ ଦେଢ଼ ଲକ୍ଷ ଟଙ୍କା, ଦୁଇଟି ବାଇକ, ମ୍ୟାଗ୍ନେଟ୍କ, ସ୍ପିରିଟ୍ ଓ ଅନ୍ୟାନ୍ୟ ଅପରାଧ ସାମଗ୍ରୀ ଜବତ କରିଛି। 

 

Edit by:ସିଲୁ ବେହେରା

Related News
satta king tw