dd dd

Top Stories

Search here...

News

କାହିଁକି କରିମାଙ୍କ ମୃତଦେହକୁ ଭୟ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ

Posted On - 1 day ago

ପ୍ରାୟ ୫ ବର୍ଷ ଧରି କରିମା କାନାଡାରେ ରହୁଥିଲେ ଓ ଗତମାସରେ ତାଙ୍କର ମୃତଦେହ ସେଠାରେ ମିଳିଥିଲା ।

 

BBSR Reporters

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାଇ ବୋଲି କହିଥିବା କରିମା ବଲୋଚଙ୍କ ମୃତ ଦେହ ଗତ ମାସରେ କାନାଡାରୁ ମିଳିଥିଲା । ତେବେ କରିମାଙ୍କ ମୃତଦେହକୁ ପାକିସ୍ତାନ ଅଣାଯାଇ ସେଠାରେ ଶବଦାହ କରାଯାଇଥିଲା । କିନ୍ତୁ କଡା ସୁରକ୍ଷା ମଧ୍ୟରେ ଏହି ଶବଦାହ କରାଯାଇଥିଲା ଓ ତାଙ୍କ ଶେଷକୃତ୍ୟରେ କାହାକୁ ମଧ୍ୟ ଅନୁମତି ଦିଆଯାଇନଥିଲା । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁକୁ ପ୍ରଶ୍ନ କରାଯାଇଥିଲା ଯେ ସେ କଣ କରିମାଙ୍କ ଶବକୁ ମଧ୍ୟ ଡରୁଛନ୍ତି । 

 

ସୂଚନା ଅନୁସାରେ, ପ୍ରାୟ ୫ ବର୍ଷ ଧରି କରିମା କାନାଡାରେ ରହୁଥିଲେ ଓ ଗତମାସରେ ତାଙ୍କର ମୃତଦେହ ସେଠାରେ ମିଳିଥିଲା । ରବିବାର ଦିନ ତାଙ୍କ ମୃତଦେହକୁ ପାକିସ୍ତାନକୁ ଅଣାଯାଇଥିଲା  ଓ ପରେ ବଲୁଚିସ୍ତାନକୁ ପଠାଯାଇଥିଲା । ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, କରିମାଙ୍କ ମୃତଦେହକୁ ତୁର୍ବନ ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା ସହ ଶବଦାହ କରାଯାଇଥିଲା । ତେବେ ଏହି ଘଟଣାକୁ ନେଇ କରାଚିରେ ହଜାର ହଜାର ଲୋକ ରାସ୍ତା ଅବରୋଧ କରି ତାଙ୍କୁ ହତ୍ୟା ଘଟଣାକୁ ନିନ୍ଦା କରିଥିଲେ । ବାଲୁଚିସ୍ତାନ ନ୍ୟାସନାଲ ପାର୍ଟି ମେଙ୍ଗଲର ସାଂସଦ ଜାହାନଜେବ ଜମାଲଦିନ କହିଛନ୍ତି ଯେ, କରିମାଙ୍କ ମୃତଦେହକୁ ଏୟାରପୋର୍ଟରୁ ଅପହରଣ କରାଯାଇଛି ଓ  ତାଙ୍କ ଶବଦାହ ପାଇଁ ପୈତୃକ ଗାଁକୁ କାହାକୁ ଯିବା ପାଇଁ ମଧ୍ୟ ଅନୁମତି ଦିଆଯାଇନଥିଲା । ଏଥିସହ ତାଙ୍କର ଶେଷକୃତ୍ୟକୁ ନଯିବା ପାଇଁ ମକରାମରେ କର୍ଫ୍ୟୁ ଲଗାଯାଇଥିଲା ଓ ମୋବାଇଲ ନେଟୱର୍କ ବନ୍ଦ କରିବା ସହ ଗଣମାଧ୍ୟମରେ ମଧ୍ୟ ଦେଖାଯାଇନଥିଲା । ତାଙ୍କ ମାଆକୁ ମଧ୍ୟ ଶେଷ ଦର୍ଶନ ପାଇଁ ଅନୁମତି ମିଳିନଥିଲା । 

 

ସୂଚନା ଯୋଗ୍ୟ ଯେ, ବାଲୋଚ ଷ୍ଟୁଡେଣ୍ଟ୍ ଅର୍ଗନାଇଜେସନର ଅଧ୍ୟକ୍ଷ ତଥା ବାଲୁଚିସ୍ତାନରେ ମାନବ ଅଧିକାର  ଉଲଂଘନକୁ ବିରୋଧ କରୁଥିବା କରିମାଙ୍କ ମୃତ ଦେହ କାନାଡାର ହାର୍ବରଫ୍ରଣ୍ଟରୁ ମିଳିଥିଲା ।  ତେବେ ତାଙ୍କର ହତ୍ୟା ହୋଇଥିବା ଆଶଙ୍କା କରାଯାଉଥିଲା ଓ ସେ କାନାଡାରେ ୨୦୧୬ରୁ ଶରଣାର୍ଥୀ ଭାବେ ରହୁଥିଲେ ।  କରିମାଙ୍କ ସ୍ଵାମୀ କହିଛନ୍ତି ଯେ, ସେ ପାକିସ୍ତାନରେ ଥିବା ବେଳେ ତାଙ୍କୁ ଅନେକ ଧମକ ଦିଆଯାଉଥିଲା ଓ ତାଙ୍କ ଘର ଉପରେ ଆକ୍ରମଣ କରାଯାଇଥିଲା । କେବଳ ଏତିକି ନୁହେ ତାଙ୍କ ସମ୍ପର୍କୀୟଙ୍କୁ ହତ୍ୟା କରିବା ସହ ତାଙ୍କୁ ରାଜନୈତିକ କାର୍ଯ୍ୟକଳାପରୁ ନିବୃତ୍ତ ରହିବାକୁ କୁହାଯାଇଥିଲା ତେଣୁ ସେ ପାକିସ୍ତାନ ଛାଡ଼ି କାନାଡାରେ ଶରଣାର୍ଥୀ ଭାବେ ରହୁଥିଲେ । ୨୦୧୬ ରାକ୍ଷୀପୂର୍ଣ୍ଣିମାରେ ନରେନ୍ଦ୍ର ମୋଦିଙ୍କୁ ରାକ୍ଷୀ ପଠାଇ ତାଙ୍କୁ ଭାଇ ବୋଲି କହିଥିଲେ । ଏଥିସହ ସେ ମୋଦିଙ୍କୁ ପାକିସ୍ତାନ ସେନା ଦ୍ଵାରା ବାଲୁଚିସ୍ତାନରେ ଅପହରଣ କରାଯାଉଥିବା ନାଗରିକ ମାନଙ୍କ ପାଇଁ ସାହାଯ୍ୟ ମାଗିଥିଲେ ।  

 

Edit by: ଅନୁପମା ମଲ୍ଲିକ

Related News
satta king tw